ଜନ୍ତରମନ୍ତରରେ ଭାଷାକର୍ମୀଙ୍କ ଧାରଣା

ବରଗଡ଼ ଅଫିସ,୯।୮: କୋସଲି ସମେତ ଅନ୍ୟ ଅଣସ୍ବୀକୃତ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ସୋମବାର ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ କ୍ଲିଅର ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଧାରଣାରେ କୋଶଲି, ଅଙ୍ଗିକା, ବଜ୍ଜିକା, ମଗହି, ଭୋଜପୁରୀ, ବାଡ଼ୁଗୁ, ରାଜସ୍ଥାନୀ, ହୋ, ମୁଣ୍ଡାରି, କୋଡ଼ବା ଆଦି ଅଣସ୍ବୀକୃତ ଭାଷାର ଶତାଧିକ ଭାଷାକର୍ମୀ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ ଭାଷାପ୍ରେମୀ ଏବଂ କୋସଲି ଅନୁଷ୍ଠାନ ଯୋଗଦେଇ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। କୋସଲି ଭାଷା ତରଫରୁ ଦିଲୀପ ପଶାୟତ, ଲାଲଚନ ବଗର୍ତ୍ତି, ରଣଜିତ ସିଂ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ। କୋସଲି ଭାଷାଠାରୁ କମ୍‌ ବ୍ୟବହୃତ ଭାଷା ଗୁଡ଼ିକ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେଇସାରିଥିବା ବେଳେ କୋସଲୀ ଭାଷାକୁ ଉପେକ୍ଷା କରାଯିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ। ଓଡ଼ିଶା ସରକାର ଏ ନେଇ ଦାବି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତପ୍ରକାଶ କରିଥିଲେ। କୋସଲିକୁ ଓଡ଼ିଶାର ଦ୍ୱିତୀୟ ସରକାରୀ ଭାଷା ଭାବେ ପ୍ରଚଳନ କଲେ ପଶ୍ଚିମ ଓଡ଼ିଶାରେ ଶାସନ ପାଇଁ ସୁବିଧା ହୋଇପାରିବ ବୋଲି ଭାଷା କର୍ମୀମାନେ କହିଥିଲେ। ଏହି କ୍ରମରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ସହିତ କୋସଲବାସୀଙ୍କୁ ସେମାନଙ୍କ ଭାଷା ଅଧିକାର ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଧାରଣାରେ ଭାଷାକର୍ମୀ କୁନ୍ଦନ ଅମିତାଭ(ଅଙ୍ଗିକା), ସୁଧୀର ହିଲସାୟନ (ମଗହି), ସନ୍ତୋଷ ପଟେଲ(ଭୋଜପୁରୀ), ଯୋଗେଶରାଜ କାଦୋସୋଲେ(ବାଡ଼ୁଗୁ), ମନୋଜ ସ୍ବାମୀ(ରାଜସ୍ଥାନୀ), ଲକ୍ଷ୍ମୀକାନ୍ତ ସିଂ(ହୋ), ବିରବଲ ସିଂ (ମୁଣ୍ଡାରୀ), ଅପିୟା ମଛିନ୍ଦ୍ରା(କୋଡ଼ବା) ସମେତ କୋସଲିର ଭାଷାପ୍ରେମୀମାନେ ଯୋଗଦାନ କରିଥିଲେ ବୋଲି କ୍ଲିଅର ଅନୁଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ସାକେତ ଶ୍ରୀଭୂଷଣ ସାହୁ ସୂଚନା ଦେଇଛନ୍ତି। ଧାରଣାକୁ ସମର୍ଥନ ଦେବା ପାଇଁ ପଞ୍ଜାବୀ, ତାମିଲ, କନ୍ନଡ଼ା ଭଳି ସ୍ବୀକୃତିପ୍ରାପ୍ତ ଭାଷା ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିବା ସେ କହିଛନ୍ତି। କ୍ଲିଅର ଅନୁଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ସାହୁ ଧାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାପତି ଡଃ ଜୋଗା ସିଂ, ସାଧାରଣ ସମ୍ପାଦକ ସେନ୍ଥିଲ ନାଥନ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri