ଚାଇନାର କୋଳରେ

ବିଗତ ସାଢ଼େ ୫ ବର୍ଷ ମଧ୍ୟରେ ଦେଶର ଋଣ ତିନିଗୁଣା ବୃଦ୍ଧି ପାଇଛି। ଜାନୁୟାରୀ ୨୦୨୧ ସୁଦ୍ଧା ନେପାଳର ମୋଟ ଋଣ ପରିମାଣ ୨୭.୫୬୨ ବିଲିୟନ ଡଲାର ଥିଲା। ଇତିମଧ୍ୟରେ ଋଣ ଉପରେ ସୁଧ ମିଶିଯିବା ପରେ ଏହାର ଆକାର ଆହୁରି ବିଶାଳ ରୂପ ଧାରଣ କରିଥିବ। ଏହି ଋଣର ବଡ଼ ଭାଗ ଚାଇନାଠାରୁ ମିଳିଥିଲା। ନେପାଳରେ ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ କରି ସେଠାକାର ସରକାରଙ୍କ ନିକଟରେ ବେଜିଂ ବିଶ୍ୱାସ ଜନ୍ମାଇସାରିଛି। ତେବେ ଏହାର ଇତିହାସକୁ ବୁଝିବାକୁ ହେବ। ଅଳ୍ପ କିଛି ବର୍ଷ ପୂର୍ବେ ନେପାଳ ଥିଲା ପୃଥିବୀର ଏକମାତ୍ର ହିନ୍ଦୁ ରାଷ୍ଟ୍ର। ପୁରୁଣା ସମ୍ବିଧାନରେ ଥିବା ହିନ୍ଦୁରାଷ୍ଟ୍ରର ଉଲ୍ଲେଖକୁ ବାଦ୍‌ ପକାଇ ଯେତେବେଳେ ନୂଆ ସମ୍ବିଧାନରେ ଧର୍ମନିରପେକ୍ଷତା ଲେଖାଗଲା, ସେତେବେଳେ ଭାରତ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଗଲା। ୨୦୧୫ ମସିହାରୁ ନେପାଳ-ଭାରତ ସୀମାନ୍ତରେ ଥିବା ମାଧେସୀମାନଙ୍କୁ ଧରି କାଠମାଣ୍ଡୁ ସରକାର ବିରୋଧରେ ଯେଉଁ ଅର୍ଥନୈତିକ ଅବରୋଧ ଅନୁଷ୍ଠିତ ହୋଇଥିଲା ସେଥିରେ ଭାରତର ହାତ ଥିଲା ବୋଲି ସାଧାରଣ ନେପାଳୀ ନାଗରିକର ଦୃଢ଼ ବିଶ୍ୱାସ ଜନ୍ମିଥିଲା। ମାଧେସୀମାନଙ୍କର ମୁଖ୍ୟ ଦାବି ଭାବରେ ନୂଆ ସମ୍ବିଧାନରେ ପରିବର୍ତ୍ତନ ଅନ୍ୟତମ ଥିଲା। ଭାରତରୁ ଯାଉଥିବା ପେଟ୍ରୋଲ, ଡିଜେଲ, ଓଷଧ ଏବଂ ଅନେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଏହି ମାଧେସୀ ଆନ୍ଦୋଳନକାରୀମାନେ ଅଟକାଇ ଦେଇଥିଲେ। ଘୋର ଅସୁବିଧାର ସମ୍ମୁଖୀନ ହେବା ହେତୁ ତତ୍‌କାଳୀନ ନେପାଳ ସରକାର ଚାଇନାମୁହଁା ହୋଇଥିଲା। ଏହାପରେ ନେପାଳ ପାର୍ଲାମେଣ୍ଟ ଦ୍ୱାରା ଚାଇନାର ଓବର ପ୍ରକଳ୍ପରେ ଭାଗ ନେବା ସକାଶେ ନିଷ୍ପତ୍ତି ଗୃହୀତ ହୋଇଥିଲା।
ରବିବାର ୨୦ ପେବୃୟାରୀ ୨୦୨୨ ଘଟଣାକୁ ଦେଖାଯାଉ। ନେପାଳ ପାର୍ଲାମେଣ୍ଟ ସମ୍ମୁଖରେ ବିରାଟ ପ୍ରତିବାଦ ଏବଂ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଆମେରିକାର ଏକ ଆର୍ଥିକ ସହାୟତା ଏଜେନ୍ସି ମିଲେନିୟମ୍‌ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି) ତରଫରୁ ୫୦୦ ନିୟୁତ ଡଲାରର ସାହାଯ୍ୟ ମିଳିବା ପାଇଁ ପ୍ରସ୍ତାବ ପାର୍ଲାମେଣ୍ଟ ଦ୍ୱାରା ଗୃହୀତ ହେବାର ଶୁଣି ବିିକ୍ଷୋଭକାରୀମାନେ ରାସ୍ତା ଅବରୋଧ ସହ ପୋଲିସ ଉପରେ ଆକ୍ରମଣ କରିଥିଲେ। ନେପାଳ ଏଭଳି ସାହାଯ୍ୟ ଆମେରିକାଠାରୁ ଲୋଡ଼ିବାକୁ ବିରୋଧ କରି ଏହି ହିଂସାମତ୍କ ପ୍ରତିବାଦ ହୋଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, ଏଭଳି ପ୍ରତିବାଦ ପଛରେ ସମ୍ଭବତଃ, ଚାଇନାର ହାତ ରହିଛି। ଚାଇନା କେବେହେଲେ ଚାହଁୁ ନ ଥିବ ଯେ ନେପାଳ କୌଣସି ପ୍ରକାରର ସାହାଯ୍ୟ ଗ୍ରହଣ କରି ଆମେରିକା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁ, ଯାହା ଆଫ୍ରିକା ଓ ଦକ୍ଷିଣ ଆମେରିକାର ଅନେକ ଦେଶରେ ଉଦାହରଣ ଭାବେ ଦେଖିବାକୁ ମିଳୁଛି। ସେଥିରୁ ବୁଝାପଡ଼ୁଛି ଯେ, ଯେଉଁ ଦେଶକୁ ଚାଇନା ଆର୍ଥିକ ଋଣ ଦେଇ ନିଜ କବଳକୁ ଆଣିବାକୁ ଚାହେଁ ସେହି ଦେଶ ଅନ୍ୟ କାହାରିଠାରୁ ସାହାଯ୍ୟ ନେବା ଉଚିତ ନୁହେଁ ବୋଲି ବେଜିଂ ଚିନ୍ତା କରେ। ଏଥିରୁ ଆହୁରି ମଧ୍ୟ ବୁଝାପଡ଼ୁଛି ଯେ, ଏବକାର ପରିସ୍ଥିତିରେ ନେପାଳ ଉପରେ ଚାଇନାର କର୍ତ୍ତୃତ୍ୱ ସମ୍ପୂର୍ଣ୍ଣ ଭାବେ ଜାହିର ହୋଇସାରିଲାଣି। ଯେତେବେଳେ ଆମେରିକାର ବିନା ସର୍ତ୍ତର ସାହାଯ୍ୟକୁ ସ୍ବୀକାର କରିବା ପୂର୍ବରୁ ଜନସାଧାରଣଙ୍କର ବିରୋଧ ପ୍ରକାଶ ପାଉଛି, ସେଥିରୁ ଜଣାପଡ଼ିଯାଉଛି ଭାରତର ନେପାଳ ସହ ସମ୍ପର୍କ କୌଣସି ଅର୍ଥ ରଖୁନାହଁି। ଧର୍ମର ଚିନ୍ତାକୁ ପ୍ରାଧାନ୍ୟ ଦେଇ ସୃଷ୍ଟି କରାଯାଉଥିବା ବୈଦେଶିକ ନୀତି ଯୋଗୁ ଭାରତର ସବୁ ପଡ଼ୋଶୀ ରାଷ୍ଟ୍ର ଭାରତ ବିରୋଧୀ ପାଲଟି ସାରିଲେଣି। କେବଳ ଭାରତ ବିରୋଧୀ ନୁହେଁ, ଦକ୍ଷିଣ ଏସିଆର ସବୁ ଦେଶ ଏବେ ଚାଇନାର କୋଳରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri