Categories: ରାଜ୍ୟ

ରାଜ୍ୟରେ ୨୪୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୮।୧- ରାଜ୍ୟରେ ଶୁକ୍ରବାର ୨୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୭,୫୩୪ରେ ପହଞ୍ଚିଛି। ଅନୁଗୁଳ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ଆରୋଗ୍ୟ ଲାଭ କରିଥିବା ତାଲିକାରେ ସମ୍ବଲପୁରରୁ ୨୮, ବରଗଡ଼ରୁ ୨୪, କଟକରୁ ୨୩, ସୁନ୍ଦରଗଡ଼ରୁ ୧୭, ଯାଜପୁର ଓ ଝାରସୁଗୁଡ଼ାରୁ ୧୫, ବାଲେଶ୍ୱର ୧୪, କେନ୍ଦ୍ରପଡ଼ାରୁ ୧୦, ବଲଙ୍ଗୀରରୁ ୮ , କେନ୍ଦୁଝର ଓ ଖୋର୍ଦ୍ଧାରୁ ୭, ଜଗତ୍‌ସିଂହପୁର ଓ ମୟୁରଭଞ୍ଜରୁ ୬, କଳାହାଣ୍ଡି ଓ ମାଲକାନଗିରିରୁ ୪, ବୌଧ, ନବରଙ୍ଗପୁର, ନୟାଗଡ଼ା ଓ ସୋନପୁରରୁ ୩, ନୂଆପଡ଼ାରୁ ୨, ଦେଓଗଡ଼, ଗଞ୍ଜାମ, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏ ଏବଂ ଷ୍ଟେଟ୍‌ ପୁଲ ୬ ଜଣ ରହିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।