ଏଇ ଭାରତରେ

କାଗଜ ଉତ୍ପାଦନ ପାଇଁ ଗଛ କାଟି ପରିବେଶକୁ ନଷ୍ଟ କରାଯାଉଛି। ଏଣୁ ଗଛ କଟା ହ୍ରାସ କରିବାକୁ କାଗଜ ତିଆରିର ନୂଆ ପଦ୍ଧତି ଆପଣାଇଛନ୍ତି ତାମିଲନାଡୁର ସୁସ୍ମିତା କ୍ରିଷ୍ଣନ। ୨୫ ବର୍ଷୀୟା ସୁସ୍ମିତା ପାଣିରେ ବଢୁଥିବା କଲିକତି ଦଳରୁ କାଗଜ ତିଆରି କରୁଛନ୍ତି। ଏଥିପାଇଁ ୧୫୦-ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ସୁସ୍ମିତା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରୁ ଶିକ୍ଷା ଲାଭ କରି ଜର୍ମାନୀର ହମବର୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସମୟରେ କଳିକତି ଦଳରୁ କାଗଜ ତିଆରି କରିବାର ସିଦ୍ଧାନ୍ତରେ ପହଞ୍ଚିଥିଲେ। ସେଠାରୁ ଭାରତ ଫେରିବା ପରେ ସେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। କଲିକତି ଦଳ ପାଣିକୁ ପରିଷ୍କାର କରିବାର କ୍ଷମତା ଥିବାବେଳେ ଏହା ଦ୍ରୁତ ଗତିରେ ବଢି ପାଣିକୁ ଆଚ୍ଛାଦିତ କରିଦିଏ। ଫଳରେ ପାଣିରେ ସୂଯ୍ୟାଲୋକ ପଡ଼ିପାରେ ନାହିଁ ଓ ଅମ୍ଳଜାନ ସ୍ତର କମିଯାଏ । ଫଳରେ ଜଳ ଜୀବଙ୍କ ମୃତ୍ୟୁ ଘଟେ। ତେବେ ଏହି ସମସ୍ୟାକୁ ଉପଲବ୍ଧି କରି ସୁସ୍ମିତା ଗବେଷଣା କରି କାଗଜ ତିଆରି ସୂତ୍ର ପାଇପାରିଥିଲେ। ୧କେଜି ଦଳରୁ ୩୦ଟି ଏ୪ ସାଇଜ କାଗଜ ତିଆରି ହୋଇପାରୁଛି। ଦଳରୁ ପ୍ରଥମେ ରସ ପ୍ରସ୍ତୁତ କରାଯାଇ ପରେ ସେଥିରୁ କାଗଜ ତିଆରି ହେଉଛି। ସୁସ୍ମିତା ତାମିଲନାଡୁର ତ୍ରିଚି ଅଞ୍ଚଳରୁ ଏହି ଦଳ ସଂଗ୍ରହ କରୁଛନ୍ତି। ଏପରିକି ଅନେକ ଜଳାଶୟରେ ଏହି ଦଳ ବଢ଼ାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri