ମଧ୍ୟସ୍ଥ ଆଗରେ, ପ୍ରଶାସନ ପଛରେ

ବଲାଙ୍ଗୀର ଅଫିସ, ୨ା୧୨: ବଲାଙ୍ଗୀର ଜିଲାରେ ଗତ ନଭେମ୍ବର ୧୮ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାସ୍ତରୀୟ ଧାନକ୍ରୟ କମିଟି (ଡିଏଲ୍‌ପିସି) ବୈଠକରେ ଜିଲାର ଚାଷୀମାନେ ମଣ୍ଡି ଓ ଏସ୍‌ଏଚ୍‌ଜି ଜରିଆରେ ଧାନର ଉଚିତ ମୂଲ୍ୟ ଯେପରି ପାଇପାରିବେ, ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଚାଷୀ ଯେପରି ଧାନର ଅଭାବୀ ବିକ୍ରି କି ମଧ୍ୟସ୍ଥର ଶିକାର ହେବନାହିଁ, ସେନେଇ ଆଲୋଚନା ହୋଇଥିଲା। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯେପରି ମିଳିବ ସେନେଇ ସୁନିଶ୍ଚିତ କରିବାକୁ ଜୋର ଦିଆଯାଇଥିଲା। ଧାନସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳନା କରିବାକୁ ପ୍ରଶାସନ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରୁ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ହେଲେ ଧାନକିଣା ଆରମ୍ଭରୁ ପ୍ରଶାସନର ଢିଲାପଣ ସ୍ପଷ୍ଟ ଦେଖାଗଲାଣି।
ପ୍ରଶାସନର ବହୁ ପୂର୍ବରୁ ମଧ୍ୟସ୍ଥମାନେ ସକ୍ରିୟ ହୋଇଗଲେଣି। ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଢ଼େର କମ୍‌ ଦରରେ କିଣିନେଇ ନିଜସ୍ବ ଗୋଦାମରେ ମହଜୁଦ କରି ରଖିଲେଣି। ଗଁା ଗଁାରେ ଏବେ ମଧ୍ୟସ୍ଥ ବା ଦଲାଲମାନେ ସକ୍ରିୟ ରହି ଚାଷୀଙ୍କଠାରୁ କମ୍‌ଦରରେ ଧାନ କିଣି ନେଉଥିବା ଖବର ମିଳୁଛି। ବିଶେଷକରି ଜିଲାର ପୁଇଁନ୍ତଲା, ଟିଟିଲାଗଡ, କଣ୍ଟାବାଞ୍ଜି, ବେଲପଡା ଓ ପାଟଣାଗଡ ବ୍ଲ୍ଳକ ଅଞ୍ଚଳରେ ମଧ୍ୟସ୍ଥ ସକ୍ରିୟ ହୋଇପଡିଛନ୍ତି। ସେମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ସମାନ୍ତରାଳ ଧାନକିଣାକୁ ସୁରୁଖୁରୁରେ ଚଳାଇଛନ୍ତି। କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦରରେ ଧାନ କିଣି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଚଳିତବର୍ଷ ଜିଲାର ୧୫୮ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୧୬ଟି ଏସ୍‌ଏଚ୍‌ଜି ମଣ୍ଡି ଜରିଆରେ ଧାନକିଣା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଜିଲାରେ ୮୦ଟି ପ୍ୟାକ୍ସରେ ଧାନକିଣା ଆରମ୍ଭ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮୦ଟି ପ୍ୟାକ୍ସରେ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୧ ହଜାର ୫୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ତେବେ ଜିଲାରେ ଆଉ ୯୪ଟି ମଣ୍ଡି ଏ ପର୍ଯ୍ୟନ୍ତ ଖୋଲିନାହିଁ। ଚଳିତବର୍ଷ ଜିଲାରେ ୬୬ ହଜାର ୭୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସମସ୍ତ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଟୋକନ୍‌ ଇସ୍ୟୁ ହୋଇପାରିନାହିଁ। ଟୋକନ୍‌ ଇସ୍ୟୁ କିଭଳି ହେଉଛି ଓ କେବେ ହେଉଛି ସେକଥା ଜାଣିବା ଚାଷୀକୁ ସହଜ ହେଉନାହିଁ। ଭୁବନେଶ୍ୱରରୁ ସିଧାସଳଖ ଅନ୍‌ଲାଇନ୍‌ ଜରିଆରେ ଚାଷୀଙ୍କ ଟୋକନ୍‌ ଇସ୍ୟୁ ହେଉଥିବାରୁ ଜିଲାରେ ବାସ୍ତବରେ ଏଯାବତ୍‌ କେତେ ଚାଷୀଙ୍କୁ ଟୋକନ୍‌ ମିଳିଛି ସେଇ ତଥ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ପାଖରେ ନ ଥିବା କହୁଛନ୍ତି। ଏହି ବ୍ୟବସ୍ଥା ମଧ୍ୟସ୍ଥଙ୍କୁ ସୁହାଉଛି। ପୁଇଁତଲା ବ୍ଳକର ମହୀମୁଣ୍ଡା ଅଞ୍ଚଳରେ ମଧ୍ୟସ୍ଥମାନେ କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣିନେଉଛନ୍ତି। କେତେଜଣ ପ୍ୟାକ୍ସ ସମ୍ପାଦକ ଓ ମିଲର୍ସ ଏହି ମଧ୍ୟସ୍ଥମାନଙ୍କ ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହେଉଛି। ଏ ପର୍ଯ୍ୟନ୍ତ ଜିଲାର କୌଣସି ମିଲର୍ସ ମଣ୍ଡିରୁ ଧାନ ଉଠାଇନାହାନ୍ତି। ମାତ୍ର ମଧ୍ୟସ୍ଥମାନେ ଚାଷୀଙ୍କଠାରୁ ଧାନ ଉଠାଇ ନେଲେଣି। ପ୍ରଶାସନ ସ୍ବତନ୍ତ୍ର ଟିମ୍‌ ଗଠନ କରି ଏହି ସ୍ଥାନରେ ଚଢ଼ାଉ କଲେ ଚାଲାଣ ପାଇଁ ରଖାଯାଇଥିବା ବେଆଇନ ଧାନ ଜବତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦିଲୀପ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଆଉ ମାତ୍ର ଅଳ୍ପ ଦିନ ମଧ୍ୟରେ ଜିଲାର ସମସ୍ତ ମଣ୍ଡି ଓ ଏସ୍‌ଏଚ୍‌ଜିରେ ଧାନକିଣା ଜୋର ଧରିବ। ଆଉ କୌଣସି ଚାଷୀ ମଧ୍ୟସ୍ଥଙ୍କୁ ଧାନ ବିକିବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri