Posted inଜାତୀୟ

ଆବୁ ସାଲେମ ମାମଲା, ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ହେବ ପୂରଣ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୯।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ, ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ପାଳନ କରାଯିବ। ଆବୁ ସାଲେମଙ୍କ ମୁକ୍ତ ନେଇ ୨୦୩୦ରେ ବିଚାର କରାଯିବ କେନ୍ଦ୍ର ସରକାର କହିଛନ୍ତି। ସାଲେମଙ୍କ ପକ୍ଷରୁ କୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେ, ୨୦୦୨ରେ ଭାରତ ସରକାର ପର୍ତ୍ତୁଗାଲ ସରକାରଙ୍କୁ କହିଥିଲେ ଯେ, ସାଲେମଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇ ପାରିବ ନାହିଁ କିମ୍ବା କୌଣସି ପକ୍ଷରେ ୨୫ ବର୍ଷରୁ ଅଧିକ ଦଣ୍ଡାଦେଶ କରାଯାଇ ପାରିବ ନାହିଁ।

ଏହାପରେ ୨୦୦୫ ନଭେମ୍ବର ୧୧ରେ ସାଲେମ୍‌ଙ୍କୁ ଭାରତ ଅଣାଯାଇଥ୍‌ତ୍ଲା। ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ଅନୁସାରେ ସାଲେମଙ୍କ ଜେଲ ଦଣ୍ଡ ୨୦୩୦ ନଭେମ୍ବର ୧୦ରେ ଶେଷ ହେବ। ଏହାପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏନେଇ ମତାମତ ଦେବାକୁ ୧୨ ଏପ୍ରିଲ୍‌ରେ ଶେଷ ସୁଯୋଗ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାଣୀ ପର୍ତ୍ତୁଗାଲ ସରକାରଙ୍କୁ ଦେଇଥିବା ଆଶ୍ୱାସନାକୁ ପାଳନ କରି ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସର୍ବାଧିକ ଦଣ୍ଡ ୨୫ ବର୍ଷରୁ ଅଧିକ ହେବ ନାହିଁ ସମ୍ପର୍କରେ ଜବାବ ଲୋଡ଼ାଯାଇଥିଲା। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ବେଞ୍ଚରେ ଯୋଗାଯୋଗରେ ସମସ୍ୟା ଥିବା ଦର୍ଶାଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚିତ କରିବା ପରେ କେନ୍ଦ୍ରକୁ ଶେଷ ସୁଯୋଗ ଦେଇ୍‌ଥିଲେ।

ସତ୍ୟପାଠ ଦାଖଲ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ଏହା ଯଥାର୍ଥ ନୁହେଁ। ଯଦି ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଏତେ ବ୍ୟସ୍ତ ତେବେ କୋର୍ଟ ତାଙ୍କୁ ଏଠାରେ ଡାକିବେ। ଶୁଣାଣି ସମୟରେ ମେହେଟ୍ଟା ସ୍ବଳ୍ପ ସମୟରେ ଆଫିଡେଭିଟ ଦାଖଲ କରିବାକୁ ଦାବି କରିଥିବା ପ୍ରତିପକ୍ଷ ଆଇନଜୀବୀଙ୍କ ବିବୃତ୍ତିକୁ ନେଇ ଆପତ୍ତି କରିଥିଲେ। ସେ କହିଥିଲେ ଯେ ୨୫ ବର୍ଷର ଅବଧି ୨୦୨୭ରେ ସମାପ୍ତ ହେବ ଏବଂ ଯଦି ରିହାତି ପ୍ରଦାନ ନ ହୁଏ ତେବେ ଏହା ୨୦୩୦ରେ ଶେଷ ହେବ। ମେହେଟ୍ଟା କହିଥିଲେ ଯେ ପ୍ରତିପକ୍ଷର ଆଇନଜୀବୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

ସର୍ବୋଚ୍ଚ ଅଦାଲତ କହିଥିଲେ କୋର୍ଟର ସମୟସୀମାକୁ ସମ୍ମାନ ଦିଆଯିବା ଉଚିତ। ଏହି ମାମଲାର ପ୍ରରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ରେ କରାଯିବାକୁ ତାଲିକାଭୁକ୍ତ ହୋଇଛି। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶୀର୍ଷ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଦେଶକୁ ପଳାତକ ଅବୁ ସାଲେମଙ୍କୁ ଫେରାଇ ଆଣିବାକୁ ଚାହୁଁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିବଦ୍ଧତା ଏକ ବଡ ପ୍ରଭାବ ପକାଇବ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ନେଇ କୋର୍ଟ ସନ୍ତୁଷ୍ଟ ନୁହନ୍ତି।

ଏଥିରେ ଦର୍ଶାଯାଇଛି ଯେ ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବୁ ସାଲେମଙ୍କ ପ୍ରତ୍ୟର୍ପଣ ସମୟରେ ଭାରତ ପକ୍ଷରୁ ପର୍ତ୍ତୁଗାଲକୁ ଆଶ୍ୱାସନା ଦିଆଯାଇଥିବା ସର୍ବାଧିକ ଦଣ୍ଡ ଭାରତୀୟ କୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ । ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ତାଙ୍କ ଭୂମିକା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଥିବା ସାଲେମଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନ ଉପରେ ଶୀର୍ଷ ଅଦାଲତ ଫେବୃଆରୀ ୨ ରେ କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା ମାଗିଥିଲେ। ଏଥିରେ କୁହାଯାଇଥିଲା ଯେ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ତାଙ୍କ ସାଲେମ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ। ସାଲେମଙ୍କ ପିଟିଶନର ଜବାବ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri