ଚାଇନାର କୋଳରେ

ବିଗତ ସାଢ଼େ ୫ ବର୍ଷ ମଧ୍ୟରେ ଦେଶର ଋଣ ତିନିଗୁଣା ବୃଦ୍ଧି ପାଇଛି। ଜାନୁୟାରୀ ୨୦୨୧ ସୁଦ୍ଧା ନେପାଳର ମୋଟ ଋଣ ପରିମାଣ ୨୭.୫୬୨ ବିଲିୟନ ଡଲାର ଥିଲା। ଇତିମଧ୍ୟରେ ଋଣ ଉପରେ ସୁଧ ମିଶିଯିବା ପରେ ଏହାର ଆକାର ଆହୁରି ବିଶାଳ ରୂପ ଧାରଣ କରିଥିବ। ଏହି ଋଣର ବଡ଼ ଭାଗ ଚାଇନାଠାରୁ ମିଳିଥିଲା। ନେପାଳରେ ବିଭିନ୍ନ ପ୍ରକାର ଭିତ୍ତିଭୂମି ବିକାଶ କରି ସେଠାକାର ସରକାରଙ୍କ ନିକଟରେ ବେଜିଂ ବିଶ୍ୱାସ ଜନ୍ମାଇସାରିଛି। ତେବେ ଏହାର ଇତିହାସକୁ ବୁଝିବାକୁ ହେବ। ଅଳ୍ପ କିଛି ବର୍ଷ ପୂର୍ବେ ନେପାଳ ଥିଲା ପୃଥିବୀର ଏକମାତ୍ର ହିନ୍ଦୁ ରାଷ୍ଟ୍ର। ପୁରୁଣା ସମ୍ବିଧାନରେ ଥିବା ହିନ୍ଦୁରାଷ୍ଟ୍ରର ଉଲ୍ଲେଖକୁ ବାଦ୍‌ ପକାଇ ଯେତେବେଳେ ନୂଆ ସମ୍ବିଧାନରେ ଧର୍ମନିରପେକ୍ଷତା ଲେଖାଗଲା, ସେତେବେଳେ ଭାରତ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖାଗଲା। ୨୦୧୫ ମସିହାରୁ ନେପାଳ-ଭାରତ ସୀମାନ୍ତରେ ଥିବା ମାଧେସୀମାନଙ୍କୁ ଧରି କାଠମାଣ୍ଡୁ ସରକାର ବିରୋଧରେ ଯେଉଁ ଅର୍ଥନୈତିକ ଅବରୋଧ ଅନୁଷ୍ଠିତ ହୋଇଥିଲା ସେଥିରେ ଭାରତର ହାତ ଥିଲା ବୋଲି ସାଧାରଣ ନେପାଳୀ ନାଗରିକର ଦୃଢ଼ ବିଶ୍ୱାସ ଜନ୍ମିଥିଲା। ମାଧେସୀମାନଙ୍କର ମୁଖ୍ୟ ଦାବି ଭାବରେ ନୂଆ ସମ୍ବିଧାନରେ ପରିବର୍ତ୍ତନ ଅନ୍ୟତମ ଥିଲା। ଭାରତରୁ ଯାଉଥିବା ପେଟ୍ରୋଲ, ଡିଜେଲ, ଓଷଧ ଏବଂ ଅନେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଏହି ମାଧେସୀ ଆନ୍ଦୋଳନକାରୀମାନେ ଅଟକାଇ ଦେଇଥିଲେ। ଘୋର ଅସୁବିଧାର ସମ୍ମୁଖୀନ ହେବା ହେତୁ ତତ୍‌କାଳୀନ ନେପାଳ ସରକାର ଚାଇନାମୁହଁା ହୋଇଥିଲା। ଏହାପରେ ନେପାଳ ପାର୍ଲାମେଣ୍ଟ ଦ୍ୱାରା ଚାଇନାର ଓବର ପ୍ରକଳ୍ପରେ ଭାଗ ନେବା ସକାଶେ ନିଷ୍ପତ୍ତି ଗୃହୀତ ହୋଇଥିଲା।
ରବିବାର ୨୦ ପେବୃୟାରୀ ୨୦୨୨ ଘଟଣାକୁ ଦେଖାଯାଉ। ନେପାଳ ପାର୍ଲାମେଣ୍ଟ ସମ୍ମୁଖରେ ବିରାଟ ପ୍ରତିବାଦ ଏବଂ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଆମେରିକାର ଏକ ଆର୍ଥିକ ସହାୟତା ଏଜେନ୍ସି ମିଲେନିୟମ୍‌ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି) ତରଫରୁ ୫୦୦ ନିୟୁତ ଡଲାରର ସାହାଯ୍ୟ ମିଳିବା ପାଇଁ ପ୍ରସ୍ତାବ ପାର୍ଲାମେଣ୍ଟ ଦ୍ୱାରା ଗୃହୀତ ହେବାର ଶୁଣି ବିିକ୍ଷୋଭକାରୀମାନେ ରାସ୍ତା ଅବରୋଧ ସହ ପୋଲିସ ଉପରେ ଆକ୍ରମଣ କରିଥିଲେ। ନେପାଳ ଏଭଳି ସାହାଯ୍ୟ ଆମେରିକାଠାରୁ ଲୋଡ଼ିବାକୁ ବିରୋଧ କରି ଏହି ହିଂସାମତ୍କ ପ୍ରତିବାଦ ହୋଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, ଏଭଳି ପ୍ରତିବାଦ ପଛରେ ସମ୍ଭବତଃ, ଚାଇନାର ହାତ ରହିଛି। ଚାଇନା କେବେହେଲେ ଚାହଁୁ ନ ଥିବ ଯେ ନେପାଳ କୌଣସି ପ୍ରକାରର ସାହାଯ୍ୟ ଗ୍ରହଣ କରି ଆମେରିକା ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁ, ଯାହା ଆଫ୍ରିକା ଓ ଦକ୍ଷିଣ ଆମେରିକାର ଅନେକ ଦେଶରେ ଉଦାହରଣ ଭାବେ ଦେଖିବାକୁ ମିଳୁଛି। ସେଥିରୁ ବୁଝାପଡ଼ୁଛି ଯେ, ଯେଉଁ ଦେଶକୁ ଚାଇନା ଆର୍ଥିକ ଋଣ ଦେଇ ନିଜ କବଳକୁ ଆଣିବାକୁ ଚାହେଁ ସେହି ଦେଶ ଅନ୍ୟ କାହାରିଠାରୁ ସାହାଯ୍ୟ ନେବା ଉଚିତ ନୁହେଁ ବୋଲି ବେଜିଂ ଚିନ୍ତା କରେ। ଏଥିରୁ ଆହୁରି ମଧ୍ୟ ବୁଝାପଡ଼ୁଛି ଯେ, ଏବକାର ପରିସ୍ଥିତିରେ ନେପାଳ ଉପରେ ଚାଇନାର କର୍ତ୍ତୃତ୍ୱ ସମ୍ପୂର୍ଣ୍ଣ ଭାବେ ଜାହିର ହୋଇସାରିଲାଣି। ଯେତେବେଳେ ଆମେରିକାର ବିନା ସର୍ତ୍ତର ସାହାଯ୍ୟକୁ ସ୍ବୀକାର କରିବା ପୂର୍ବରୁ ଜନସାଧାରଣଙ୍କର ବିରୋଧ ପ୍ରକାଶ ପାଉଛି, ସେଥିରୁ ଜଣାପଡ଼ିଯାଉଛି ଭାରତର ନେପାଳ ସହ ସମ୍ପର୍କ କୌଣସି ଅର୍ଥ ରଖୁନାହଁି। ଧର୍ମର ଚିନ୍ତାକୁ ପ୍ରାଧାନ୍ୟ ଦେଇ ସୃଷ୍ଟି କରାଯାଉଥିବା ବୈଦେଶିକ ନୀତି ଯୋଗୁ ଭାରତର ସବୁ ପଡ଼ୋଶୀ ରାଷ୍ଟ୍ର ଭାରତ ବିରୋଧୀ ପାଲଟି ସାରିଲେଣି। କେବଳ ଭାରତ ବିରୋଧୀ ନୁହେଁ, ଦକ୍ଷିଣ ଏସିଆର ସବୁ ଦେଶ ଏବେ ଚାଇନାର କୋଳରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri