କୁମ୍ଭୀରଭରା ନଦୀରେ ପେଟ ପାଇଁ ଜୀବନ ବିପଦ

ମହାକାଳପଡ଼ା,୧୧।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀଗୁଡିକରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ (ପିନ୍‌ ସଦୃଶ)କୁ ମହିଳାମାନେ ସଂଗ୍ରହ କରିଥାନ୍ତି। ସମୁଦ୍ର ଜଳ ନଦୀରେ ଭଟ୍ଟା ବା ଛାଡ଼ ପାଣିରେ ସରୁ ଗାଞ୍ଜ ଜାଲ ଦ୍ୱାରା ନଦୀ ମଧ୍ୟରେ ମହିଳାମାନେ ପ୍ରବେଶ କରି ସଂଗ୍ରହ କରନ୍ତି। ପରେ ସ୍ଥାନୀୟ ଚିଙ୍ଗୁଡ଼ି ବ୍ୟବସାୟୀମାନେ ଯାଅଁାଳ ହଜାର ପ୍ରତି ୨ ଶହ ଟଙ୍କା ଦେଇ କିଣିଥାନ୍ତି। ଏହାପରେ ବ୍ୟବସାୟୀମାନେ କୋଲକାତା, ଆନ୍ଧ୍ରପ୍ରଦେଶ ଆଦି ସ୍ଥାନର ଚିଙ୍ଗୁଡ଼ି ଘେରିକୁ ଚଢ଼ା ଦରରେ ଯାଅଁାଳ ଚାଲାଣ କରିଥାନ୍ତି। ସାଧାରଣତଃ ଏହି ବାଗଦା ଚିଙ୍ଗୁଡି ଯାଅଁାଳ ପିନ୍‌ ସଦୃଶ ଦେଖା ଯାଇଥାଏ। ସମୁଦ୍ର ଜଳ ମେଞ୍ଚା ମେଞ୍ଚା ଫେଣରେ ନଦୀ ଜୁଆର ପାଣିରେ ଭାସି ଆସିଥାନ୍ତି। ଏହି ସମୟରେ ସ୍ଥାନୀୟ ମହିଳାମାନେ ପରିବାର ପ୍ରତିପୋଷଣ ପାଇଁ ନଦୀ ମଧ୍ୟରେ ପ୍ରବେଶ କରି ବିପଦପୂର୍ଣ୍ଣ ଭାବେ ଚିଙ୍ଗୁଡ଼ି ଯାଅଁାଳ ସଂଗ୍ରହ କରି ରୋଜଗାରକ୍ଷମ ହୋଇଥାନ୍ତି। ଦୈନିକ ସ୍ଥାନୀୟ ମହିଳାମାନେ ୫ ଶହରୁ ଅଧିକ ରୋଜଗାର କରଥାନ୍ତି। ଅନେକ ସମୟରେ ଭରା ନଦୀରେ କୁମ୍ଭୀର ଭୟ ଥିବାରୁ ନିଜ ଜୀବନକୁ ଖାତିର ନ କରି ପେଟ ପୋଷିବାକୁ ଏହି କାର୍ଯ୍ୟ ଆପଣେଇଥାନ୍ତି ବୋଲି ଲତା ମଣ୍ଡଳ, ମମତା ସର୍ଦ୍ଦାର, ରାଧାରାଣୀ ମଣ୍ଡଳ, ସରୋଜିନୀ ମଣ୍ଡଳ, ରମା ଗାୟନ ପ୍ରମୁଖ କହିଛନ୍ତି। ସେମାନଙ୍କ କହିବା କଥା, ବାଗଦା ଚିଙ୍ଗୁଡ଼ି ଯାଅଁାଳ ବର୍ଷର ଖରାଦିନେ ଅତି ଲୁଣି ପାଣି ଯୋଗୁ ଫେଣରେ ଭାସି ଭାସି ଆସନ୍ତି। ଏହି ସମୟରେ ଆମେ ସରୁ ଗାଞ୍ଜ ଜାଲରେ ଛାଣି ସଂଗ୍ରହ କରିଥାଉ। ସଂଗ୍ରହ ପରେ ଶାମୁକାରେ ପିନ୍‌ ସଦୃଶ ଯାଅଁାଳ ଗଣିବାକୁ ପଡେ। ଏହି ଚିଙ୍ଗୁଡ଼ି ଯାଅଁାଳକୁ କୋଲକାତା ଓ ଆନ୍ଧ୍ରପ୍ରଦେଶକୁ ଟ୍ରକ, ପିକ୍‌ଅପ୍‌ ଭ୍ୟାନ ଯୋଗେ ପଲିଥିନ୍‌ ପ୍ୟାକେଟ କରାଯାଇ ଚାଲାଣ ହୋଇଥାଏ। ସେଠାରେ ଏହାର ମୁଖ୍ୟ ଚାହିଦା ରହିଛି ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି। ବ୍ଲକର ମହାନଦୀ, ଗୋବରୀ ନଦୀ ଓ ଶାଖା ଯୋରୀଗୁଡିକରେ ବହୁଳ ପରିମାଣରେ ସମୁଦ୍ର ଫେଣରୁ ଜମ୍ବୁ, କଁାଶପାଳ, ପେଟଛେଲା, ବଡ଼ଦାଣ୍ଡୁଆ, ବାଗଗହଣ, ପଙ୍କପାଳ, ବଡପାଳ, କଣ୍ଡରା ପାଟିଆ, ରାମନଗର, ଖରିନାସୀ, ବତୀଘର, ତନ୍ତିଆପାଳ, ଶାସନ ଆଦି ଅଞ୍ଚଳରେ ବହୁ ବଙ୍ଗୀୟ ମହିଳାମାନେ ଏହି ଯାଅଁାଳ ନଦୀରୁ ସଂଗ୍ରହ କରି ବେପାରୀମାନଙ୍କୁ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି। ଅପରପକ୍ଷେ ନଦୀ ସମୁଦ୍ରରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି ବୋଲି ମହିଳାମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ୩ ହଜାର କର୍ମୀ

ପୋଲସରା,୫ା୯(ଡି.ଏନ୍‌.ଏ.): ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭାଜପା ଓ କଂଗ୍ରେସ ଛାଡି ପ୍ରାୟ...

ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ

ହାଟଡିହୀ,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି...

ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର...

ବାଲି ଚାଲାଣକୁ ବିରୋଧ: ପୋଡ଼ିଦେଲେ ଟ୍ରକ୍‌, ଟ୍ରାକ୍ଟର

ହିଞ୍ଜିଳିକାଟୁ,୨୩।୮(ଡ଼ି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ପୁରୁଷୋତ୍ତମପୁର ତହସିଲ କୋଳିଦାସପୁରରେ ଶୁକ୍ରବାର ରାତିରେ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ୩...

ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ...

ନଦୀଘାଟ ଅସାମାଜିକଙ୍କ ଆଡ୍ଡାସ୍ଥଳ

ରାଉରକେଲା ଅଫିସ, ୨୩।୪: ରାଉରକେଲା ପାନପୋଷ ହନୁମାନ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀଘାଟ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଛି। ନଦୀଘାଟରେ ଅସାମାଜିକ ତତ୍ତ୍ୱ ଅଳିଆ ଆବର୍ଜନା...

ପୋଖରୀରେ ବୁଡ଼ି ଛାତ୍ରୀଙ୍କ ଜୀବନଗଲା, ଦେଇଥିଲେ ମାଟ୍ରିକ୍‌ ପରୀକ୍ଷା

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ତମ୍ବାଖଣ୍ଡି ଗ୍ରାମରେ ଜଣେ ଛାତ୍ରୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମିତା...

୭ ଟ୍ରମା କେୟାର ଫାସିଲିଟି କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୪ା୧୦: ରାଜ୍ୟରେ ପ୍ରତିବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟୁଛି। ମୃତ୍ୟୁହାର ୪୮%, ଯାହାକି ସାରା ଭାରତ ବର୍ଷରେ ସର୍ବାଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି।...

Advertisement
Archives

Model This Week