Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ ସୈଫାଇରେ କରାଯିବ। ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଅନ୍ତର୍ଗତ ସୈଫାଇ ଗ୍ରାମର ଏକ ଗରିବ ଚାଷୀ ପରିବାରରେ ଜନ୍ମ ନେଇଥିଲେ ମୁଲାୟମ। ସେତେବେଳେ ହୁଏତ ଏହି ପିଲା ରାଜନୀତିରେ ଏଭଳି ସକ୍ରିୟ ହେବ ଜାଣି ନ ଥିଲେ। ହେଲେ ମୁଲାୟମ ଛୋଟ ଗାଁରେ ଜନ୍ମ ନେଇ ବି ଦେଶର ରକ୍ଷା ମନ୍ତ୍ରୀଠାରୁ ଆରମ୍ଭ କରି ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଅନେକ ନିଜର ଜନ୍ମମାଟିକୁ ଭୁଲି ଯାଆନ୍ତି। ମାତ୍ର ମୁଲାୟମ ଥିଲେ ବ୍ୟତିକ୍ରମ। ମାତ୍ର ୭୦୦୦ ବାସିନ୍ଦା ଥିବା ସୈଫାଇକୁ ମୁଲାୟମ ମଡେଲ ଗ୍ରାମରେ ପରିଣତ କରିଥିଲେ, ଏବେ ଯାହା ଆଗରେ ବଡ଼ ବଡ଼ ସହର ବି ଫିକା ଲାଗିବ।

ମୁଲାୟମଙ୍କ ଗାଁ ସୈଫାଇରେ ଏୟାରଷ୍ଟ୍ରିପ, ମେଡିକାଲ କଲେଜ, ଆନ୍ତର୍ଜାତୀୟ ଷ୍ଟାଡିୟମ, ଅତ୍ୟାଧୁନିକ ସୁବିଧା ଥିବା ଡାକ୍ତରଖାନା, ସପିଂ କମ୍ଲେକ୍ସ ଭଳି ସମସ୍ତ ଆବଶ୍ୟକୀୟ ସୁବିଧା ରହିଛି। ଜଣେ ରାଜନେତା ହିସାବରେ ମୁଲାୟମ ଯେଉଁଭଳି ସୈଫାଇର ବିକାଶ କରିଛନ୍ତି ସେଭଳି ଭାରତୀୟ ରାଜନୀତିରେ ଅନ୍ୟ କୌଣସି ନେତା ତାଙ୍କ ଗାଁ ପାଇଁ ତାହା କରିପାରି ନାହାନ୍ତି।

୯୦ ଦଶକରେ ସୈଫାଇ ଗ୍ରାମର ଅବସ୍ଥା ଭାରତର ଅନ୍ୟ ସାଧାରଣ ଗ୍ରାମ ପରି ଥିଲା। ପଢ଼ିବା ଲାଗି ସେଠାରେ ସ୍କୁଲ ନ ଥିଲା। ଚିକିତ୍ସା ଲାଗି ଡାକ୍ତରଖାନା ନ ଥିଲା। ଯାତାୟାତ ଲାଗି ମଧ୍ୟ ଭଲ ସଡ଼କ ମଧ୍ୟ ନ ଥିଲା। ୧୯୮୯ରେ ଯେତେବେଳେ ମୁଲାୟମ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ସୈଫାଇର ଚେହେରା ବଦଳାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବେ ୩ ଥର ନିଜ କାର୍ଯ୍ୟକାଳ ସମୟରେ ଏବଂ ଥରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହିସାବରେ ସୈଫାଇକୁ ଅନେକ ଭେଟ ଦେଇଥିଲେ। ପରେ ତାଙ୍କ ପୁଅ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ତ କାର୍ଯ୍ୟକୁ ପୂରଣ କରିଥିଲେ। ଏହାର ପରିଣାମସ୍ବରୂପ ସୈଫାଇ ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ସୈଫାଇରେ ଗ୍ରାମ ରାସ୍ତା ବେଶ ଚଉଡା। ରାସ୍ତାକଡ଼ରେ ଲାଇଟ୍‌ ବ୍ୟବସ୍ଥା ହୋଇଛି, ବଡ ବଡ଼ ଦୋକାନ ଅଛି। ଶପିଂ ମଲ୍‌ ବି ଅଛି। ସେହିଭଳି ମୁଲାୟମ ଗ୍ରାମୀଣ ଆୟୁର୍ବିଜ୍ଞାନ ସଂସ୍ଥାନ ନାମକ ମେଡିକାଲ କଲେଜର ସ୍ଥାପନା କରିଥିଲେ। ପରେ ଅଖିଳେଶ ସରକାର ଏହାକୁ ମେଡିକାଲ ୟୁନିଭର୍ସିିଟିର ମାନ୍ୟତା ଦେଇଥିଲେ। ଏସବୁ ଦେଖିଲେ ସୈଫାଇ ସମ୍ପୂର୍ଣ୍ଣ ଭାବେ ଆଧୁନିକ ସହର ଭଳି ଲାଗୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri