ଏଇ ଭାରତରେ

କାଗଜ ଉତ୍ପାଦନ ପାଇଁ ଗଛ କାଟି ପରିବେଶକୁ ନଷ୍ଟ କରାଯାଉଛି। ଏଣୁ ଗଛ କଟା ହ୍ରାସ କରିବାକୁ କାଗଜ ତିଆରିର ନୂଆ ପଦ୍ଧତି ଆପଣାଇଛନ୍ତି ତାମିଲନାଡୁର ସୁସ୍ମିତା କ୍ରିଷ୍ଣନ। ୨୫ ବର୍ଷୀୟା ସୁସ୍ମିତା ପାଣିରେ ବଢୁଥିବା କଲିକତି ଦଳରୁ କାଗଜ ତିଆରି କରୁଛନ୍ତି। ଏଥିପାଇଁ ୧୫୦-ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ସୁସ୍ମିତା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଶିକ୍ଷା ଲାଭ କରି ଜର୍ମାନୀର ହମବର୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସମୟରେ କଳିକତି ଦଳରୁ କାଗଜ ତିଆରି କରିବାର ସିଦ୍ଧାନ୍ତରେ ପହଞ୍ଚିଥିଲେ। ସେଠାରୁ ଭାରତ ଫେରିବା ପରେ ସେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। କଲିକତି ଦଳ ପାଣିକୁ ପରିଷ୍କାର କରିବାର କ୍ଷମତା ଥିବାବେଳେ ଏହା ଦ୍ରୁତ ଗତିରେ ବଢି ପାଣିକୁ ଆଚ୍ଛାଦିତ କରିଦିଏ। ଫଳରେ ପାଣିରେ ସୂଯ୍ୟାଲୋକ ପଡ଼ିପାରେ ନାହିଁ ଓ ଅମ୍ଳଜାନ ସ୍ତର କମିଯାଏ । ଫଳରେ ଜଳ ଜୀବଙ୍କ ମୃତ୍ୟୁ ଘଟେ। ତେବେ ଏହି ସମସ୍ୟାକୁ ଉପଲବ୍ଧି କରି ସୁସ୍ମିତା ଗବେଷଣା କରି କାଗଜ ତିଆରି ସୂତ୍ର ପାଇପାରିଥିଲେ। ୧କେଜି ଦଳରୁ ୩୦ଟି ଏ୪ ସାଇଜ କାଗଜ ତିଆରି ହୋଇପାରୁଛି। ଦଳରୁ ପ୍ରଥମେ ରସ ପ୍ରସ୍ତୁତ କରାଯାଇ ପରେ ସେଥିରୁ କାଗଜ ତିଆରି ହେଉଛି। ସୁସ୍ମିତା ତାମିଲନାଡୁର ତ୍ରିଚି ଅଞ୍ଚଳରୁ ଏହି ଦଳ ସଂଗ୍ରହ କରୁଛନ୍ତି। ଏପରିକି ଅନେକ ଜଳାଶୟରେ ଏହି ଦଳ ବଢ଼ାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri