ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ ଅନୁପମ ସାହା ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜଣାଇଛନ୍ତି। ଏ ନେଇ ସେ ଜିଲାର ସମସ୍ତ ବିଡିଓଙ୍କୁ ଚିିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ପ୍ରବାସୀମାନେ ୭ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ନିଜ ଘରକୁ ଯାଉଥିଲେ। ଆସନ୍ତା ମଙ୍ଗଳବାରଠାରୁ ୨୧ଦିନ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ କୌଣସି କାମ ନଥିଲେ ଘରୁ ନ ବାହାରିବାକୁ ସେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ ୨୧ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଯିବେ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ପରେ ୭ ଦିନ ହୋମ କ୍ୱାରାଣ୍ଟାଇନ୍‌ରେ ରହିଲେ ୱାର୍ଡମେମ୍ବରଙ୍କଠାରୁ ୧ ହଜାର ଟଙ୍କା ନେବାକୁ କହିଛନ୍ତି।