ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ: ମୃତଦେହ ଛାଡ଼ି ଫେରାର

ମହାକାଳପଡ଼ା, ୨୪।୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଡ଼ମଠ ଗଁାର ଜଣେ ୫ ମାସର ଗର୍ଭବତୀ ବଧୂଙ୍କୁ ଯୌତୁକ ଲାଗି ହତ୍ୟା କରାଯାଇଥିବା ବାପା ଅଭିଯୋଗ କରିଛନ୍ତି। ଶାଶୁଘର ଲୋକ ଫେରାର ହୋଇଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ସୋମବାର ରହିଛି।
ସୂଚନାଯୋଗ୍ୟ, ବଡ଼ମଠ ଗଁାର ତ୍ରିଲୋଚନ ଭୂୟଁାଙ୍କ ପୁଅ ଚଗଲି (୨୫) ମହାକାଳପଡ଼ା ଥାନା ଅନ୍ତର୍ଗତ ତେନ୍ତୁଲିକନ୍ଧା ଗଁାର ଗୟାଧର ପ୍ରଧାନଙ୍କ ଝିଅ ନମିତାଙ୍କୁ ଦେଢ଼ବର୍ଷ ତଳେ ବୈଦିକ ରୀତି ମତେ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ଦିଆଯାଇଥିଲା। ପରେ ବୋହୂଙ୍କୁ ଅଧିକ ଯୌତୁକ ପାଇଁ ଶାଶୁ ଅଞ୍ଜନା, ନଣନ୍ଦ ସୋନି, ସ୍ବାମୀ ଚଗଲି, ଶ୍ୱଶୁର ତ୍ରିଲୋଚନ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ। ରବିବାର ନମିତା ଫୋନରେ ବୋଉଙ୍କୁ ଅଧିକ ଯୌତୁକ ଦିଅ ନଚେତ ଶାଶୁ ଘର ଲୋକେ ମାରିଦେବାକୁ ଧମକ ଦେଇଛନ୍ତି ବୋଲି କହିଥିଲେ। ଏହାର କିଛି ସମୟ ପରେ ଜ୍ୱାଇଁ ଚଗଲି ଫୋନ କରି ଶାଶୁଙ୍କୁ କହିଥିଲେ, ତୁମ ଝିଅ ଦେହ ଭଲ ନାହିଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦେଖିବାକୁ ଆସ। ପରେ ବାପ ଘର ଲୋକ ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ବା ପରେ ଡାକ୍ତର ଝିଅଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ୫ ମାସର ଗର୍ଭବତୀ ଥିଲେ। ଝିଅକୁ ନିର୍ଯାତନା ଦେବା ସହ ପରିବାରର ସମସ୍ତେ ହତ୍ୟା କରିଥିବା ନେଇ ବାପା ଗୟାଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲା। ହେଲେ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ଥିବା ଶାଶୁ ଘର ଲୋକ ସମସ୍ତେ ଘରେ ତାଲା ପକାଇ ଫେରାର ହୋଇଯାଇଥିଲେ। ଫଳରେ ପୋଲିସ ପକ୍ଷରୁ ଘରେ ଅନ୍ୟ ଏକ ତାଲା ଝୁଲାଇ ତଦନ୍ତ ଆରମ୍ଭ କରିଛି। ଏ ନେଇ ପୋଲିସ ନଂ. ୧୮୩/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅପରପକ୍ଷରେ ପୋଲିସ ମୃତଦେହ ଜବତ କରିଥିଲେ ହେଁ ବ୍ୟବଚ୍ଛେଦ ହୋଇ ନାହିଁ। ଗୟାଧର କହିଛନ୍ତି, ହତ୍ୟା କରିଥିବା ଶାଶୁ ଘର ଲୋକେ ଯେ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri