ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ

ଛତ୍ରପୁର, ୫ା୯(ଡି.ଏନ୍‌.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢିଛି । ଆକ୍ରାନ୍ତଙ୍କ ମଧ୍ୟରେ କେତେଜଣଙ୍କ ମଧୁମେହ, ରକ୍ତଚାପ ଆଦି ଅନ୍ୟ ରୋଗ ଥିବାରୁ ସେମାନଙ୍କ ମୃତ୍ୟୁ ହେଉଥିବା କୁହାଯାଇଛି । ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି ଯେ, ଜିଲାରେ ବର୍ତ୍ତମାନ ସୁଦ୍ଧା ୧୮,୫୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୭,୩୭୪ ଜଣ ସୁସ୍ଥ ହୋଇଛନ୍ତି । ଯାହାକି ୯୩.୭ ପ୍ରତିଶତ । ଏବେ ଗଞ୍ଜାମରେ ୯୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କରୋନାରେ ୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ଅଣ କୋଭିଡ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଛି।

Share