ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଲିଗ୍‌ ବିବେଚିତ ହେଉଥିବା ଆଇପିଏଲ୍‌ରେ ଦଳଗୁଡିକ ଏ ନେଇ ଆଦୌ ନିଜର ଉତ୍ସାହ ପ୍ରକଟ କରିନାହାନ୍ତି। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ।
ହୋଲ୍ଡର ସନରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ରହିଛନ୍ତି। କ୍ରିକେଟ ରାଇଟର୍ସ କ୍ଲବ୍‌ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ସେରିମନିରେ ଓ୍ବେଷ୍ଟଇଣ୍ଡିଜ ଦଳ ତରଫରୁ ହୋଲ୍ଡର ପିଟର ସ୍ମିଥ୍‌ ପୁରସ୍କାର ଗ୍ରହଣ କରିବା ଅବସରରେ ହୋଲ୍ଡର ଏହି କଥା କହିଛନ୍ତି। ସର୍ବସାଧାରଣଙ୍କ ପାଇଁ କ୍ରିକେଟର ପ୍ରସ୍ତୁତି ବା ଉପସ୍ଥାପନାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପିଟର ସ୍ମିଥ୍‌ ପୁରସ୍କାର ପ୍ରଦାନ କରାଯାଇଥାଏ। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆ ନ ଯିବ ନିହାତି ଦୁର୍ଭାଗ୍ୟଜନକ ବୋଲି ହୋଲ୍ଡର କହିଛନ୍ତି ଓ ଏହା କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଇଂଲଣ୍ଡରେ ଏକ ସିରିଜ ଖେଳିବା ଅବସରରେ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବ୍ଲ୍‌ାକ ଲାଇଭ୍ସ ମ୍ୟାଟର ଲୋଗ ଚିହ୍ନିତ ପୋଷାକ ପିନ୍ଧିଥିଲେ।
ଉଲ୍ଲେଖଥାଉ କି, ଜଣେ ଆଫ୍ରିକୀୟ ଆମେରିକା ନାଗରିକ ଜର୍ଜ ଫ୍ଲୋଏଡଙ୍କୁ ଜଣେ ଗୋରା ପୋଲିସ ଅଧିକାରୀ ଅତି ନର୍ମମ ଭାବେ ହତ୍ୟା କରିବା ପରେ ସାରା ବିଶ୍ୱରେ ଏହି ଆନ୍ଦୋଳନ ତେଜିଥିଲା। ପାକିସ୍ତାନ ଓ ଅଷ୍ଟ୍ରେଲିଆ ଗସ୍ତରେ ଏହି ଆନ୍ଦୋଳନ ଥମିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri