ଚର୍ଚ୍ଚରେ ବ୍ରିଟେନ୍‌ ଏମ୍‌ପିଙ୍କୁ ହତ୍ୟା

ଲଣ୍ଡନ, ୧୭ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି ଡେଭିଡ୍‌ ଆମେସ୍‌ଙ୍କୁ ଶୁକ୍ରବାର ଏକ ଚର୍ଚ୍ଚରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ୬୯ ବର୍ଷୀୟ ଡେଭିଡ୍‌ ନିଜ ନିର୍ବାଚନମଣ୍ଡଳୀର ଲେହ-ଅନ୍‌-ସି ସହରରେ ଥିବା ଚର୍ଚ୍ଚରେ ଲୋକଙ୍କୁ ଭେଟୁଥିବାବେଳେ ତାଙ୍କୁ ଛୁରିରେ ପ୍ରାୟ ୧୭ ଥର ଆକ୍ରମଣ କରାଯାଇଥିଲା। ଖବରପାଇ ଏସେକ୍ସ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଡେଭିଡ୍‌ଙ୍କ ମୃତ୍ୟୁ ଘଟିସାରିଥିଲା। ଏଥିରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କଠାରୁ ଏକ ଛୁରି ଜବତ ହୋଇଛି। ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଘୋଷଣା କରାଯିବା ସହ ଏଥିରେ ଇସ୍‌ଲାମିକ୍‌ କଠୋରପନ୍ଥୀଙ୍କ ହାତ ଥିବା ପୋଲିସ ସନ୍ଦେହ କରିଛି। ଆତଙ୍କବାଦୀ ନିରୋଧୀ ପୋଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି। ଏ ବାବଦରେ ଲୋକଙ୍କ ନିକଟରେ ଫଟୋ, ଭିଡିଓ ଭଳି ପ୍ରମାଣ କିମ୍ବା ତଥ୍ୟ ଥିଲେ ତାହା ପୋଲିସକୁ ପ୍ରଦାନ କରିବାକୁ ନିବେଦନ କରାଯାଇଛି।
ଘଟଣା ପରେ ଏମ୍‌ପିମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଆଭ୍ୟନ୍ତରୀଣ ସଚିବ ପ୍ରୀତି ପଟେଲ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ପି ଡେଭିଡ୍‌ଙ୍କ ହତ୍ୟା ଲୋକତନ୍ତ୍ର ଉପରେ ଆକ୍ରମଣ ଏବଂ ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି। ଡେଭିଡ୍‌ ରାଜନୀତିରେ ସବୁଠାରୁ ଦୟାଳୁ, ଭଦ୍ରବ୍ୟକ୍ତି ଥିଲେ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ ମଧ୍ୟ ଆମେସ୍‌ଙ୍କୁ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଡେଭିଡ୍‌ ଆମେସ୍‌ ୧୯୮୩ରେ ପ୍ରଥମ ଥର ପାଇଁ ବାସିଲଡନ୍‌ରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୨ରେ ସେ ଆସନ ବଜାୟ ରଖିବାରେ ସଫଳ ହେବା ପରେ ପାର୍ଟିରେ ତାଙ୍କ ସମ୍ମାନ ବଢ଼ିଥିଲା। ୧୯୯୭ରୁ ସେ ସାଉଥଏଣ୍ଡ୍‌ ଓ୍ବେଷ୍ଟରୁ ନିର୍ବାଚନ ଜିତି ଏମ୍‌ପି ରହିଆସିଥିଲେ। ବ୍ରିଟେନ୍‌ରେ ରାଜନେତାଙ୍କ ବିରୋଧରେ ହିଂସା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ। ଏହା ପୂର୍ବରୁ ୨୦୧୬ ଜୁନ୍‌ରେ ଲେବର ପାର୍ଟିର ମହିଳା ଏମ୍‌ପି ଜୋ କକ୍ସଙ୍କୁ ଅତି ବିଭତ୍ସଭାବେ ଛୁରି ଭୁସି ଓ ଗୁଳି କରାଯାଇ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri