Posted inଜାତୀୟ

୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

କୋଲକାତା,୨୨।୧୦: ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ ଆଧାରରେ ଗୁରୁବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍‌ ମିତ୍ର ଏଭଳି ଅଭିଯୋଗ ଆଣିଛନ୍ତି।
ଅର୍ଥମନ୍ତ୍ରୀ ଡକ୍ଟର ଅମିତ ମିତ୍ର ଟୁଇଟରରେ କହିଛନ୍ତି, ୨୦୧୪-୧୮ରେ ୨୩,୦୦୦ ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି(ମୋର୍ଗାନ ଷ୍ଟାନ୍‌ଲେ ଷ୍ଟଡି), ଯାହାକି ବିଶ୍ୱରେ ସର୍ବାଧିକ। ସେହିପରି ୨୦୧୯ରେ ୭,୦୦୦ ଉଦ୍ୟୋଗୀ ଦେଶ ଛାଡ଼ିଥିବା ବିଷୟ ଆଫ୍ରାସିଆ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜିଡବ୍ଲ୍ୟୁଏମ୍‌ ରିଭ୍ୟୁ ଅନୁସାରେ ୨୦୨୦ରେ ୫,୦୦୦ ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି। ୨୦୧୪-୨୦ରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ଏହି ଗଣପଳାୟନ ବିଶ୍ୱରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ। ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ୧୯ ମିନିଟର ଭର୍ତ୍ସନାକୁ ମନେପକାନ୍ତୁ। ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ। ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋୟଲଙ୍କୁ ଏନେଇ କାହିଁକି ତାଗିଦ କଲେନାହିଁ ବୋଲି ମିତ୍ର ଟୁଇଟ୍‌ କରିଛନ୍ତି। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ ଆଧାରରେ ଗୁରୁବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍‌ ମିତ୍ର ଏଭଳି ଅଭିଯୋଗ ଆଣିଛନ୍ତି।
ଅର୍ଥମନ୍ତ୍ରୀ ଡକ୍ଟର ଅମିତ ମିତ୍ର ଟୁଇଟରରେ କହିଛନ୍ତି, ୨୦୧୪-୧୮ରେ ୨୩,୦୦୦ ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି(ମୋର୍ଗାନ ଷ୍ଟାନ୍‌ଲେ ଷ୍ଟଡି), ଯାହାକି ବିଶ୍ୱରେ ସର୍ବାଧିକ। ସେହିପରି ୨୦୧୯ରେ ୭,୦୦୦ ଉଦ୍ୟୋଗୀ ଦେଶ ଛାଡ଼ିଥିବା ବିଷୟ ଆଫ୍ରାସିଆ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜିଡବ୍ଲ୍ୟୁଏମ୍‌ ରିଭ୍ୟୁ ଅନୁସାରେ ୨୦୨୦ରେ ୫,୦୦୦ ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି। ୨୦୧୪-୨୦ରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ଏହି ଗଣପଳାୟନ ବିଶ୍ୱରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ। ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ୧୯ ମିନିଟର ଭର୍ତ୍ସନାକୁ ମନେପକାନ୍ତୁ। ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ। ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋୟଲଙ୍କୁ ଏନେଇ କାହିଁକି ତାଗିଦ କଲେନାହିଁ ବୋଲି ମିତ୍ର ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri