ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେବାରେ ଭାଜପା ସଫଳ ହୋଇଥିଲା। ଜିଲାର ସମସ୍ତ ୭ଟି ବିଧାନସଭା ଆସନ ବିଜେଡି ଅକ୍ତିଆର କରିଥିଲେ ହେଁ ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ହୋଇଥିଲା। ବରୀ ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଯଥାକ୍ରମେ ୪,୦୬୨ ଓ ୧୪୮୫ ଭୋଟ ବ୍ୟବଧାନରେ ହାରଜିତ ହୋଇଥିଲା ା ଏହି ଦୃଷ୍ଟିରୁ ବରୀ ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଏଥର ଜିଲା ପରିଷଦ ନିର୍ବାଚନରେ କଡ଼ା ଟକ୍କର ହେବା ସମ୍ଭାବନା ରହିଛି। ବରୀର ଭାଜପା ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ନିକଟରେ ବିଜେଡିରେ ଯୋଗଦେବା ପରେ ଡବଲ ଇଞ୍ଜିନ ଭଳି ପ୍ରଚାର ହେଉଥିବା କୁହାଯାଉଛି। ଅନ୍ୟପକ୍ଷେ ସଚେତନ ଭୋଟର ଦଳଡିଆଁଙ୍କୁ ସହଜେ ଗ୍ରହଣ କରିବେ କି ନାହିଁ ତାହା ସନ୍ଦିହାନ ରହିଥିବାରୁ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ଖୁବ କମ୍‌ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ଭାଜପାର ଅମର ନାଏକ ନିର୍ବାଚନ ସରିବା ପରେ ବଡଚଣା ଅଞ୍ଚଳରେ ଆଉ ତାଙ୍କର ଦେଖା ମିଳିନାହିଁ। ଏପରି କି ଜିଲା ପରିଷଦ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ମଧ୍ୟ ସେ ସାମିଲ ହୋଇନାହାନ୍ତି। ତେଣୁ ଏଠାରେ ବିଜେଡି ଏକତରଫା ଭାବେ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି।
ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲାରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଥିଲା। ସେବେଠାରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିଥିଲା। ବିଭିନ୍ନ ଲୋକହିତକର ଯୋଜନା ସମେତ ପଦଯାତ୍ରା କରି ଲୋକଙ୍କ ନିକଟତର ହୋଇ ପାରିଥିଲା ା କିନ୍ତୁ ଅଧିକାଂଶ ଭାଜପା ନେତା ଓ କର୍ମୀ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲେ। ଜିଲାରେ ହୋଇଥିବା ବିଭିନ୍ନ ଦୁର୍ନୀତି, ଅନିୟମିତତା, ଅବହେଳା, ସ୍ଥାନୀୟ ନିଯୁକ୍ତି ଆଦି ପ୍ରସଙ୍ଗରେ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରି ପାରି ନ ଥିଲେ। ତଥାପି ଜିଲାରେ ରହିଥିବା ଶାସକ ବିରୋଧୀ ସ୍ଥିତି ଯୋଗୁ ଭାଜପା ୪୦.୫% ଭୋଟ ହାତେଇ ପାରିଥିଲା।
୨୦୧୭ ପଞ୍ଚାୟତ ନିର୍ବାଚନରେ ବରୀ ନିର୍ବାଚନମଣ୍ଡଳୀର ବରୀ ବ୍ଲକରେ ବିଜେଡିକୁ ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ୨୩ ଓ ୨୪ ନମ୍ବର ଜିଲା ପରିଷଦ ଜୋନ ଭାଜପା ହାତେଇଥିବାବେଳେ ୨୧ ଓ ୨୨ ନମ୍ବର ଜୋନକୁ ବିଜେଡି ଅକ୍ତିଆର କରିଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ଭାଜପା ସମର୍ଥିତ ପ୍ରାର୍ଥୀ ପାଇ ପାରିଥିଲେ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଟିକେଟ ହରାଇଥିଲେ। ସେତେବେଳେ ଭାଜପାର ସମିତି ଅଧ୍ୟକ୍ଷା ରହିଥିବା ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ ମିଳିଥିଲା ଏବଂ ବିଧାୟିକା ନିର୍ବାଚିତ ହୋଇଥିଲେ। ସୁନନ୍ଦା ଏଠାରେ ୭୨,୫୫୯ ଓ ଭାଜପାର ବିଶ୍ୱରଞ୍ଜନ ୬୮,୪୯୭ ଭୋଟ ପାଇଥିଲେ। ଇତିମଧ୍ୟରେ ବିଜେଡି ସହ ବିଶ୍ୱରଞ୍ଜନ ମିଶି ଯାଇଥିବାରୁ ସମୀକରଣ ବଦଳିଯାଇଛି । ତେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏବେ ଗୋଟିଏ ଦଳରେ ରହି ପ୍ରଚାର କରୁଛନ୍ତି। କିନ୍ତୁ ଉଭୟଙ୍କ ରଣନୀତି ସମାନ୍ତରାଳ ଭାବେ ଗତି କରୁଥିବାରୁ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା। ଏଠାରେ ସମସ୍ତ ୫ ଜିଲା ପରିଷଦ ଆସନ ବିଜେଡି ହାତକୁ ଯାଇଥିଲା। ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଗୋଟିଚାଳନା ଏଠାରେ କାମକୁ ଆସିଥିଲା। ତଥାପି ଏଠାରେ ଭାଜପା ଦ୍ୱିତୀୟ ଦଳ ଭାବେ ଉଭା ହେବା ବିଜେଡିକୁ ଚିନ୍ତିତ କରିଥିଲା। ଏପରି କି ଗତ ସାଧାରଣ ନିର୍ବାଚନରେ ଭାଜପାର ଲୋକପ୍ରିୟତା ପ୍ରତିଫଳିତ ହୋଇଥିଲା। ବିଧାୟକ ଶତପଥୀ ୬୪,୦୮୪ ଓ ଭାଜପାର ଅମର ନାଏକ ୬୨,୫୯୯ ଭୋଟ ପାଇଥିଲେ। ଏହି ଫଳାଫଳ ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ନିଜର ସମସ୍ତ ବଳ ଲଗାଇବାକୁ ପ୍ରସ୍ତୁତି ଚଳାଇଛି ବୋଲି ଆଲୋଚନା ହେଉଛି।
ଭାଜପା ଜିଲା ସଭାପତି ଗୌତମ ରାୟ କହିଛନ୍ତି, ବରୀ ବ୍ଲକରେ ୨୦୧୭ ପଞ୍ଚାୟତ ନିର୍ବାଚନ ସରିବା ପରେ ବିଶ୍ୱରଞ୍ଜନ ମଲ୍ଲିକ ସ୍ବାଧୀନରୁ ଭାଜପାରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଅନୁପସ୍ଥିତିରେ ଭାଜପା ୪୩ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଶ୍ୱରଞ୍ଜନ ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ତେଣୁ ତାଙ୍କର ଅନୁପସ୍ଥିତି ଚଳିତ ନିର୍ବାଚନରେ କୌଣସି ପ୍ରଭାବ ପଡିବ ନାହିଁ। ହୁଏତ ସାଂଗଠନିକ ଦୃଷ୍ଟିକୋଣରୁ ଭାଜପା ଉପରେ କିଛିଟା ପ୍ରଭାବ ପଡ଼ିପାରେ। ବରୀ ଭୋଟର ବହୁତ ସଚେତନ। ଭାଜପାକୁ ସମର୍ଥନ କରୁଥିବା ଭୋଟର କେବେ ବି ପରିବର୍ତ୍ତନ ହେବେ ନାହିଁ ବୋଲି ଆଶା ରଖିଛନ୍ତି। ବଡଚଣା ବ୍ଲକରେ ଅମର ନାଏକ ନିର୍ବାଚନ ପରିଚାଳନାର ନେତୃତ୍ୱ ନେଉଛନ୍ତି। ତାଙ୍କର ଉପସ୍ଥିତି ଭାଜପାକୁ ବହୁତ ବଳ ଯୋଗାଇଛି ବୋଲି ରାୟ କହିଛନ୍ତି।
ଅନ୍ୟପକ୍ଷେ ବରୀ, ବଡଚଣା ବ୍ଲକରେ ବିଜେଡି ଓ ଭାଜପାର ନେତା ଏବଂ କର୍ମୀମାନେ ଏଥର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯତ୍ନବାନ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। କଂଗ୍ରେସ ମଧ୍ୟ ନିଜର ସ୍ଥିତି ସୁଧାରିବାରେ ଲାଗିଛି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri