ଏଇ ଭାରତରେ

ପଞ୍ଜାବର ଗ୍ରାମାଞ୍ଚଳରେ ପିଲା ଓ ମହିଳାଙ୍କ ପାଇଁ ନୂଆ ସୃଷ୍ଟି କରିଛନ୍ତି ଆଇଏଏସ୍‌ ଅଧିକାରୀ ଜିତେନ୍ଦ୍ର ଜୋରଓ୍ବାଲ। ସଙ୍ଗ୍ରୁର ଜିଲାର ଡିଷ୍ଟ୍ରିକ୍ଟ କମିଶନର ଭାବେ ନିଯୁକ୍ତ ଜୋରଓ୍ବାଲ ବସ୍ତିର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ‘ସ୍କୁଲ୍ସ ଅନ୍‌ ହ୍ବିଲ୍ସ’ ଆରମ୍ଭ କରିଛନ୍ତି। ଗରିବ ତଥା ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ବସ୍‌ ପ୍ରତିଦିନ ସକାଳେ ପିଲାମାନଙ୍କୁ ବିଭିନ୍ନ ଶିକ୍ଷାକେନ୍ଦ୍ର, ଜିଲାରେ ଚାଲୁ ରହିଥିବା ପୁଷ୍କରିଣୀ ପୁନରୁଦ୍ଧାର ସ୍ଥଳ, ବିଭିନ୍ନ ବିକାଶମୂଳକ ପ୍ରୋଜେକ୍ଟ ଏବଂ ଶିକ୍ଷା ପାର୍କକୁ ନିଆଯାଉଛି। ସେଠାରେ ପିଲାଙ୍କ ମନ ବଦଳାଇ ଶିକ୍ଷାପ୍ରତି ଆକୃଷ୍ଟ କରାଯାଉଛି। ବସ୍‌ରେ ବିଭିନ୍ନ ପ୍ରକାର ଶିକ୍ଷା ଉପକରଣ, ଶିକ୍ଷାଭିତ୍ତିକ ଭିଡିଓ ରଖାଯାଇଛି। ବସ୍‌ରେ ଜଣେ ଶିକ୍ଷକ ଓ ଦୁଇଜଣ ଅଙ୍ଗନଓ୍ବାଡି କର୍ମଚାରୀ ରହୁଛନ୍ତି। ସେମାନେ ବସ ଭିତରେ ପିଲାମାନଙ୍କୁ ପଢ଼ାଉଛନ୍ତି। ଜିଲା ପ୍ରଶାସନ ତରଫରୁ ପିଲାମାନଙ୍କୁ ମାଗଣାରେ ସ୍କୁଲ ବ୍ୟାଗ, ଟିଫିନ ବ୍ୟାଗ, ୟୁନିଫର୍ମ, ଟୁଥବ୍ରସ ଯୋଗାଇ ଦିଆଯାଉଛି। ଏହି ପଦକ୍ଷେପ ଯୋଗୁ ପାଖାପାଖି ୧୦୦ ପିଲା ପୁନର୍ବାର ସେମାନଙ୍କ ସ୍କୁଲକୁ ଫେରିପାରିଛନ୍ତି। ଏହା ବ୍ୟତୀତ ଜୋରଓ୍ବାଲଙ୍କ ନେତୃତ୍ୱରେ ମହିଳାଙ୍କୁ ସଶକ୍ତ କରିବା ଲାଗି ସ୍କୁଲପିଲାଙ୍କ ଡ୍ରେସ ଓ ପୋଲିସ ପୋଷାକ ତିଆରିରେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri