ରାତି ଅଧରେ ଜିପିଆର୍‌ଏସ୍‌

ପୁରୀ ଅଫିସ୍‌, ୨୨।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପାର୍ଶ୍ୱରେ ଚାଲିଥିବା ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ(ଜିପିଆର୍‌ଏସ୍‌) କରାଯାଇ ନ ଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା, ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି। ବହୁ ବାଦ, ବିବାଦ ଓ ବିରୋଧ ପରେ ଏବେ ପ୍ରଶାସନ ନିଜ ଦୋଷ ଘୋଡ଼ାଇବାକୁ ରାତିଅଧରେ ଜିପିଆର୍‌ଏସ୍‌ କରୁଛି। ହାଇକୋର୍ଟରେ ସତ୍ୟପାଠ କରିବା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ତରବରିଆ ଭାବେ ଗଣମାଧ୍ୟମ ଓ ରାଜ୍ୟବାସୀଙ୍କ ଆଢ଼ୁଆଳରେ ଶ୍ରୀମନ୍ଦିର ଚୌହଦିର ନିଷେଧାଞ୍ଚଳରେ ଜିପିଆର୍‌ଏସ୍‌ କରାଯାଉଛି। ଶ୍ରୀମନ୍ଦିର ଦକ୍ଷିଣପୂର୍ବ ଦିଗରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ଏହି ସର୍ଭେ କରାଯାଉଛି। ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ(ଓବିସିସି) ନିର୍ଦ୍ଦେଶରେ ଗୁଜରାଟର ଜିଓକାର୍ଟ ରାଡାର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଦ୍ୱାରା ଏହି ସର୍ଭେ ଶ୍ରୀମନ୍ଦିର ଚାରିପାଖରେ କରାଯାଉଥିବା ଜଣାପଡ଼ିଛି। ତେବେ ପ୍ରକଳ୍ପ ନିର୍ମାଣ ସ୍ଥଳରେ ପୂର୍ବରୁ ଜିପିଆର୍‌ଏସ୍‌ କରାଯାଇଥିବା ନେଇ ସ୍ଥାନୀୟ ଏମ୍‌ପି ପିନାକୀ ମିଶ୍ର ବାରମ୍ବାର ଦୋହରାଉଥିବାବେଳେ ରାତି ଅଧରେ ଏବେ ରାଡାର ସର୍ଭେର ଆବଶ୍ୟକତା କାହିଁକି ପଡ଼ିଲା, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପ୍ରକଳ୍ପ ବିରୋଧୀ ଗୋଷ୍ଠୀ ଏହି ପ୍ରସଙ୍ଗରେ ଏବେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଗ୍ରାଉଣ୍ଡ ମ୍ୟାପିଂ ଦ୍ୱାରା ମାଟି ତଳେ ଥିବା ବସ୍ତୁ ସମ୍ପର୍କରେ ସୂଚନା ଦେବା ଜିଓକାର୍ଟ ରାଡାର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ପ୍ରମୁଖ କାର୍ଯ୍ୟ। ସେହିଭଳି କଂକ୍ରିଟ୍‌ ଷ୍ଟ୍ରକ୍ଚର ସ୍କାନିଂ, ପ୍ରନତ୍ତତ୍ତ୍ବ ଅନୁସନ୍ଧାନ ମଧ୍ୟ ଏହି ସଂସ୍ଥା କରୁଛି। ଓବିସିସି ଏହି ସଂସ୍ଥା ସହ ଚୁକ୍ତି କରି ସର୍ଭେ କାର୍ଯ୍ୟକାରୀ କରୁଛି। ଜିଓକାର୍ଟର ଦୁଇ ଜଣ ଟେକ୍ନିସିଆନ୍‌ ରାତି ସାଢେ ୧୨ଟାରେ ଶ୍ରୀମନ୍ଦିର ସମ୍ମୁଖରେ ଜିପିଆରଏସ୍‌ ସର୍ଭେ ମେଶିନ୍‌ ଧରି ଟାଟା କମ୍ପାନୀର କର୍ମଚାରୀଙ୍କ ଦ୍ୱାରା କାମ କରୁଛନ୍ତି। ଜିଓକାର୍ଟର ଅଧିକାରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ଗତ ଦୁଇ ଦିନ ହେବ କାମ ଚାଲିଛି। ଓବିସିସି କାମ କରିବା ପାଇଁ କହିଛି। ୪ ଦିନ ମଧ୍ୟରେ କାମ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ଚାରିପାଖରେ ମାଟି ତଳେ କୌଣସି କୀର୍ତ୍ତିରାଜି, ମନ୍ଦିର କିମ୍ବା ଐତିହ୍ୟ ରହିଛି କି ନାହିଁ ସେନେଇ ରିପୋର୍ଟ ପ୍ରଦାନ କରାଯିବ। ଏବେ ଗ୍ରାଉଣ୍ଡ ମ୍ୟାପିଂ କରାଯାଉଛି। ସମ୍ପୂର୍ଣ୍ଣ ମନ୍ଦିରର ଚାରିପାଖରେ ଏହାକୁ କାର୍ଯ୍ୟକାରୀ କରାଯିବ। ହେଲେ ସର୍ଭେ ସ୍ଥାନରେ ଏଏସଆଇ କର୍ତ୍ତୃପକ୍ଷ ଉପସ୍ଥିତ ନାହାନ୍ତି। ଏପରି କି ଜିଓକାର୍ଟ ସଂସ୍ଥା ଗତ ଦୁଇ ଦିନ ହେଲା ସର୍ଭେ କରୁଥିଲେ ମଧ୍ୟ ପ୍ରଶାସନ ଏନେଇ କାହିଁକି ସୂଚନା ଦେଇନାହିଁ ସେନେଇ ପ୍ରଶ୍ନ ଉଠିଛି। ଏମାର ମଠ ପରିସରରୁ ସିଂହମୂର୍ତ୍ତି ପରିତ୍ୟକ୍ତ ଅବସ୍ଥାରେ ମିଳିବା ପରେ ଓବିସିସି ଏଏସ୍‌ଆଇକୁ ଚିଠି କରିଥିଲା। ଏହାପରେ ଏଏସ୍‌ଆଇ ଘଟଣାସ୍ଥଳରେ ପହଞ୍ଚି କୀର୍ତ୍ତିରାଜିକୁ ସଂରକ୍ଷଣ କରିଛି। ଏଭଳି ଅନେକ କୀର୍ତ୍ତିରାଜି ଜେସିବି ମାଡ଼ରେ ନଷ୍ଟ ହୋଇଯାଇଥିବା ଆଶଙ୍କା ଦେଖାଦେଉଥିଲା। ଏବେ ରାଡାର ସର୍ଭେ କରାଯାଉଥିବା ହେତୁ ବିନା ରାଡାର ସର୍ଭେ ଖନନ ଓ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି। ସରକାରଙ୍କ ମିଛ ଧରାପଡ଼ିଛି। ତରବରିଆ ଭାବେ କାହାରିକୁ ନ ଜଣାଇ ସର୍ଭେ କରାଯାଉଛି। ପ୍ରଥମେ ସର୍ଭେ ନ କରି ଖୋଳି ଦିଆଗଲା। ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦିଗରେ ଧ୍ୟାନ ଦିଆଗଲା ନାହିଁ। ଏବେ ସରକାରଙ୍କ ମିଛ ପଦାରେ ପଡ଼ିବା ପରେ ଜିପିଆରଏସ୍‌ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri