୧୪ ବର୍ଷରେ ତୁଳସୀନଗରପଡ଼ା ଦୁର୍ଗାପୂଜା

ବଲାଙ୍ଗୀର ଅଫିସ, ୩ା୧୦: ବଲାଙ୍ଗୀର ତୁଳସୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ତୁଳସୀନଗର ଦୁର୍ଗାପୂଜା କମିଟି ପକ୍ଷରୁ ତିନିଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଶନିବାର କମିଟି ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା। କମିଟି ପକ୍ଷରୁ ନାରାୟଣ ମିଶ୍ର ଓ ତାଙ୍କ ସ୍ତ୍ରୀ ସରିତା ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। କଳିକତାରୁ ଆସିଥିବା ମୂର୍ତ୍ତି କାରୀଗର ରତନ ପାଲ ମୃଣ୍ମୟୀ ମୂର୍ତ୍ତି ତିଆରି କରିଛନ୍ତି। ଆକର୍ଷଣୀୟ ପରଭା ଓ ମେଢ଼ ତିଆରି କରିଛନ୍ତି ପୁଇଁତଲା ବ୍ଳକର ଅଶ୍ୱିନୀ ଖଣ୍ଡାୟତ ଓ ସହଯୋଗୀ। ପ୍ରତିଦିନ ସନ୍ଧ୍ୟା ଆଳତୀ ଆକର୍ଷଣୀୟ ହେଉଛି। ସୁଦପଡାର ଘଣ୍ଟବାଦ୍ୟ ପରିବେଷଣ କରୁଛନ୍ତି। ଚଳିତବର୍ଷ ଦୁର୍ଗାପୂଜା ପାଇଁ ୫ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଆକର୍ଷଣୀୟ ମେଢ଼ ଓ ସାଜସଜ୍ଜା ପାଇଁ ସୋନପୁରର ପ୍ରଦୀପ ଲାଇଟ୍‌ ପକ୍ଷରୁ ଆଲୋକ ସାଜସଜ୍ଜା କରାଯାଉଛି। ଦୁର୍ଗା ପୂଜା କମିଟି ସଭାପତି କିଶୋର ରଥ, ଉପସଭାପତି ଚକ୍ରପାଣି ରଣା ଓ ଆଡଭୋକେଟ୍‌ ନିଳାଦ୍ରୀ ବିହାରୀ ସିଂ, ସମ୍ପାଦକ ସୁନୀଲ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଗୋବିନ୍ଦ ବହିଦାର ଓ ଆଲୋକ ପାଣିଗ୍ରାହୀ, କୋଷାଧ୍ୟକ୍ଷ ନାରାୟଣ ମିଶ୍ର ଓ ଅଜୁ ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ନୂତନ ପୂଜା ମଣ୍ଡପ ଅନ୍ୟତମ ଆକର୍ଷଣ ହୋଇଛି।

କର୍ମକର୍ତ୍ତା ଯାହା କହନ୍ତିି

ତୁଳସୀନଗର ଦୁର୍ଗାପୂଜା କମିଟି ଭାଇଚାର ଓ ପାରସ୍ପରିକ ଏକତାକୁ ପ୍ରାଧାନ୍ୟ ଦେଇଆସିଛି। ବିଶ୍ୱ କଲ୍ୟାଣ ପାଇଁ ଆମେ ସବୁବେଳେ ମା’ଙ୍କ ପ୍ରାର୍ଥନା କରିଆସୁଛୁ। କୋଭିଡ ପରେ ଦୁର୍ଗାପୂଜା ପାଳନ କରାଯାଉଥିବାରୁ ପୂଜା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।
କିଶୋର କୁମାର ରଥ, ସଭାପତି,
ଦୁର୍ଗାପୂଜା କମିଟି।
ଚଳିତବର୍ଷ ଦୁର୍ଗାପୂଜା ପାଇଁ ଆକର୍ଷଣୀୟ ପରଭା, ମେଢ଼ ଓ ମୃଣ୍ମୟୀ ମୂର୍ତ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନୂତନ ଭାବେ ଅତ୍ୟଶଧୁନିକ ଆଲୋକସଜ୍ଜା କରାଯାଇଛି। ମହାମାରୀ ଯୋଗୁଁ କମ୍‌ ଖର୍ଚ୍ଚରେ କିଭଳି ଆକର୍ଷଣୀୟ ପୂଜା ଓ ଉତ୍ସବାଦି ହୋଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ସୁନୀଲ କୁମାର ମହାନ୍ତି, ସମ୍ପାଦକ,
ଦୁର୍ଗାପୂଜା କମିଟି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri