ଏଇ ଭାରତରେ

ଭାରତର ରାସ୍ତାକଡ଼ରେ ରହୁଥିବା ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରୁଥିବା ଅନେକଙ୍କ ମଧ୍ୟରେ ଗୋରଖପୁରର ରନେତ୍ଶ ତିଓ୍ବାରୀ ଅନ୍ୟତମ। ସେ ଏକ କମ୍ପାନୀ ଚଳାଇବା ସହ ରାସ୍ତାକଡ଼ରେ ରହୁଥିବା ଗରିବ ପିଲାଙ୍କ ଶିକ୍ଷା ପାଇଁ କାମ କରୁଛନ୍ତି ଓ ଏଯାବତ ୩୦୦ରୁ ଅଧିକ ପିଲାଙ୍କୁ ସ୍କୁଲରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ୨୦୧୬ରେ ୟଙ୍ଗ ଇଣ୍ଡିଆ ସଂସ୍ଥା ଗଢି ତା’ମାଧ୍ୟମରେ ଗତ ୭ ବର୍ଷ ହେଲା ସେ ଏହି କାମ କରୁଛନ୍ତି। ରନେତ୍ଶ ପେସାରେ ଜଣେ ଇଞ୍ଜିନିୟର। ପ୍ରଥମେ ସେ ହାଇଦ୍ରାବାଦରେ କାମ କରୁଥିଲେ ଓ ସେଠାରେ ରାସ୍ତାକଡ଼ରେ ଥିବା ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଗୋରଖପୁର ଫେରି ନିଜେ କମ୍ପାନୀ ଖୋଲିବା ସହ ରାସ୍ତାକଡ଼ ପିଲାଙ୍କୁ ପଢ଼ାଇବା ପାଇଁ ଅକ୍ଷର ପାଠଶାଳା ଖୋଲି ୪-୫ ଜଣ ପିଲାଙ୍କୁ ପଢାଇବା ଆରମ୍ଭ କରିଥିଲେ। ଏହି ପିଲାମାନେ ପଢା ଶେଷ କରି ସହରର ଅନ୍ୟ ସ୍ଥାନରେ ଗରିବ ପିଲାଙ୍କୁ ପଢାଇବା ସହ ସ୍କୁଲରେ ପହଞ୍ଚାଉଛନ୍ତି। କେବଳ ଏତିକି ନୁହେଁ ପିଲାମାନଙ୍କ ପରିବାରର ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଯୋଜନା କରୁଛନ୍ତି ରନେତ୍ଶ। ଏବେ ରନେତ୍ଶଙ୍କ୍‌ ଟିମ୍‌ରେ ଡାକ୍ତର, ଇଞ୍ଜିନିୟର ଓ ଏମ୍‌ବିଏ ଡିଗ୍ରୀଧାରୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri