ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଲିଗ୍‌ ବିବେଚିତ ହେଉଥିବା ଆଇପିଏଲ୍‌ରେ ଦଳଗୁଡିକ ଏ ନେଇ ଆଦୌ ନିଜର ଉତ୍ସାହ ପ୍ରକଟ କରିନାହାନ୍ତି। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ।
ହୋଲ୍ଡର ସନରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ରହିଛନ୍ତି। କ୍ରିକେଟ ରାଇଟର୍ସ କ୍ଲବ୍‌ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ସେରିମନିରେ ଓ୍ବେଷ୍ଟଇଣ୍ଡିଜ ଦଳ ତରଫରୁ ହୋଲ୍ଡର ପିଟର ସ୍ମିଥ୍‌ ପୁରସ୍କାର ଗ୍ରହଣ କରିବା ଅବସରରେ ହୋଲ୍ଡର ଏହି କଥା କହିଛନ୍ତି। ସର୍ବସାଧାରଣଙ୍କ ପାଇଁ କ୍ରିକେଟର ପ୍ରସ୍ତୁତି ବା ଉପସ୍ଥାପନାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପିଟର ସ୍ମିଥ୍‌ ପୁରସ୍କାର ପ୍ରଦାନ କରାଯାଇଥାଏ। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆ ନ ଯିବ ନିହାତି ଦୁର୍ଭାଗ୍ୟଜନକ ବୋଲି ହୋଲ୍ଡର କହିଛନ୍ତି ଓ ଏହା କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଇଂଲଣ୍ଡରେ ଏକ ସିରିଜ ଖେଳିବା ଅବସରରେ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବ୍ଲ୍‌ାକ ଲାଇଭ୍ସ ମ୍ୟାଟର ଲୋଗ ଚିହ୍ନିତ ପୋଷାକ ପିନ୍ଧିଥିଲେ।
ଉଲ୍ଲେଖଥାଉ କି, ଜଣେ ଆଫ୍ରିକୀୟ ଆମେରିକା ନାଗରିକ ଜର୍ଜ ଫ୍ଲୋଏଡଙ୍କୁ ଜଣେ ଗୋରା ପୋଲିସ ଅଧିକାରୀ ଅତି ନର୍ମମ ଭାବେ ହତ୍ୟା କରିବା ପରେ ସାରା ବିଶ୍ୱରେ ଏହି ଆନ୍ଦୋଳନ ତେଜିଥିଲା। ପାକିସ୍ତାନ ଓ ଅଷ୍ଟ୍ରେଲିଆ ଗସ୍ତରେ ଏହି ଆନ୍ଦୋଳନ ଥମିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri