ଏଇ ଭାରତରେ

ଆଜିକାଲି ପିଲାଙ୍କର ଫୋନ୍‌ ପ୍ରତି ଏଭଳି ଦୁର୍ବଳତା ରହିଛି ଯେ ସେମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଫୋନ୍‌ଟିଏ ପାଇଁ ସବୁକିଛି ତୁଚ୍ଛ କରି ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏମିତିକି ଘର ଛାଡ଼ି ଚାଲିଯିବାକୁ ବି ପଛାଉ ନାହାନ୍ତି। ଅଜବ ମନେ ହେଉଥିଲେ ବି ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣା ଅମ୍ବାଲାର କମଲ ବିହାର ଅଞ୍ଚଳରେ। ଏଠାରେ ୧୫ ବର୍ଷୀୟ ଜଣେ ବାଳକ ଫୋନ୍‌ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ। ଘଟଣା ଅନୁସାରେ ପିଲାଟି ଦଶମ ଶ୍ରେଣୀର ଛାତ୍ର, କିନ୍ତୁ ଘରେ ପାଠପଢ଼ା ତୁଳନାରେ ଅଧିକାଂଶ ସମୟ ଫୋନ୍‌ ଦେଖିବାରେ କଟାଉଥିଲେ। ତେଣୁ ଏହି ଅଭ୍ୟାସ ଛଡ଼ାଇବା ପାଇଁ ତାଙ୍କ ବାପା ତାଙ୍କୁ ଫୋନ୍‌ ନ ଦେଖିବାକୁ କହି ଗାଳି କରିଥିଲେ। କିନ୍ତୁ ଫୋନ୍‌ ଦେଖିବା ନେଇ ସମ୍ପୃକ୍ତ ବାଳକଜଣକ ଏତେ ଅଭ୍ୟସ୍ତ ହୋଇ ଯାଇଥିଲେ ଯେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ଫୋନ୍‌ ବିନା ତାଙ୍କ ଜୀବନକୁ ବ୍ୟର୍ଥ ବୋଲି ସେ ଭାବିଥିଲେ। ତେଣୁ ଘରଛାଡ଼ି କୁଆଡେ ଚାଲି ଯାଇଥିଲେ। ଏହାପରେ ତାଙ୍କ ବାପା ତାଙ୍କୁ ଖୋଜିବା ପାଇଁ ବନ୍ଧୁ ସମ୍ପର୍କୀୟଙ୍କ ଘରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଷ୍ଟେସନ୍‌ ସବୁଆଡ଼କୁ ଯାଇଥିଲେ। ହେଲେ ପୁଅକୁ ନ ପାଇ ନିରାଶ ହୋଇ ଫେରିଥିଲେ। ଏହାପରେ ବାଧ୍ୟ ହୋଇ ସେ ପୋଲିସରେ ଖବର ଦେଇଥିଲେ। ତେବେ ପୋଲିସ ଖୋଜିବା ପରେ ବାଳକଜଣକ ଧରା ପଡ଼ିଥିଲେ। ପୋଲିସ ବାଳକଙ୍କୁ ବୁଝାସୁଝା କରି ଘରେ ଛାଡ଼ି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri