ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ରାସ୍ତା ଉପରେ ପଡିଛି କୁଢ଼କୁଢ଼ ଔଷଧ

ଝାରସୁଗୁଡ଼ା ଅଫିସ,୧୨ା୧୦: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଓଡ଼ିଶା ଷ୍ଟେଟ୍‌ ମେଡିକାଲ୍‌ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌) ଗଠନ କରିଛନ୍ତି। ଏହା ଦ୍ୱାରା ନିରାମୟ ଯୋଜନାରେ ଲୋକଙ୍କୁ ଚିକିତ୍ସା ସହିତ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି। ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ରୋଗୀ ଏହି ସରକାରୀ ଔଷଧ ପାଉ ନାହାନ୍ତି। ଏହା ରୋଗୀଙ୍କୁ ଦିଆ ନ ଯାଇ ନଷ୍ଟ କରିଦିଆଯାଉଛି। ଏଭଳି ଘଟଣା ଝାରସୁଗୁଡ଼ା ଜିଲା ସଦର ମହକୁମାରେ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲାରେ ସ୍ବାସ୍ଥ୍ୟ ପରିଚାଳନାରେ ତ୍ରୁଟି ହେଉଥିବା ଆଲୋଚନା କରୁଛନ୍ତି।
ଝାରସୁଗୁଡ଼ା ବିକାଶ ସ୍କୁଲ ନିକଟ ରାସ୍ତା କଡରେ କୁଢ କୁଢ ଔଷଧ ପଡିରହିଛି। ଏଥିରେ ଓଏସ୍‌ଏମ୍‌ସିଏଲ୍‌ର ଔଷଧ ରହିଥିବାଦେଖିବାକୁ ମିଳିଛି। ଏଥିମଧ୍ୟରେ ଆଣ୍ଟିବାଓଟିକ୍‌, ପାରାସିଟାମଲ୍‌, ଭିଟାମିନ୍‌ ବି କମ୍ପ୍ଲେକ୍ସ, ଡିକ୍ଲୋଫେନ୍ସ ସିରଫ ଓ ଇଞ୍ଜେକ୍ସନ, ସାନିଟାଇଜର୍‌ ଆଦି ରହିଛି। କେତେକ ଔଷଧର ଏକ୍ସପାଏରୀ ଡେଟ୍‌ ୨୦୨୧ ଅଗଷ୍ଟ, ସେପ୍ଟେମ୍ବର ରହିଥିବାବେଳେ ଆଉ କେତେକର ଏକ୍ସପାଏରୀ ଡେଟ୍‌ ରହିଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କାର ଏହିସବୁ ଔଷଧକୁ ସ୍ପିରିଟ୍‌ ଢାଳି ସେଠାରେ ଅଧାପୋଡ଼ା କରି ଛାଡି ଦିଆଯାଇଛି। ତେବେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସକ ଡା. ଲାଲମୋହନ ରାଉତରାୟ କହିଛନ୍ତି, ଏ ସମ୍ପର୍କରେ ତାଙ୍କୁ ଜଣାନାହିଁ। ଏ ନେଇ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୮୭୧ ବର୍ଷ ଧରି ପୂଜା ପାଉଛନ୍ତି ମହାପ୍ରଭୁ

୧୧୪୮ ମସିହା ପୂର୍ବରୁ ମହାପ୍ରଭୁ ଉପାସିତ ହେଉଥିଲେ ଶାସଙ୍ଗ ଗ୍ରାମରେ। ବାଲେଶ୍ୱର ସହରଠାରୁ ୪ କୋଶ ଦୂରରେ ଇଟା ନିର୍ମିତ ମନ୍ଦିରରେ ପୂଜା ଆରମ୍ଭ କରିଥିଲେ...

ଚୋରା ଲୁହାପଥର ଟ୍ରକ ସହିତ କାର ଜବତ: ୫ ଗିରଫ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକରୁ ଗୁରୁବାର ଭୋର ଏକ ଚୋରା ଲୁହାପଥର ବୋଝେଇ ଚଉଦ ଚକିଆ ଟ୍ରକ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା...

ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ...

ହେତୁବାଦୀ, ପରମ୍ପରାବାଦୀ ପିଟାପିଟି

ବ୍ରହ୍ମପୁର ଅଫିସ,୯ା୧୧: ବ୍ରହ୍ମପୁର ସହର ହନୁମାନ ବଜାର ଛକରେ ହେତୁବାଦୀ ସଂଗଠନ ପକ୍ଷରୁ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ଯୋଗୁ ଏକ ସଭା ଓ ସାମୂହିକ ଭୋଜନ...

କରୋନା ଟେଷ୍ଟ ପାଇଁ ରକ୍ତ ନମୁନା ନେବା ପୂର୍ବରୁ ମେଡିକାଲରୁ ଯୁବକ ଫେରାର

ରାୟଗଡ଼ା ଅଫିସ,୪।୪: ରାୟଗଡ଼ା ଜିଲା କାଶୀପୁର ବ୍ଲକର ଜଣେ ଯୁବକ କେରଳରେ କାମ କରୁଥିଲେ। କରୋନା ପାଇଁ ଲକ୍ ଡାଉନ୍ ପରେ ଗାଡ଼ି ଚଳାଚଳ ବନ୍ଦ...

ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ...

ଜଳେଶ୍ୱରରେ ଥମୁନି ଧଳା ଜହର କାରବାର: ୫୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ବର,୫।୨(ଡି.ଏନ୍‌.ଏ.): ପୁଣି ଜଳେଶ୍ବରରେ ଜବତ ହେଲା ଧଳା ଜହର। ବୁଧବାର ଜଳେଶ୍ୱର ପୋଲିସ ୫୦ ଗ୍ରାମର ବ୍ରାଉନ ସୁଗାର ସହ ଦୁଇଟି ମୋବାଇଲ,ଗୋଟିଏ ବାଇକ ଜବତ...

Advertisement
Archives

Model This Week