ଆଧାର ସଂଯୋଗ ନ ଥିଲେ ବ୍ୟାଙ୍କ ଫେରାଉନି ଜମାଅର୍ଥ, ଓଡ଼ିଶା ହାଇକୋର୍ଟ ଦେଲେ ବଡ ରାୟ

କଟକ,୨୫ା୨(କାର୍ତ୍ତିକ ସାହୁ): ପାନ୍‌ କାର୍ଡ ସହ ଆଧାର କାର୍ଡ ସଂଯୋଗ ନ ଥିବାରୁ ବ୍ୟାଙ୍କ ଆକାଉଣ୍ଟରେ ଜମାଥିବା ଅର୍ଥରାଶି ଜମାକାରୀ ପାଇପାରୁ ନାହାନ୍ତି। ଜମା ଅର୍ଥରାଶି ଫେରାଇବା ପାଇଁ ପାନ୍‌-ଆଧାର ଜରୁରୀ ବୋଲି ବ୍ୟାଙ୍କ କହୁଛି। ମାତ୍ର ଜମାକାରୀ ଏହାକୁ ବେଆଇନ ଦର୍ଶାଇ ଅର୍ଥରାଶି ଫେରସ୍ତ ପାଇଁ ଯୁକ୍ତି ଦର୍ଶାଇଥିଲେ। ବ୍ୟାଙ୍କ ଓ ଜମାକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦକୁ ନେଇ ରୁଜୁ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଡିମାଟ୍‌ ଆକାଉଣ୍ଟ ପାଇଁ ଆଧାର-ପାନ୍‌ ଲିଙ୍କେଜ୍‌ ସାମ୍ବିଧାନିକ ଭାବେ ବାଧ୍ୟତାମୂଳକ ବୋଲି ବିଚାରପତି ଡ. ଏସ୍‌.କେ. ପାଣିଗ୍ରାହୀ ଦର୍ଶାଇ ସମସ୍ତ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଉଠାଇ ଦେଇଛନ୍ତି।

ମାମଲାର ବିବରଣୀ ଅନୁସାରେ, ଆବେଦନକାରୀ ତଥାଗତ ସତପଥୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କଟକ-ପୁରୀ ରୋଡ୍‌ ଶାଖାରେ ଏକ ଜମାଖାତା ୨୦୧୭ ଏପ୍ରିଲ ୨୦ ତାରିଖରେ ଖୋଲି ନିୟମିତ ଚଳାଇ ଆସୁଥିଲେ। ସମୟ କ୍ରମେ ଉକ୍ତ ବ୍ୟାଙ୍କର ଶାଖା ପରିଚାଳକ ଆବେଦନକାରୀଙ୍କୁ ଜମାଖାତାରେ ଥିବା ଅର୍ଥରୁ ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ରେ ନିବେଶ କରି ଅଧିକ ଲାଭ ପାଇବା ପାଇଁ ପ୍ରବର୍ତ୍ତାଇଥିଲେ। ଶାଖା ପରିଚାଳକଙ୍କ କଥା ଅନୁସାରେ ଆବେଦନକାରୀ ୨୦୧୯ ଡିସେମ୍ବର ୨୪ ତାରିଖରେ ଉକ୍ତ ବ୍ୟାଙ୍କର ଜମାଖାତାରୁ ୨୫ ଲକ୍ଷ ଟଙ୍କା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ର ଏକ ଡିମାଟ୍‌ ଆକାଉଣ୍ଟରେ ଜମା କରିଥିଲେ। ସେଥିରେ ଟ୍ରେଡିଂ କାରବାର ୨୦୨୦ ଜାନୁୟାରୀ ୬ ତାରିଖରୁ ଆରମ୍ଭ ହୋଇଥିଲା।

ସେହି ଆକାଉଣ୍ଟରେ ଆବେଦନକାରୀ କାରବାର ଚଳାଇଥିବା ବେଳେ ୨୦୨୩ ଜୁଲାଇରେ ବ୍ୟାଙ୍କ ତାହାକୁ ଅଚଳ(ଡରମାଣ୍ଟ) କରିଦେଇଥିଲା। ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ସଂଯୋଗ ହୋଇନାହିଁ ବୋଲି ବ୍ୟାଙ୍କ ଯୁକ୍ତି ଦର୍ଶାଇଥିଲା। ଜମାଖାତା ଓ ଡିମାଟ ଆକାଉଣ୍ଟ ସହ ମଧ୍ୟ ଆଧାର ସଂଯୋଗ ହୋଇନାହିଁ ବୋଲି କୁହାଯାଇଥିଲା। ତେବେ ଆବେଦନକାରୀଙ୍କ ଆଧାର କାର୍ଡ ନ ଥିବାରୁ ଖାତା ଖୋଲିବାବେଳେ ଉଭୟ ଆକାଉଣ୍ଟରେ ଆଧାର ସଂଯୋଗ କରାଯାଇ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବ୍ୟାଙ୍କ ଆକାଉଣ୍ଟ କାରବାର ଲାଗି ଆଧାର ବାଧ୍ୟତାମୂଳକ ନୁହେଁ ଦର୍ଶାଇ ଟଙ୍କା ଫେରାଇଦେବା ପାଇଁ ଆବେଦନକାରୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦର୍ଶାଇଥିଲେ। ବିଭିନ୍ନ ସମୟରେ ଇମେଲ୍‌ ଯୋଗେ ଚିଠି ଆଦାନପ୍ରଦାନ ପରେ ବି କୌଣସି ସୁଫଳ ମିଳି ନ ଥିଲା। ଏହାପରେ ଆବେଦନକାରୀ ବ୍ୟାଙ୍କରୁ ତାଙ୍କର ଜମାଅର୍ଥ ଫେରିପାଇବା ନିମନ୍ତେ ଆଦେଶ ଦେବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାଶ ଓ ଆଇନଜୀବୀ ଏନ୍‌.ସି. ମହାନ୍ତି ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri