ଆମ୍ବତୁମ୍ବା ଅଞ୍ଚଳରେ ୧୪ ଶିମିଳିପାଳ ହାତୀ

ଜଳେଶ୍ୱର, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ରେଞ୍ଜ ଅଧୀନରେ ଥିବା କର୍ମଚାରୀମାନେ ବାରମ୍ବାର ହାତୀ ଘଉଡ଼ାଉଥିଲେ ମଧ୍ୟ ସେମାନେ ପୁନର୍ବାର ଏହି ଅଞ୍ଚଳକୁ ଫେରିଆସୁଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ବନକର୍ମଚାରୀଙ୍କ ସମନ୍ବୟ ଅଭାବରୁ ହାତୀଗୁଡ଼ିକ ଏପରି ଚଳପ୍ରଚଳ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।
ଗତ ୨ଦିନ ତଳେ ଜଳେଶ୍ୱର ଫରେଷ୍ଟ ରେଞ୍ଜ କର୍ମଚାରୀମାନେ ବହୁ କସରତ ପରେ ୧୪ ଶିମିଳିପାଳ ହାତୀକୁ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ରେଞ୍ଜକୁ ଘଉଡ଼ାଇ ଦେଇଥିଲେ। ସେମାନେ ପୁଣି ଏ ଅଞ୍ଚଳକୁ ଫେରିଆସିଛନ୍ତି। ପରେ ବ୍ୟାପକ କ୍ଷତି କରିବା ସହିତ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଆହତ କରୁଛନ୍ତି ା ଏହା ବନବିଭାଗର ମୁଣ୍ଡ ବ୍ୟଥାର କାରଣ ହୋଇଛି। ସୁବର୍ଣ୍ଣରେଖା ବହୁମୁଖୀ ଯୋଜନାର କେନାଲରେ ନିର୍ମାଣ ହୋଇଥିବା ପୋଲଗୁଡ଼ିକରେ ସାଧାରଣ ଲୋକେ ହାତୀ ଯିବାଆସିବାରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ଶିମିଳିପାଳ ଜଙ୍ଗଲରୁ ବାହାରି ଆସିଥିବା ହାତୀଗୁଡ଼ିକ ଫେରିବାରେ ଅସୁବିଧା ସୃଷ୍ଟି ହେଉଛି। କେତେକ ଲୋକେ ବାରିପଦାସ୍ଥିତ ଆଞ୍ଚଳିକ ବନବିଭାଗର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (କନ୍‌ଜରଭେଟର) କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ଏହାର ସମାଧାନ ନ ହେଲେ ପୁଣି ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ସୂଚନା ଯେ, ଖରିଫ ଋତୁଠାରୁ ଅଦ୍ୟାବଧି ହାତୀପଲ ଲୁହପଡ଼ା, ଆମ୍ବତୁମ୍ବା, ଜହ୍ନିଫୁଲିଆ, ରଙ୍ଗାମାଟିଆ, ପଥରଶୋଳ, ଡାଙ୍ଗରାପଦା, ଦୁଧିଆଶୋଳ, ବାଗବୁଡ଼ା ଆଦି ଜଙ୍ଗଲରେ ରହି ନିକଟସ୍ଥ ଗ୍ରାମରେ ବ୍ୟାପକ କ୍ଷତି କରୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri