Posted inଜାତୀୟ

ଭାରତରେ ୧୫୦% ବଢ଼ିଛି ମଧୁମେହ

ନୂଆଦିଲ୍ଲୀ,୮।୬: ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଭାରତରେ ରହିଛନ୍ତି। ପ୍ରତି ୬ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି। ଗତ ୩ ଦଶନ୍ଧି ମଧ୍ୟରେ ଦେଶରେ ଡାଇବେଟିସ୍‌ ରୋଗୀ ସଂଖ୍ୟା ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ଦେଶର କେତେକ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟାଇପ୍‌-୧ ଡାଇବେଟିସ୍‌ ଥିବା ଲୋକଙ୍କ ଉତ୍ତମ ଚିକିତ୍ସା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନୂଆ ଗାଇଡ୍‌ଲାଇନ ଜାରି କରିଛି। କୋଭିଡ୍‌ ଯୋଗୁ ମଧୁମେହ ରୋଗୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ସେମାନେ କୋଭିଡ୍‌ରେ ଅଧିକ ଗୁରୁତର ହେବା ସହ ମୃତ୍ୟୁହାର ମଧ୍ୟ ଅଧିକ ରହିଥିଲା। ଏବେ କମ୍‌ ବୟସ୍କଙ୍କଠାରେ ଟାଇପ୍‌-୨ ଡାଇବେଟିସ୍‌ ଚିହ୍ନଟ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇସିଏମ୍‌ଆର୍‌ କହିଛି। ଉଭୟ ସହର ଓ ଗ୍ରାମାଞ୍ଚଳରେ ୨୫ରୁ ୩୪ ବର୍ଷ ବୟସ ବର୍ଗର ଲୋକଙ୍କଠାରେ ମଧୁମେହ ଦେଖାଦେଉଛି। ବିଶ୍ୱରେ ୨୦ ବର୍ଷରୁ କମ୍‌ ୧୧ ଲକ୍ଷ ଟାଇପ୍‌-୧ ଡାଇବେଟିସ ଆକ୍ରାନ୍ତ ଏବଂ ପ୍ରତିବର୍ଷ ଏହି ସଂଖ୍ୟା ୧.୩ ଲକ୍ଷ ବଢ଼ୁଛି।
ଆଇସିଏମ୍‌ଆର୍‌ ଗାଇଡଲାଇନ ଅନୁଯାୟୀ ଟାଇପ୍‌-୧ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବାରେ ଜୀବନଶୈଳୀ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିସହ ଗ୍ଲିସେମିଆ ଉପରେ ପଥ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପର ପ୍ରଭାବକୁ ମଧ୍ୟ ବୁଝିବାକୁ ହେବ। ରକ୍ତଚାପ, ଓଜନ, ଲିପିଡ୍‌ ସ୍ତରକୁ ଉପଯୁକ୍ତ ସ୍ତରରେ ରଖିବା ସହ ପିଲାଙ୍କ ସ୍ବାସ୍ଥ୍ୟ ବୃଦ୍ଧି ଓ ବିକାଶ ପାଇଁ ପର୍ଯ୍ୟାପ୍ତ ପୁଷ୍ଟିସାର ବ୍ୟବସ୍ଥା କରିବା ଆବଶ୍ୟକ। ଦକ୍ଷିଣ ଓ ଉତ୍ତର ଭାରତୀୟଙ୍କ ଖାଦ୍ୟରେ ଶ୍ୱେତସାର ପରିମାଣ ଅଧିକ ରହିଥାଏ। ନିୟମିତ ଶାରୀରିକ ପରିଶ୍ରମ ବଢ଼ାଇଲେ ମେଦବହୁଳତା ଏବଂ ହୃଦ୍‌ରୋଗ ଆଶଙ୍କା କମିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ସାଧାରଣତଃ ଡାଇବେଟିସ ଚିହ୍ନଟ ହେବା ପରେ ପିଲା ଓ ବୟସ୍କମାନେ ଇନ୍‌ସୁଲିନ୍‌ ଆବଶ୍ୟକ କରିଥାନ୍ତି ଓ ଏହାକୁ ସାରା ଜୀବନ ବ୍ୟବହାର କରିଥାନ୍ତି। ସେଗୁଡ଼ିକର ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ଡାଇବେଟିସ୍‌ ଔଷଧ ଓ ଇନ୍‌ସୁଲିନ୍‌ ନେବା ପୂର୍ବରୁ ଡାକ୍ତର, ପରାମର୍ଶଦାତା, ପୋଷଣବିଦ୍‌ଙ୍କ ପରାମର୍ଶ ନେବା ଆବଶ୍ୟକ। ଇନ୍‌ସୁଲିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଏଥିଯୋଗୁ ହାଇପୋଗ୍ଲିସେମିଆ, ଓଜନ ବଢ଼ିବା ଓ ସଂକ୍ରମଣ ହୋଇଥାଏ। ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇସିଏମ୍‌ଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri