ଜରି ପଞ୍ଚାୟତରେ ଜରିପାଲ ଭରସା

ଯାଜପୁର ଅଫିସ/ ବିଞ୍ଝାରପୁର, ୧୫ା୯(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଆବାସ ପ୍ଲସ୍‌ର ପ୍ରାଥମିକ ତାଲିକା ପ୍ରକାଶ ପାଇନାହିଁ। ଯେବେ ଏହା ପ୍ରକାଶ ପାଇବ ସର୍ବସାଧାରଣ ନିମନ୍ତେ ଅବଗତ କରାଇ ଦିଆଯିବ। ଏନେଇ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ। ଆବାସ ତାଲିକା ନେଇ ସୂଚନା ଅଧିକାର କର୍ମୀ ସିମନ୍ତ କୁମାର ପାତ୍ରଙ୍କ ଆବେଦନରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ପ୍ରକଳ୍ପ ସଂଯୋଜକ ବିକାଶ ରଞ୍ଜନ ଦାସ ଏଭଳି ଉତ୍ତର ରଖିଛନ୍ତି। ଅଥଚ ବ୍ଲକର କେତେଜଣ ରାଜନୈତିକ ବ୍ୟକ୍ତି ଜରି ପାଲ ତଳେ ବସବାସ କରୁଥିବା ଜରି ପଞ୍ଚାୟତର ଗରିବ ଲୋକଙ୍କଠାରୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ୧୦ ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଆବାସ ଦୁର୍ନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବିଞ୍ଝାରପୁର ବ୍ଲକରେ ପୁଣି ଏକ ଗରିବ ଶୋଷଣ ନୀତି ଯୋଡି ହୋଇଯାଇଛି। ୨୦୧୯ରେ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିବା ଜରି ପଞ୍ଚାୟତରେ ଶତାଧିକ ଗରିବ ପରିବାର ଚାଳଛପର ଉପରେ ଜରି ପାଲ ପକାଇ ଜୀବନ ଜିଉଛନ୍ତି ା ଏପରି ପରିସ୍ଥିତିରେ ସେମାନଙ୍କୁ ରାଜନୈତିକ ମିଥ୍ୟା ପ୍ରତିଶ୍ରୁତି ମିଳିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।

ଜନ ସୂଚନା ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଥମେ ପଞ୍ଚାୟତଗୁଡିକରେ ଗ୍ରାମସଭା ଓ ପଲ୍ଲୀସଭା ମାଧ୍ୟମରେ ଆବାସ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ଏହାପରେ ଆବାସ ପ୍ଲସ୍‌ରେ ପ୍ରାଥମିକ ତାଲିକା ପ୍ରସ୍ତୁତ ହେବ। ପ୍ରାୟ ୩ ବର୍ଷ ହେବ କେନ୍ଦ୍ର ସରକାର ଏହି ୱେବସାଇଟ୍‌କୁ ବନ୍ଦ ରଖିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ , ଯଦି ସରକାର ଏହି ୱେବସାଇଟକୁ ଖୋଲି ଦିଅନ୍ତି ତେବେ ଅପ୍ରସ୍ତୁତ ବ୍ଲକ ପ୍ରଶାସନ କାହାର ତାଲିକା ଦେବେ । ଏଭଳି ଅବହେଳା ପୁଣି ଥିଲାବାଲା ଆବାସ ପାଇବାରେ ଖୋରାକ ଯୋଗାଇବ ବୋଲି ମତପ୍ରକାଶ ପାଇଛି। ୨୦୧୮ରେ ବିଞ୍ଝାରପୁର ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ହେରାଫେରି ହୋଇଥିବା ପର୍ଦ୍ଦାଫାସ ହୋଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଣୀତ ଆବାସ ଯୋଜନା କୋଟିପତିଙ୍କ ହାତରେ ଟେକି ଦିଆଯାଇଥିଲା ା ଫଳରେ ଏବେ ଏହି ବ୍ଲକରେ ଶତାଧିକ ଗରିବ ପରିବାର ପଲିଥିନ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ା ଏଥିରେ ଜରି ପଞ୍ଚାୟତ ସୂତାରସାହିର ଛଇଳା ସୂତାର, ବାରିକସାହିର ଅନ୍ନପୂର୍ଣ୍ଣା ମଲିକ, ଶ୍ରୀଧର ବାରିକ, ବୈଷ୍ଣବସାହିର ପ୍ରବିଣା ଦାସ, ଅରେଇସାହିର ଅମିନ ମଲିକ, ନାଉବାଙ୍କ ଗ୍ରାମର ଜ୍ୟୋସ୍ନା ମଲିକ, ଲକ୍ଷ୍ମୀପ୍ରିୟା ଦାସ, ସଜନୀ ମଲିକ, ମୋତି ମଲିକ, ସୁମିତ୍ରା ମଲିକ, ଉର୍ବଶୀ ମଲିକ, ଅର୍ଜ୍ଜୁନ ଜେନା ପ୍ରମୁଖ ଶତାଧିକ ପରିବାର ନଡାଛପର ଘରେ ଜରି(ପଲିଥିନ) ପକାଇ ରହୁଛନ୍ତି। ସେମାନେ ପକ୍କା ଘରଟିଏ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ସାରିଛନ୍ତି। କିନ୍ତୁ ପ୍ରତିଶ୍ରୁତି ଛଡା କିଛି ମିଳୁନି ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପ୍ରାୟ ପ୍ରତିବର୍ଷ ଖରସ୍ରୋତା ନଦୀ ବନ୍ୟାରେ ଏହି ଗରିବ ପରିବାରଙ୍କ ଜୀବନ ଦୁର୍ବିସହ ହୋଇ ପଡିଥାଏ। ଏଭଳିସ୍ଥିତିରେ ଆବାସ ଯୋଜନାରେ ଗ୍ରାମସଭା କରି ତାଲିକା ପ୍ରକାଶ ପାଇଁ ପ୍ରସ୍ତୁତ ନ ହେବା ଗରିବ ଲୋକଙ୍କ ଆଶାକୁ ଚୂରମାର କରି ଦେଇଛି। ଏହାବାଦ ମିଥ୍ୟା ତାଲିକା ଦେଖାଇ ଆବାସ ଯୋଗାଇ ଦେବା ନାମରେ ଅର୍ଥ ଆଦାୟ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri