ଏଇ ଭାରତରେ

ସାଧାରଣତଃ ବଗିଚାରେ ଔଷଧୀୟ ଗଛ ଘିକୁଆଁରୀ ରଖାଯାଇଥାଏ। ହେଲେ ଏହାର ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ହୃଷୀକେଶ ଜୟସିଂହ ଧାନେ । ମହାରାଷ୍ଟ୍ର ସତାରା ଜିଲା ପଡାଲି ଗାଁର ଏହି କୃଷକ ଘିକୁଆଁରୀ ଚାଷ କରି ବର୍ଷକୁ ୩.୫ କୋଟି ଟଙ୍କା ବିଜ୍‌ନେସ କରିବା ସହ ୩୦% ଲାଭ ପାଉଛନ୍ତି। ହୃଷୀକେଶ ୮ ଏକରରେ ଘିକୁଆଁରୀ ଚାଷ କରୁଛନ୍ତି। ହାରାହାରି ୮୦୦୦ ଲିଟର ଘିକୁଆଁରୀ ରସ ସଂଗ୍ରହ କରି ସେଥିରୁ ସାବୁନ, ଶାମ୍ପୂ, ଜୁସ୍‌ ଓ ଜୈବିକ କୀଟନାଶକ ପ୍ରସ୍ତୁତ କରୁଛନ୍ତି। ହୃଷୀକେଶଙ୍କ ଜୀବନ ଯାତ୍ରା ଉତ୍ଥାନପତନ ଦେଇ ଗତି କରିଛି। ସେ ଅର୍ଥାଭାବ ଭିତରେ ଦଶମ ପାସ୍‌ କରିବା ପରେ ଏକ କମ୍ପାନୀରେ ଚାକିରି କରିଥିଲେ। ସେଥିରୁ ଯାହା ପାଉଥିଲେ ତାହା ଯଥେଷ୍ଟ ନ ହେବାରୁ ସେ ଏକ ନର୍ସରି କରିଥିଲେ। ରୋଜଗାରରେ ଏହା ମଧ୍ୟ ତାଙ୍କୁ ସହଯୋଗ କରିପାରି ନ ଥିଲା। ଫଳରେ ଘିକୁଆଁରୀ ଚାଷ କରିବାକୁ ମନନ୍ଥ କରିଥିଲେ। ୨୦୦୭ରେ ପ୍ରାୟ ୪୦୦୦ ଘିକୁଆଁରୀ ଗଛ ଲଗାଇଥିଲେ। ତାଙ୍କ ଅଞ୍ଚଳରେ ଘିକୁଆଁରୀ ଚାଷୀମାନେ ଫିଙ୍ଗି ଦେଇଥିବା ଗଛଗୁଡ଼ିକୁ ସଂଗ୍ରହ କରିଥିଲେ। ଘିକୁଆଁରୀ ଚାଷ ଓ ସେଥିରୁ ଉତ୍ପାଦ ପ୍ରସ୍ତୁତ କରିବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ନିଯୁକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri