ରାତି ଅଧରେ ଜିପିଆର୍‌ଏସ୍‌

ପୁରୀ ଅଫିସ୍‌, ୨୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ(ଜିପିଆର୍‌ଏସ୍‌) କରାଯାଇ ନ ଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା, ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି। ବହୁ ବାଦ, ବିବାଦ ଓ ବିରୋଧ ପରେ ଏବେ ପ୍ରଶାସନ ନିଜ ଦୋଷ ଘୋଡ଼ାଇବାକୁ ରାତିଅଧରେ ଜିପିଆର୍‌ଏସ୍‌ କରୁଛି। ହାଇକୋର୍ଟରେ ସତ୍ୟପାଠ କରିବା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ତରବରିଆ ଭାବେ ଗଣମାଧ୍ୟମ ଓ ରାଜ୍ୟବାସୀଙ୍କ ଆଢ଼ୁଆଳରେ ଶ୍ରୀମନ୍ଦିର ଚୌହଦିର ନିଷେଧାଞ୍ଚଳରେ ଜିପିଆର୍‌ଏସ୍‌ କରାଯାଉଛି। ଶ୍ରୀମନ୍ଦିର ଦକ୍ଷିଣପୂର୍ବ ଦିଗରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ଏହି ସର୍ଭେ କରାଯାଉଛି। ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ(ଓବିସିସି) ନିର୍ଦ୍ଦେଶରେ ଗୁଜରାଟର ଜିଓକାର୍ଟ ରାଡାର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଦ୍ୱାରା ଏହି ସର୍ଭେ ଶ୍ରୀମନ୍ଦିର ଚାରିପାଖରେ କରାଯାଉଥିବା ଜଣାପଡ଼ିଛି। ତେବେ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପୂର୍ବରୁ ଜିପିଆର୍‌ଏସ୍‌ କରାଯାଇଥିବା ନେଇ ସ୍ଥାନୀୟ ଏମ୍‌ପି ପିନାକୀ ମିଶ୍ର ବାରମ୍ବାର ଦୋହରାଉଥିବାବେଳେ ରାତି ଅଧରେ ଏବେ ରାଡାର ସର୍ଭେର ଆବଶ୍ୟକତା କାହିଁକି ପଡ଼ିଲା, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପ୍ରକଳ୍ପ ବିରୋଧୀ ଗୋଷ୍ଠୀ ଏହି ପ୍ରସଙ୍ଗରେ ଏବେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଗ୍ରାଉଣ୍ଡ ମ୍ୟାପିଂ ଦ୍ୱାରା ମାଟି ତଳେ ଥିବା ବସ୍ତୁ ସମ୍ପର୍କରେ ସୂଚନା ଦେବା ଜିଓକାର୍ଟ ରାଡାର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ପ୍ରମୁଖ କାର୍ଯ୍ୟ। ସେହିଭଳି କଂକ୍ରିଟ୍‌ ଷ୍ଟ୍ରକ୍ଚର ସ୍କାନିଂ, ପ୍ରନତ୍ତତ୍ତ୍ବ ଅନୁସନ୍ଧାନ ମଧ୍ୟ ଏହି ସଂସ୍ଥା କରୁଛି। ଓବିସିସି ଏହି ସଂସ୍ଥା ସହ ଚୁକ୍ତି କରି ସର୍ଭେ କାର୍ଯ୍ୟକାରୀ କରୁଛି। ଜିଓକାର୍ଟର ଦୁଇ ଜଣ ଟେକ୍ନିସିଆନ୍‌ ରାତି ସାଢେ ୧୨ଟାରେ ଶ୍ରୀମନ୍ଦିର ସମ୍ମୁଖରେ ଜିପିଆରଏସ୍‌ ସର୍ଭେ ମେଶିନ୍‌ ଧରି ଟାଟା କମ୍ପାନୀର କର୍ମଚାରୀଙ୍କ ଦ୍ୱାରା କାମ କରୁଛନ୍ତି। ଜିଓକାର୍ଟର ଅଧିକାରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ଗତ ଦୁଇ ଦିନ ହେବ କାମ ଚାଲିଛି। ଓବିସିସି କାମ କରିବା ପାଇଁ କହିଛି। ୪ ଦିନ ମଧ୍ୟରେ କାମ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ଚାରିପାଖରେ ମାଟି ତଳେ କୌଣସି କୀର୍ତ୍ତିରାଜି, ମନ୍ଦିର କିମ୍ବା ଐତିହ୍ୟ ରହିଛି କି ନାହିଁ ସେନେଇ ରିପୋର୍ଟ ପ୍ରଦାନ କରାଯିବ। ଏବେ ଗ୍ରାଉଣ୍ଡ ମ୍ୟାପିଂ କରାଯାଉଛି। ସମ୍ପୂର୍ଣ୍ଣ ମନ୍ଦିରର ଚାରିପାଖରେ ଏହାକୁ କାର୍ଯ୍ୟକାରୀ କରାଯିବ। ହେଲେ ସର୍ଭେ ସ୍ଥାନରେ ଏଏସଆଇ କର୍ତ୍ତୃପକ୍ଷ ଉପସ୍ଥିତ ନାହାନ୍ତି। ଏପରି କି ଜିଓକାର୍ଟ ସଂସ୍ଥା ଗତ ଦୁଇ ଦିନ ହେଲା ସର୍ଭେ କରୁଥିଲେ ମଧ୍ୟ ପ୍ରଶାସନ ଏନେଇ କାହିଁକି ସୂଚନା ଦେଇନାହିଁ ସେନେଇ ପ୍ରଶ୍ନ ଉଠିଛି। ଏମାର ମଠ ପରିସରରୁ ସିଂହମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ମିଳିବା ପରେ ଓବିସିସି ଏଏସ୍‌ଆଇକୁ ଚିଠି କରିଥିଲା। ଏହାପରେ ଏଏସ୍‌ଆଇ ଘଟଣାସ୍ଥଳରେ ପହଞ୍ଚି କୀର୍ତ୍ତିରାଜିକୁ ସଂରକ୍ଷଣ କରିଛି। ଏଭଳି ଅନେକ କୀର୍ତ୍ତିରାଜି ଜେସିବି ମାଡ଼ରେ ନଷ୍ଟ ହୋଇଯାଇଥିବା ଆଶଙ୍କା ଦେଖାଦେଉଥିଲା। ଏବେ ରାଡାର ସର୍ଭେ କରାଯାଉଥିବା ହେତୁ ବିନା ରାଡାର ସର୍ଭେ ଖନନ ଓ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି। ସରକାରଙ୍କ ମିଛ ଧରାପଡ଼ିଛି। ତରବରିଆ ଭାବେ କାହାରିକୁ ନ ଜଣାଇ ସର୍ଭେ କରାଯାଉଛି। ପ୍ରଥମେ ସର୍ଭେ ନ କରି ଖୋଳି ଦିଆଗଲା। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ଧ୍ୟାନ ଦିଆଗଲା ନାହିଁ। ଏବେ ସରକାରଙ୍କ ମିଛ ପଦାରେ ପଡ଼ିବା ପରେ ଜିପିଆରଏସ୍‌ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ୍‌ ରୁଗୀର ଉତ୍‌ପାତରେ ଗାଁଖୁଲି ଶୂନସାନ: ଭଏଭିତ ଅବସ୍‌ତାରେ ବାରବଖରା ଗାଁବାସୀ

ପର୍ଲା, ୧୬।୧ (ଡି.ଏନ୍‌.ଏ)-  କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍‌ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍‌ ରୁଗୀ।...

ଗଣିଆ ବଜାରଠାରୁ କୁତୁରୀ ପର୍ଯ୍ୟନ୍ତ ରାସ୍ତାକାମ: ୧୦ବର୍ଷ ଧରି ତାଳିପକାରେ ଚାଲିଛି

ଗଣିଆ,୧୪ା୧(ଡି.ଏନ୍‌.ଏ.): ବିକାଶର କଥା ଭାବିଲେ ମନକୁ ଆସେ ଗମନାଗମନ ସୁବିଧା। ଏହା ହେଲେ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି କୁହାଯାଉଛି। ଏ ନେଇ...

ମଶା ପାଇଁ ଲାଗିଧିଲା ନିଆଁ ଆଉ ଶେଷରେ ଜଳିଗଲା…..

ଭଣ୍ଡାରିପୋଖରୀ,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପୁରିପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର କୈଳାଶ ଚନ୍ଦ୍ର ରାଉତଙ୍କ ଗୁହାଳ...

ଶ୍ରୀଗୁଣ୍ଡିଚା ଅଭିମୁଖେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ବହୁ ପ୍ରତିକ୍ଷାର ଅବସାନ ଘଟାଇ ଶେଷରେ ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ବାହାରିଛନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା...

ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ

ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

୧୪୪ ଶିକ୍ଷକଙ୍କ ଏମ୍‌ଏସିପି ମଞ୍ଜୁର

ଭଦ୍ରକ ଅଫିସ, ୧୭।୬-ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୫୨୪୨ ତା ୧୦।୦୬।୨୦୨୨ରିଖ ଅନୁସାରେ ସଦର ବ୍ଲକର ୨୦୧୧ ବ୍ୟାଚ୍‌ର ନିୟମିତ ହୋଇଥିବା ୧୪୪ଜଣ ଏଲିମେଣ୍ଟାରି କ୍ୟାଡର...

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ...

Advertisement
Archives

Model This Week