Posted inଜାତୀୟ

ଭାରତରେ ଫେସବୁକ୍‌ରେ ଅଧିକ ଅଶ୍ଳୀଳତା ଯୋଗୁ ମହିଳା ୟୁଜରଙ୍କ ସଂଖ୍ୟା କମୁଛି, ମେଟା ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୭ : ଫେସବୁକ (ମେଟା) ପାଇଁ ଏକ ବଡ ବଜାର ଭାବରେ ପରିଗଣିତ ଭାରତରେ ବର୍ତ୍ତମାନ କମ୍ପାନୀ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛି। ଏହାର ସବୁଠାରୁ ବଡ କାରଣ ହେଉଛି ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳତା ବଢ଼ିବା। ଯେଉଁ କାରଣରୁ ଭାରତୀୟ ମହିଳାମାନେ ନିଜକୁ ଅସୁରକ୍ଷିତ ମଣି ଦୂରେଇବାରେ ଲାଗିଛନ୍ତି। ଫଳରେ ମହିଳା ୟୁଜରଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ତଥ୍ୟ ଭିତ୍ତିକ ରିପୋର୍ଟ ମେଟାର ଦୁଇବର୍ଷ ସର୍ଭେ ପରେ ପ୍ରକାଶିତ ହୋଇଛି। ଏହି ସର୍ଭେ ୨୦୨୧ ଶେଷରେ ଶେଷ ହୋଇଥିଲା। ଏହାର ରିପୋର୍ଟ କମ୍ପାନୀ ଦ୍ୱାରା ଏକ ଆଭ୍ୟନ୍ତରୀଣ କର୍ମଚାରୀ ଫୋରମରେ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ଅନେକ ମହିଳା ୟୁଜର ଫେସବୁକ ଛାଡିଛନ୍ତି। ଭାରତରେ ଏହି ସୋସିଆଲ ନେଟୱାର୍କରେ ଅଧିକ ପୁରୁଷ ୟୁଜର ରହିଛନ୍ତି। ମହିଳାର ୟୁଜରଙ୍କୁ ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଚିନ୍ତା କରିବାକୁ ପଡୁଛି। ଏହି ଆଭ୍ୟନ୍ତରୀଣ ରିପୋର୍ଟରେ ଦର୍ଶାଯାଇଛି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ଏଭଳି ଅଶ୍ଳୀଳତା ଅଧିକ ପ୍ରଚଳିତ। କିନ୍ତୁ ମେଟା ମହିଳା ୟୁଜରମାନଙ୍କୁ ଛାଡି କେବେ ମଧ୍ୟ ସଫଳ ହୋଇପାରିବ ନାହିଁ ।

ଅଶ୍ଳୀଳ ବିଷୟବସ୍ତୁ, ଜଟିଳ ଆପ ଡିଜାଇନ, ଭାଷା ପ୍ରତିବନ୍ଧକ, ଏବଂ ଭିଡିଓ ବିଷୟବସ୍ତୁ ଖୋଜୁଥିବା ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ଅପିଲର ଅଭାବ ଫେସବୁକ ୟୁଜରଙ୍କ ସଂଖ୍ୟା ବୃଦ୍ଧିରେ ବାଧା ସୃଷ୍ଟି କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତରେ ୪୫ କୋଟି ଫେସବୁକ ୟୁଜର ଅଛନ୍ତି। ଯାହା ଅନ୍ୟ ଦେଶ ତୁଳନାରେ ବେଶ୍‌ ଅଧିକ। କିନ୍ତୁ ହ୍ବାଟସ ଆପ ଏବଂ ଇନଷ୍ଟାଗ୍ରାମ ପରି କମ୍ପାନୀ ମାଲିକାନା ପ୍ଲାଟଫର୍ମ ତୁଳନାରେ ଗତ ବର୍ଷ ଠାରୁ ଫେସବୁକରେ ୟୁଜରଙ୍କ ହ୍ରାସ ପାଇବାରେ ଲାଗିଛି। ତେଣୁ, କମ୍ପାନୀ ଏହାର ରଣନୈତିକ ସ୍ଥିତି ଏବଂ ଅଭିବୃଦ୍ଧି ସୁଯୋଗକୁ ସ୍ପଷ୍ଟ ଭାବରେ ବିଚାର କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି।

ଫେସବୁକ ସର୍ଭେ ରିପୋର୍ଟ ଅନୁଯାୟୀ, ୭୯ ପ୍ରତିଶତ ମହିଳା ୟୁଜର ବିଷୟବସ୍ତୁ / ଫଟୋଗୁଡ଼ିକର ଅପବ୍ୟବହାରକୁ ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏଥି ସହିତ, ୨୦-୩୦ ପ୍ରତିଶତ ମହିଳା ଗତ ସାତ ଦିନ ମଧ୍ୟରେ ଫେସବୁକରେ ଅଶ୍ଳୀଳ କଣ୍ଟେଟର ସମ୍ମୁଖୀନ ହୋଇଥିବା ସ୍ବୀକାର କରିଛନ୍ତି। ତେବେ ଲକ ପ୍ରୋଫାଇଲ ବୈଶିଷ୍ଟ୍ୟ ପ୍ରଚଳନ ହେବା ପରଠାରୁ, ଜୁନ ୨୦୨୧ ସୁଦ୍ଧା, ଭାରତର ୩୪ ପ୍ରତିଶତ ମହିଳା ଏହି ବୈଶିଷ୍ଟ୍ୟ ଗ୍ରହଣ କରିଛନ୍ତି।

ମହିଳାମାନେ ଦୂରେଇ ଯାଉଥିବାର ଦେଖି ମେଟା ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ ୨୦୧୬ ପରଠାରୁ କମ୍ପାନୀ ସୁରକ୍ଷା ଏବଂ ଗୋପନୀୟତା ଉପରେ କାର୍ଯ୍ୟ କରୁଥିବା ବିଶ୍ୱସ୍ତରୀୟ ଦଳର ସଦସ୍ୟଙ୍କ ସଂଖ୍ୟାକୁ ଚାରିଗୁଣା କରିଦେଇଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ, ୯୭ ପ୍ରତgିଶତରୁ ଅଧିକ ଅଶ୍ଳୀଳ ତଥା ଯୌନ ବିଷୟବସ୍ତୁକୁ ଅଭିଯୋଗ ଆସିବା ପୂର୍ବରୁ ଅପସାରଣ କରାଯାଇଛି। ଏହାପୂର୍ବରୁ, ୨୦୧୯ରେ କମ୍ପାନୀ କହିଥିଲା ଯେ ଏହାର ଏକ ଦଳ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ବୈଷୟିକ ଉପକରଣ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri