Posted inଜାତୀୟ

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି। ମଧ୍ୟପ୍ରଦେଶର ଜବଲପୁରରେ ଗତ ୨୨ ତାରିଖରେ ଏଭଳି ଘଟଣା ଘଟିଛି। ଘଟଣାରେ ସମ୍ପୃକ୍ତ ମହିଳାଙ୍କ ବାପା ଓ ଅନ୍ୟ ୩ ଜଣ ଗିରଫ ହୋଇଛନ୍ତି।

ଅଭିଯୋଗକାରୀ ରାଜକୁମାର ଦେହାରିଆ ପୋଲିସ ନିକଟରେ କହିଛନ୍ତି, ଯାଦବ ସମ୍ପ୍ରଦାୟର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ଥିଲା। ଯୁବତୀଙ୍କୁ ଘରୁ ବାହାରକୁ ଯିବାକୁ ଓ ଫୋନ ବ୍ୟବହାର କରିବାକୁ ପରିବାର ଲୋକେ ଅନୁମତି ଦେଉ ନ ଥିଲେ। ଏଣୁ ସେ ଜଣେ ସାଙ୍ଗଠାରୁ ଫୋନ ଆଣି ଉକ୍ତ ଯୁବତୀଙ୍କୁ ଦେଇଥିଲେ।

ଫୋନ ବିଷୟରେ ଜାଣିବା ପରେ ଦେହାରିଆ ଓ ତାଙ୍କ ସାଙ୍ଗକୁ ଉଠାଇ ଆଣିଥିଲେ ଯୁବତୀଙ୍କ ସମ୍ପର୍କୀୟମାନେ। ସେମାନଙ୍କୁ ଅଧା ଲଣ୍ଡା କରିବା ପରେ ବେକରେ ଯୋତାମାଳ ପକାଇ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ପାଖକୁ ନ ଯିବାକୁ ଧମକ ଦେଇଥିବା ଦୁଇ ପୀଡ଼ିତ ଷ୍ଟେଟମେଣ୍ଟରେ କହିଛନ୍ତି। ୨୭ ତାରିଖରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇଥିବା ବରିଷ୍ଠ ପୋଲିସ ଅଧିକାରୀ ରବି ଚୌହ୍ବାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ...

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ...

ବାଚସ୍ପତିଙ୍କ ଉପରେ ରାଗିଗଲେ ରାଜ୍ୟପାଳ

କୋଲକତା,୨୫।୧: ପଶ୍ଚିମବଙ୍ଗରେ ପୁଣି ଥରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାଜ୍ୟପାଳ ଜଗଦୀପ ଧନଖର ମଙ୍ଗଳବାର ପୁଣି ଥରେ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏବଂ ମୁଖ୍ୟମନ୍ତ୍ରୀ...

ଝାନ୍ସୀକୁ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ନାମରେ ଜାଣିିବା ଉଚିତ୍‌: କୋର୍ଟ

ଝାନ୍ସୀ ୭।୩: ଝାନ୍ସି ରେଳ ଷ୍ଟେସନର ନାମ ବଦଳାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ସୋମବାର...

ତିନି ଦିନିଆ କର୍ନାଟକ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସୋମବାରଠାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନିଆ କର୍ନାଟକ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ଭାବେ କୌଣସି ରାଜ୍ୟକୁ...

ଚୋରିକରି ପଳାଉଥିବା ବେଳେ କୂଅରେ ପଡ଼ିଲେ

ହାଇଦ୍ରାବାଦ,୨୨।୧: ତେଲଙ୍ଗାନାର ହନମ୍‌କୋଣ୍ଡା ଜିଲାର ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜ ଛାତ୍ରୀନିବାସରୁ ଶନିବାର ରାତିରେ ମୋବାଇଲ ଫୋନ୍‌ ଏବଂ ଲାପ୍‌ଟପ ଚୋରିକରି ଖସି ପଳାଇବାକୁ ଉଦ୍ୟମ କରୁଥିବା...

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର

ବମ୍ବେ: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ଗୁରୁତର। କିଛି ଦିନ ଧରି ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରିବର୍ତ୍ତେ...

ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା

ଉଦୟପୁର, ୭।୨: ରାଜସ୍ଥାନର ଉଦୟପୁରରରେ ଏକ ଅଭାବନୀୟ ଘଟଣା ଘଟିଛି। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ଅଧିକାରୀ ରାଜୁ ପରମାରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି।...

Advertisement
Archives

Model This Week