ରାଜ୍ୟରେ ଗତ ୨୪ଘଣ୍ଟାରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ୨ଦିନ ହେଲା ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇଛି। ବୁଧବାର ରାଜ୍ୟରେ ୩,୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩,୦୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୭୭୫ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୩୧୨ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୮୪ ଓ କଟକରୁୁ ୪୬୨ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୭୮, ବାଲେଶ୍ୱର ୨୪୬, ବରଗଡ଼ ୩୬, ଭଦ୍ରକ ୧୪୫, ବଲାଙ୍ଗୀର ୨୧, ବୌଦ୍ଧ ୩୫, ଦେବଗଡ଼ ୩, ଢ଼େଙ୍କାନାଳ ୯୫, ଗଜପତି ୧୬, ଗଞ୍ଜାମ ୨୨, ଜଗତସିଂହପୁର ୬୦, ଯାଜପୁର ୨୦୫, ଝାରସୁଗୁଡ଼ା ୫, କଳାହାଣ୍ଡି ୧୭, କନ୍ଧମାଳ ୨୮, କେନ୍ଦ୍ରାପଡ଼ା ୭୦, କେନ୍ଦୁଝର ୭୨, କୋରାପୁଟ ୭୭, ମାଲକାନଗିରି ୮୪, ମୟୁରଭଞ୍ଜ ୧୫୪, ନବରଙ୍ଗପୁର ୩୫, ନୟାଗଡ଼ ୧୧୦, ନୂଆପଡ଼ା ୬, ପୁରୀ ୧୮୯, ରାୟଗଡ଼ା ୨୧, ସମ୍ବଲପୁର ୩୧, ସୁବର୍ଣ୍ଣପୁର ୨୪, ସୁନ୍ଦରଗଡ଼ ୫୯ ଓ ଷ୍ଟେଟ ପୁଲରୁ ୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୨,୮୮୭ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୭୭,୫୪୦ଜଣ ସୁସ୍ଥ ହୋଇଥିବା ବେଳେ ୩୧,୨୩୧ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।