ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ ଏହି ସର୍କଲ ଅଧୀନରେ ଥିବା ୬ ବନଖଣ୍ଡରେ ୧୫୪ ହାତୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। ଏଥିମଧ୍ୟରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ ସେନ୍‌ସସ୍‌ରେ ମଧ୍ୟ କ୍ରମାଗତ ଭାବେ ହାତୀସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରୁଛନ୍ତି।
ହାତୀ ଦାନ୍ତର ବଜାର ଚାହିଦା ଥିବାରୁ ଶିକାରୀମାନେ ହାତୀମାନଙ୍କୁ ଶିକାର କରୁଛନ୍ତି। ଦାନ୍ତ ନେବା ପରେ ସେମାନେ ମୃତହାତୀକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପୋତି ଦିଅନ୍ତି କିମ୍ବା ପେଟ୍ରୋଲ ଢ଼ାଳି ପୋଡି ଦେଇଥାନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ମାମଲା ଚପାଇଦେବାକୁ ଉଦ୍ୟମ ହୋଇଥାଏ। ଏହାକୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି। ପ୍ରତିବର୍ଷ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହାସହ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଏହା ସତ୍ତ୍ୱେ ଜିଲାରେ ହାତୀମାନେ ଅସୁରକ୍ଷିତ ରହୁଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ସମ୍ବଲପୁର ବନଖଣ୍ଡରେ ୨୦୦୧ରୁ ଆଜି ପର୍ଯ୍ୟନ୍ତ ମୋଟ ୨୭ ହାତୀ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୧୨ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଟ୍ରେନ ଧକ୍କା, ୪ ଗୁଳି ମାଡ଼ରେ, ଅଂଶୁଘାତ ଓ ଅନ୍ୟାନ୍ୟ ରୋଗରେ ୯ ହାତୀ ମୃତ୍ୟୁବରଣ କରିଛନ୍ତି। ସେହିପରି ବାମରା ବନଖଣ୍ଡରେ ୨୦୦୧ରୁ ଏପର୍ଯ୍ୟନ୍ତ ୩୦ ହାତୀଙ୍କ ମୃତ୍ୟୁ ଘଟିଛି।
ବିପଦରେ ହାତୀବଂଶ
ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬, ଗୁଳି ମାଡ଼ରେ ୩, ରୋଗ, ଦୁର୍ଘଟଣା, ଅଂଶୁଘାତ ଓ ବାର୍ଦ୍ଧକ୍ୟଜନିତ କାରଣରୁ ୨୧ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ ବନଖଣ୍ଡରେ ୧୧ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୧ଟି ବିଜୁଳି, ୧ଟି ଗୁଳିମାଡ଼, ୩ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ଝାରସୁଗୁଡା ବନଖଣ୍ଡରେ ୧୭ ହାତୀ ମଧ୍ୟରୁ ୬ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୪ଟି ଟ୍ରେନ ଧକ୍କା, ଅନ୍ୟାନ୍ୟ ରୋଗରେ ୭ଟିର ମୃତ୍ୟୁ ଘଟିଛି। ରେଢ଼ାଖୋଲ ବନଖଣ୍ଡରେ ୨୦ ହାତୀ ମଧ୍ୟରୁ ୩ଟି ବିଦ୍ୟୁତ୍‌ ସଂସ୍ପର୍ଶରେ, ୨ଟି ଗୁଳିମାଡ଼, ୪ ହାତୀମୃତ୍ୟୁର କାରଣ ଜଣାପଡି ନ ଥିବାବେଳେ ୧୧ଟି ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେହିପରି ହୀରାକୁଦ ୱାଇଲ୍ଡଲାଇଫ୍‌୍‌ ଡିଭିଜନରେ କେବଳ ଗୋଟିଏ ହାତୀର ମୃତ୍ୟୁ ଘଟିିଛି। ସେନ୍‌ସସ୍‌ ରିପୋର୍ଟରେ ମଧ୍ୟ ହାତୀସଂଖ୍ୟା ନିରାଶଜନକ ରହିଛି। ୨୦୧୦ରେ ୬ ବନଖଣ୍ଡରେ ୨୪୯ ହାତୀ ଦେଖିବାକୁ ମିଳିଥିଲା। ୨୦୧୨ ସେନ୍‌ସସ୍‌ରେ ଏହି ସଂଖ୍ୟା ୨୨୯କୁ ହ୍ରାସ ପାଇଥିଲା। ସେହିପରି ୨୦୧୫ରେ ୧୩୭, ୨୦୧୭ରେ ୧୮୨ ହାତୀ ଚଳପ୍ରଚଳ କରୁଥିବା ରିପୋର୍ଟ ରହିଥିଲା। ୨୦୧୫-୧୭ ସେନ୍‌ସସ୍‌ରେ ୪୫ ହାତୀ ଅଧିକ ଗଣନା କରାଯାଇଥିଲା। କୋଭିଡ୍‌ କଟକଣା ଯୋଗୁ ୨୦୨୧ରେ ସେନ୍‌ସସ୍‌ କରାଯାଇପାରି ନାହିଁ। ହେଲେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ଦାବି କରାଯାଇଛି।

-ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri