ଏଇ ଭାରତରେ

ମଇଁଷିର ଦାମ୍‌ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍‌ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି ଲକ୍‌ଜ୍ୟୁରି ହାଉସ ମଧ୍ୟ କିଣିହେବ। ଏକଥା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ। ମାତ୍ର ଏଭଳି ଧରଣର ମଇଁଷି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ମେଳାରେ। ଏହାର ନାମ ଅନମୋଲ ଓ ମାଲିକ ହେଉଛନ୍ତି ଜଗତ୍‌ ସିଂ। ପ୍ରତିଦିନ ଏହି ମଇଁଷି ୫ କେଜି କ୍ଷୀର, ୪ କେଜି ଅଙ୍ଗୁର ରସ, ୩୦ଟି କଦଳୀ, ୨୦ଟି ଅଣ୍ଡା, ୨୫୦ ଗ୍ରାମ ଆଲମଣ୍ଡ ସହିତ ଚାରା ଖାଏ। ଅନମୋଲ ଦିନକୁ ଦୁଇଥର ଗାଧାଏ ଏବଂ ସୋରିଷ ଓ ଆଲମଣ୍ଡ ତେଲରେ ତା’ ଶରୀରକୁ ମାଲିସ କରାଯାଇଥାଏ। ଏହାର ସିମେନ ବିକ୍ରି କରି ମାସକୁ ୪-୫ ଲକ୍ଷ ଟଙ୍କା ରୋଜଗାର କରୁଥିବା କୁହନ୍ତି ଜଗତ। ସେଠାରେ ମଧ୍ୟ ୯ କୋଟି ଓ ୧୦ କୋଟି ଟଙ୍କା ମୂଲ୍ୟର ମଇଁଷି ଆସିଥିଲେ। ତେବେ ଏତେ ଦାମ୍‌ ସତ୍ତ୍ୱେ ଏହି ମଇଁଷିଙ୍କୁ ବିକ୍ରି କରାଯାଏ ନାହିଁ, ବରଂ ଖୁବ୍‌ ଯତ୍ନରେ ଏମାନଙ୍କ ରକ୍ଷଣାବେକ୍ଷଣ କରାଯାଏ। ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ କହିବା ଅନୁସାରେ ଏହି ସବୁ ମଇଁଷିଙ୍କୁ କୃତ୍ରିମ ଗର୍ଭଧାରଣ ନିମନ୍ତେ ବ୍ୟବହାର କରାଯାଉଛି। ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ଏମାନଙ୍କ ସିମେନ୍‌ର ଚାହିଦା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri