ଜରି ପଞ୍ଚାୟତରେ ଜରିପାଲ ଭରସା

ଯାଜପୁର ଅଫିସ/ ବିଞ୍ଝାରପୁର, ୧୫ା୯(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଆବାସ ପ୍ଲସ୍‌ର ପ୍ରାଥମିକ ତାଲିକା ପ୍ରକାଶ ପାଇନାହିଁ। ଯେବେ ଏହା ପ୍ରକାଶ ପାଇବ ସର୍ବସାଧାରଣ ନିମନ୍ତେ ଅବଗତ କରାଇ ଦିଆଯିବ। ଏନେଇ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ। ଆବାସ ତାଲିକା ନେଇ ସୂଚନା ଅଧିକାର କର୍ମୀ ସିମନ୍ତ କୁମାର ପାତ୍ରଙ୍କ ଆବେଦନରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ପ୍ରକଳ୍ପ ସଂଯୋଜକ ବିକାଶ ରଞ୍ଜନ ଦାସ ଏଭଳି ଉତ୍ତର ରଖିଛନ୍ତି। ଅଥଚ ବ୍ଲକର କେତେଜଣ ରାଜନୈତିକ ବ୍ୟକ୍ତି ଜରି ପାଲ ତଳେ ବସବାସ କରୁଥିବା ଜରି ପଞ୍ଚାୟତର ଗରିବ ଲୋକଙ୍କଠାରୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ୧୦ ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଆବାସ ଦୁର୍ନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବିଞ୍ଝାରପୁର ବ୍ଲକରେ ପୁଣି ଏକ ଗରିବ ଶୋଷଣ ନୀତି ଯୋଡି ହୋଇଯାଇଛି। ୨୦୧୯ରେ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିବା ଜରି ପଞ୍ଚାୟତରେ ଶତାଧିକ ଗରିବ ପରିବାର ଚାଳଛପର ଉପରେ ଜରି ପାଲ ପକାଇ ଜୀବନ ଜିଉଛନ୍ତି ା ଏପରି ପରିସ୍ଥିତିରେ ସେମାନଙ୍କୁ ରାଜନୈତିକ ମିଥ୍ୟା ପ୍ରତିଶ୍ରୁତି ମିଳିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।

ଜନ ସୂଚନା ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଥମେ ପଞ୍ଚାୟତଗୁଡିକରେ ଗ୍ରାମସଭା ଓ ପଲ୍ଲୀସଭା ମାଧ୍ୟମରେ ଆବାସ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ଏହାପରେ ଆବାସ ପ୍ଲସ୍‌ରେ ପ୍ରାଥମିକ ତାଲିକା ପ୍ରସ୍ତୁତ ହେବ। ପ୍ରାୟ ୩ ବର୍ଷ ହେବ କେନ୍ଦ୍ର ସରକାର ଏହି ୱେବସାଇଟ୍‌କୁ ବନ୍ଦ ରଖିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ , ଯଦି ସରକାର ଏହି ୱେବସାଇଟକୁ ଖୋଲି ଦିଅନ୍ତି ତେବେ ଅପ୍ରସ୍ତୁତ ବ୍ଲକ ପ୍ରଶାସନ କାହାର ତାଲିକା ଦେବେ । ଏଭଳି ଅବହେଳା ପୁଣି ଥିଲାବାଲା ଆବାସ ପାଇବାରେ ଖୋରାକ ଯୋଗାଇବ ବୋଲି ମତପ୍ରକାଶ ପାଇଛି। ୨୦୧୮ରେ ବିଞ୍ଝାରପୁର ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ହେରାଫେରି ହୋଇଥିବା ପର୍ଦ୍ଦାଫାସ ହୋଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଣୀତ ଆବାସ ଯୋଜନା କୋଟିପତିଙ୍କ ହାତରେ ଟେକି ଦିଆଯାଇଥିଲା ା ଫଳରେ ଏବେ ଏହି ବ୍ଲକରେ ଶତାଧିକ ଗରିବ ପରିବାର ପଲିଥିନ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ା ଏଥିରେ ଜରି ପଞ୍ଚାୟତ ସୂତାରସାହିର ଛଇଳା ସୂତାର, ବାରିକସାହିର ଅନ୍ନପୂର୍ଣ୍ଣା ମଲିକ, ଶ୍ରୀଧର ବାରିକ, ବୈଷ୍ଣବସାହିର ପ୍ରବିଣା ଦାସ, ଅରେଇସାହିର ଅମିନ ମଲିକ, ନାଉବାଙ୍କ ଗ୍ରାମର ଜ୍ୟୋସ୍ନା ମଲିକ, ଲକ୍ଷ୍ମୀପ୍ରିୟା ଦାସ, ସଜନୀ ମଲିକ, ମୋତି ମଲିକ, ସୁମିତ୍ରା ମଲିକ, ଉର୍ବଶୀ ମଲିକ, ଅର୍ଜ୍ଜୁନ ଜେନା ପ୍ରମୁଖ ଶତାଧିକ ପରିବାର ନଡାଛପର ଘରେ ଜରି(ପଲିଥିନ) ପକାଇ ରହୁଛନ୍ତି। ସେମାନେ ପକ୍କା ଘରଟିଏ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ସାରିଛନ୍ତି। କିନ୍ତୁ ପ୍ରତିଶ୍ରୁତି ଛଡା କିଛି ମିଳୁନି ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପ୍ରାୟ ପ୍ରତିବର୍ଷ ଖରସ୍ରୋତା ନଦୀ ବନ୍ୟାରେ ଏହି ଗରିବ ପରିବାରଙ୍କ ଜୀବନ ଦୁର୍ବିସହ ହୋଇ ପଡିଥାଏ। ଏଭଳିସ୍ଥିତିରେ ଆବାସ ଯୋଜନାରେ ଗ୍ରାମସଭା କରି ତାଲିକା ପ୍ରକାଶ ପାଇଁ ପ୍ରସ୍ତୁତ ନ ହେବା ଗରିବ ଲୋକଙ୍କ ଆଶାକୁ ଚୂରମାର କରି ଦେଇଛି। ଏହାବାଦ ମିଥ୍ୟା ତାଲିକା ଦେଖାଇ ଆବାସ ଯୋଗାଇ ଦେବା ନାମରେ ଅର୍ଥ ଆଦାୟ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri