ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସହଯୋଗ କରୁନାହିଁ। ବାରମ୍ବାର କାର୍ଯ୍ୟ ସମୀକ୍ଷା ସହ ଡ୍ରେନ୍‌ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ ମଗାଯାଉଥିଲେ ମଧ୍ୟ ଏନଏଚ୍‌ଏଆଇ ତାହା ପ୍ରଦାନ କରୁ ନାହିଁ। ଏପରି କି ଚିଠିର ଉତ୍ତର ମଧ୍ୟ ଦେଉନାହିଁ। ଫଳରେ ମରାମତି କାର୍ଯ୍ୟ ଆଗେଇପାରୁ ନ ଥିବା ଜିଲାପାଳ ପ୍ରକାଶ କରିଛନ୍ତି।
ପ୍ରଶାସନ ପକ୍ଷରୁ କୁହାଯାଇଛି, ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ଆଣ୍ଠୁଏ ଲେଖାଏ ଖାଲରେ ପାଣି କାଦୁଅ ଭରି ରହିଥିଲା। ଏ ନେଇ ବିଭିନ୍ନ ସଙ୍ଗଠନ ଓ ଜିଲାବାସୀଙ୍କ ପକ୍ଷରୁ ଆନ୍ଦୋଳନ, ଧାରଣା ଦିଆଯିବା ପରେ ଜିଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନେଇ ବହୁବାର ବୈଠକ କରାଯାଇଥିଲା। ବିଶେଷକରି ଡ୍ରେନ୍‌ ନିର୍ମାଣ ଓ ପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଢେଙ୍କାନାଳ ପିଡିଙ୍କୁ ବାରମ୍ବାର କୁହାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀ ନ ଶୁଣିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଗତ ୨୩ ତାରିଖରେ ଏନ୍‌ଏଚ୍‌ଏଆଇ ପିଡି ଢେଙ୍କାନାଳଙ୍କୁ ଚିଠି ନଂ- ଏନ୍‌ବିସିସି/ଜୋନାଲ ପିଏମ୍‌ଜିଏସ୍‌ୱାଇ/ ଅନୁଗୋଳ/୨୦୨୨-୨୩/୧୯୫ରେ ଚିଠି ଲେଖିଥିଲେ। ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ, ଜିଲା ପ୍ରଶାସନର ଡିଏମ୍‌ଏଫ୍‌ ପାଣ୍ଠିରୁ କରାଯାଉଥିବା ଜାତୀୟ ରାଜପଥର ୬ଟି ପ୍ୟାଚ କାର୍ଯ୍ୟ ଚାଲିଛି। ୬ଟି ପ୍ୟାଚ୍‌ର ନୂତନ ରାସ୍ତା କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଡ୍ରେନ୍‌ ଓ କ୍ରସ୍‌ ଡ୍ରେନେଜ୍‌ ପ୍ରକ୍ରିୟା ପାଇଁ ବାରମ୍ବାର ବ୍ଲୁ ପ୍ରିଣ୍ଟ ମଗାଯାଇଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ତାହାକୁ ପ୍ରଦାନ କଲା ନାହିଁ। ଫଳରେ ୩ଟି ପ୍ୟାଚ ବର୍ଷାରେ ଧୋଇଗଲା। ପୁଣି ଏନ୍‌ଏଚ୍‌ଏଆଇକୁ ଡ୍ରେନ୍‌ ଥିବା ସ୍ଥାନର ବ୍ଳୁ ପ୍ରିଣ୍ଟ ମାଗିଥିଲେ ମଧ୍ୟ ଏହାକୁ ପ୍ରଦାନ କରାଯାଉ ନାହିଁ। ତେଣୁ ଏନ୍‌ଏଚ୍‌ଏଆଇର ଅସହଯୋଗ ଯୋଗୁ ବାଧ୍ୟ ହୋଇ ଜିଲା ପ୍ରଶାସନ ମରାମତି କାର୍ଯ୍ୟରୁ ଓହରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri