ରାଜ୍ୟରେ କମିିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୦୯୬ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୮(ବ୍ୟୁରୋ): ଗତ ଦୁଇ ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ପୁଣି ଥରେ ତଳମୁହାଁ ହେବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧,୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧,୦୯୬ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୩୭ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୫୯ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୮ଟି ଜିଲାରୁ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୩୮୯ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୦, ବାଲେଶ୍ୱର ୭୭, ବରଗଡ଼ ୧୧, ଭଦ୍ରକ ୨୧, ବଲାଙ୍ଗୀର ୭, କଟକ ୯୨, ଦେବଗଡ଼ ୧, ଢ଼େଙ୍କାନାଳ ୯, ଗଜପତି ୪, ଗଞ୍ଜାମ ୫, ଜଗତସିଂହପୁର ୫୮, ଯାଜପୁର ୬୮, ଝାରସୁଗୁଡ଼ା ୫, କଳାହାଣ୍ଡି ୩, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୩୬, କେନ୍ଦୁଝର ୧୩, କୋରାପୁଟ ୭, ମାଲକାନଗିରି ୪, ମୟୁରଭଞ୍ଜ ୩୨, ନୟାଗଡ଼ ୨୯, ନୂଆପଡ଼ା ୨, ପୁରୀ ୪୮, ରାୟଗଡ଼ା ୬, ସମ୍ବଲପୁର ୮, ସୁବର୍ଣ୍ଣପୁର ୨, ସୁନ୍ଦରଗଡ଼ ୨୦ ଓ ଷ୍ଟେଟ ପୁଲରୁ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ଘଣ୍ଟାରେ ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୫,୮୨୭ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୬୬,୯୨୮ଜଣ ସୁସ୍ଥ ହୋଇଥିବା ବେଳେ ୧୨,୪୮୦ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।