ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ଭଲ ଜିଲାର ଜୀବନରେଖା କୁହାଯାଉଥିବା ସୋତ୍‌ ନଦୀର ପ୍ରାକୃତିକ ଧାରା ବନ୍ଦ ହୋଇଯାଇଥିଲା। ଏହା ଉପରେ ନିର୍ଭର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାର ସମାଧାନ କରିବାକୁ ଯାଇ ଆଇଏଏସ୍‌ ଅଧିକାରୀ ତଥା ସମ୍ଭଲ ଜିଲାର ପୂର୍ବତନ ଜିଲାପାଳ ମନିଷ ବନ୍‌ସଲ ୬ ମାସ ମଧ୍ୟରେ ସୋତ୍‌ ନଦୀର ପୁନରୁଦ୍ଧାର କରିପାରିଛନ୍ତି। ସେ ତାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରିପାରିଛନ୍ତି। ନଦୀର ୧୧୦ କିମି ଯାଏ ଜବରଦଖଲ ଦୂର କରାଯିବା ଯୋଗୁ ଏବେ ଜଳ ପ୍ରବାହ ସ୍ବାଭାବିକ ହୋଇପାରିଛିି ଏବଂ ଏହାର ତଟରେ ରହୁଥିବା ଗ୍ରାମବାସୀ ଉପକୃତ ହେଉଛନ୍ତି। ସୋତ୍‌ ନଦୀ ଗଙ୍ଗାରୁ ବାହାରିଛି ଓ ୭୧ ଗ୍ରାମପଞ୍ଚାୟତ ଦେଇ ପ୍ରବାହିତ ହେଉଛି। କିନ୍ତୁ ଜବରଦଖଲ ଯୋଗୁ ଏହାର ପ୍ରାକୃତିକ ସ୍ରୋତ ବନ୍ଦ ହୋଇଯାଇଥିଲା। ଜିଲାପାଳ ତାହାର ସର୍ଭେ କରାଇ ଡିସେମ୍ବର ୨୦୨୨େରେ କାମ ଆରମ୍ଭ କରିଥିଲେ ଓ ୨୦୨୩ ଜୁନରେ ଶେଷ କରିଥିଲେ। ତେବେ ଜୁନ ୨୦୨୪ରେ ଶାହାରଙ୍ଗପୁର ଜିଲାପାଳ ଭାବେ ତାଙ୍କୁ ବଦଳି କରାଯିବା ପରେ ଜିଲାର ଡେଭଲପ୍‌ମେଣ୍ଟ ଅଧିକାରୀ ନଦୀଶଯ୍ୟା ଜବରଦଖଲ ଉପରେ ନଜର ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri