ସଙ୍କଟରେ ସଁପୁର ସୂତା କାରିଗର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଇ ପର୍ବରେ ଲୋକେ ନୂଆଁଲୁଗା ପନ୍ଧିଥାନ୍ତି। ନୂଆଁଲୁଗା ପିନ୍ଧି ପରିବାରର ମୁରବି ଦେବଦେବୀ ଓ ପିତୃପୁରୁଷଙ୍କୁ ଚୁରାକୁଁଡା’ ଅର୍ପଣ କରିବାର ବିଧି କୋଉ କାଳରୁ ରହିଆସିଛି। ଏହାସହିତ ନୂଆଁଖାଇରେ ପରିବାର ସମସ୍ତେ ନୂଆଁଲୁଗା ପରିଧାନ କରି ନୂଆଁ ଖାଇବା ସହ ଭେଟ୍‌ଘାଟ ହୋଇଥାନ୍ତି। ହେଲେ ଗଲା ବଛରଠୁ ବଜାରରେ ନୂଆଁଲୁଗାର ଚାହିଦା କରୋନା ପାଇଁ କମିଯାଇଛି। ଚାହିଦା କମିଛି ତ ବିକ୍ରି କମିଛି। ତା ସାଙ୍ଗକୁ କମିଛି କାରିଗରଙ୍କ ମଜୁରି। ସାଉକାର ପାଖରେ ମଜୁରି ବି ବାକି। ଗଲାବର୍ଷଠୁ ସଙ୍କଟରେ ଅଛନ୍ତି ସଁପୁର ସୂତାର କାରିଗର। ନାଁ ନୀତିକୁ ବୌଦ୍ଧ ଜିଲା ଗବଜୋର ଗାଁର ହଜାରେ ଉପରେ ବୁଣାକାର ପାଳନ କରୁଛନ୍ତି
ନୁଆଁଖାଇ। ହେଲେ ନୂଆଁଖାଇର ଉସନାକୀ ନାଇଁ।
ସବୁ ବଢିଛି, ମଜୁରି ଛିଡିଛି
ବଜାରରେ ସବୁ ବଢିଛି। ଚାଉଳଗଉଳ, ଲୁଣତେଲ ସବୁକିଛି। ବୁଣାକାର ସୁମନ୍ତ ମେହେର କହନ୍ତି, ଦଶଟଙ୍କାର ତେଲ ଗୁଟେ କାନେ ପଶିଯିବା। ଇ ମହର୍ଗ ସମିଆରେ ସବୁ ଜିନିଷ ବଢିଥିଲେ ବି ବୁଣାକାରର ବଜୁରି ଛିଡିଛି। କେବଳ ସୁମନ୍ତ ନୁହନ୍ତି, କୋଦଣ୍ଡ ମେହେର ଓ ଅନ୍ୟ ବୁଣାକାରଙ୍କ କହିବା କଥା ହେଲା ଯୋଉ ଶାଢି ବଜାରରେ ୭ ହଜାର ଟଙ୍କା ବିକ୍ରି ଥିଲା ସେଇ ଶାଢୀ ଏବେ ଛଅ ହଜାର ଟଙ୍କା। ଲୋକଙ୍କ ଚାହିଦା କମିଛି ସତ, ତା ସାଙ୍ଗକୁ ବଢିଛି ପାଟସୂତା ଆଉ ରଙ୍ଗର ଦର। ସେଥିପାଇଁ ସିଧାସଳଖ ମଜୁରି ଉପରେ ମାଡ ପଡୁଛି। ଆଗ ଯେଉଁ ଶାଢୀରେ ୨ ହଜାରରୁ ପଚିଶ ଶହ ମଜୁରି ମିଳୁଥିଲା ସେଇ ଶାଢି ଉପରେ ଏବେ ଷୋଳଶହଠୁ ଦୁଇ ହଜାର ମଜୁରି। ଯାହାର ପାଞ୍ଚ ପରାଣୀ କୁଟମ୍ବ ସେଇ ପରିବାର ଚଳିବା ମୁସ୍କିଲ ହୋଇ ପଡୁଛି। ନୂଆଁଖାଇ ବଜାର ବି ମାନ୍ଦା। କରୋନା ସମିଆ ଆଗର କମାଣୀ ନାଇଁ। ବୁଣାକାର
ପରିବାର ପାଇଁ ନୂଆଁଖାଇ ଫିକା ପଡିଯାଉଛି।
କେବେ ଫେରିବ ସେଇ ରଙ୍ଗିନ ସମିଆ
ଏଇ ଗାଁର ତନ୍ତୁରୁ ଦେଶ ବିଦେଶକୁ ଯାଉଥିଲା କେତେ ରଙ୍ଗୀନ ପାଟ ଶାଢି। ବମକେଇ, ଫିରା ମିନିବୁଟା ବମକେଇ। ପୁଣି ସମ୍ପଲପୁରୀ ପାଟର ପେପର ବାନ୍ଧନ୍‌, ଧଡି ସପଟା, ବଡି ସପଟା। ସଁପୁର ସୂତାରେ ପୁଣି କେତେ ମୟୁର, କଣ୍ଡେଇଙ୍କ ଛବି ଓ ଭାତିଭାତି ଡିଜାଇନ ଫୁଟଉଥିଲା ଏଇ ଗାଁର ବୁଣାକାର। ହେଲେ ଏବେ ତାର ନିଜ ଛୁଆଙ୍କ ଦିହକୁ କନା ନିଅଣ୍ଟ। ବହୁତ ଦୁଃଖର ସହ ବୁଣାକାର ପ୍ରକାଶ ମେହେର ତାଙ୍କ ଛ ବର୍ଷର ଝିଅକୁ ଦେଖେଇ କହନ୍ତି, ମୋର ଛୁଆର ପିନ୍ଧନା ଦେଖନ୍‌, ଇ ବଛର ନୂଆଁଖଣ୍ଡେ ଘିନି ନାଇଁପାରି। ସାଉକାର ପାଶେ ମଜୁରି ବାକି ପଡିଛେ। ବାଟେଘାଟେ ଧାର ଉଧାର ଚରିଗଲାନ। ବାସ୍ତବରେ ପ୍ରକାଶଙ୍କ ପରି ଅନେକ ବୁଣାକାର କରୋନା ପରବର୍ତ୍ତୀ ଗୋଟେ ସଙ୍କଟଜନକ ସମୟରେ ଗତି କରୁଛନ୍ତି। ପ୍ରାୟ ବୁଣାକାର ସାଉକାରଙ୍କଠାରୁ ସୂତା ଆଣି ଲୁଗା ବୁଣନ୍ତି ଓ ମଜୁରି ଆଣନ୍ତି। ଆଉ ସେଇ ମଜୁରି ଯାହା ଛିଡିଛି ତ ଛିଡିଛି। ଏଇ ନୂଆଁଖାଇରେ ବି ବାକି ପଡିଛି। ଏ ସମ୍ପର୍କରେ ଗାଁର ବର୍ଷୀୟାନ ଡିଜାଇନର ସମାରୁ ମେହେର କୁହନ୍ତି, ଗଲା ଦୁଇ ବଛର ହେଲା କାଏଁ ଠାକରାନୀ ଆଇଲେ ଯେ, ହାତ ବାନ୍ଧିକରି ବସବାର ଅବସ୍ଥା ହେଲାନ। କେଜେ ସୂତାରେ ରଙ୍ଗ ମାଜଲେ ଆଠ ଶହ ହେବା, ତହିଁକେ ସବୁ ବଢିଛେ। କିଏ ଜାନେ କେନ୍ତା ଲୋକ
ଚଲବେ। ହଁ, ଖାଇସନ ବଲି ନୂଆଁ ଖାଇବାର କଥା।
ଜୀଁ ଜାଗିଥିଲେ ବଛରେ
କେବେ ଶେଷ ହେବ କରୋନାର ସମିଆ। କାହା ପାଖରେ ଉତ୍ତର ନାଇଁ। ଗୋଟେ ବଛର ଯାଇ ଆଉ ଗୋଟେ ବଛରକୁ ଭେଟ। ଜୀବନ ଜୀବିକାର ସଂଘର୍ଷରେ ଗଣପର୍ବର ଉସନାକୀ ଫିକା ପଡି ଯାଉଛି। ହେଲେ ବି ଦୂର
ଦୂରାନ୍ତରେ ଥିବା ବୁଣାକାରଙ୍କ ପୁଅ ଗାଁକୁ ଫେରୁଛି।
ରିପୋର୍ଟ: ଆଦିତେଶ୍ୱର ମିଶ୍ର, କଣ୍ଟାମାଳ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri