ସଙ୍କଟରେ ସଁପୁର ସୂତା କାରିଗର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଇ ପର୍ବରେ ଲୋକେ ନୂଆଁଲୁଗା ପନ୍ଧିଥାନ୍ତି। ନୂଆଁଲୁଗା ପିନ୍ଧି ପରିବାରର ମୁରବି ଦେବଦେବୀ ଓ ପିତୃପୁରୁଷଙ୍କୁ ଚୁରାକୁଁଡା’ ଅର୍ପଣ କରିବାର ବିଧି କୋଉ କାଳରୁ ରହିଆସିଛି। ଏହାସହିତ ନୂଆଁଖାଇରେ ପରିବାର ସମସ୍ତେ ନୂଆଁଲୁଗା ପରିଧାନ କରି ନୂଆଁ ଖାଇବା ସହ ଭେଟ୍‌ଘାଟ ହୋଇଥାନ୍ତି। ହେଲେ ଗଲା ବଛରଠୁ ବଜାରରେ ନୂଆଁଲୁଗାର ଚାହିଦା କରୋନା ପାଇଁ କମିଯାଇଛି। ଚାହିଦା କମିଛି ତ ବିକ୍ରି କମିଛି। ତା ସାଙ୍ଗକୁ କମିଛି କାରିଗରଙ୍କ ମଜୁରି। ସାଉକାର ପାଖରେ ମଜୁରି ବି ବାକି। ଗଲାବର୍ଷଠୁ ସଙ୍କଟରେ ଅଛନ୍ତି ସଁପୁର ସୂତାର କାରିଗର। ନାଁ ନୀତିକୁ ବୌଦ୍ଧ ଜିଲା ଗବଜୋର ଗାଁର ହଜାରେ ଉପରେ ବୁଣାକାର ପାଳନ କରୁଛନ୍ତି
ନୁଆଁଖାଇ। ହେଲେ ନୂଆଁଖାଇର ଉସନାକୀ ନାଇଁ।
ସବୁ ବଢିଛି, ମଜୁରି ଛିଡିଛି
ବଜାରରେ ସବୁ ବଢିଛି। ଚାଉଳଗଉଳ, ଲୁଣତେଲ ସବୁକିଛି। ବୁଣାକାର ସୁମନ୍ତ ମେହେର କହନ୍ତି, ଦଶଟଙ୍କାର ତେଲ ଗୁଟେ କାନେ ପଶିଯିବା। ଇ ମହର୍ଗ ସମିଆରେ ସବୁ ଜିନିଷ ବଢିଥିଲେ ବି ବୁଣାକାରର ବଜୁରି ଛିଡିଛି। କେବଳ ସୁମନ୍ତ ନୁହନ୍ତି, କୋଦଣ୍ଡ ମେହେର ଓ ଅନ୍ୟ ବୁଣାକାରଙ୍କ କହିବା କଥା ହେଲା ଯୋଉ ଶାଢି ବଜାରରେ ୭ ହଜାର ଟଙ୍କା ବିକ୍ରି ଥିଲା ସେଇ ଶାଢୀ ଏବେ ଛଅ ହଜାର ଟଙ୍କା। ଲୋକଙ୍କ ଚାହିଦା କମିଛି ସତ, ତା ସାଙ୍ଗକୁ ବଢିଛି ପାଟସୂତା ଆଉ ରଙ୍ଗର ଦର। ସେଥିପାଇଁ ସିଧାସଳଖ ମଜୁରି ଉପରେ ମାଡ ପଡୁଛି। ଆଗ ଯେଉଁ ଶାଢୀରେ ୨ ହଜାରରୁ ପଚିଶ ଶହ ମଜୁରି ମିଳୁଥିଲା ସେଇ ଶାଢି ଉପରେ ଏବେ ଷୋଳଶହଠୁ ଦୁଇ ହଜାର ମଜୁରି। ଯାହାର ପାଞ୍ଚ ପରାଣୀ କୁଟମ୍ବ ସେଇ ପରିବାର ଚଳିବା ମୁସ୍କିଲ ହୋଇ ପଡୁଛି। ନୂଆଁଖାଇ ବଜାର ବି ମାନ୍ଦା। କରୋନା ସମିଆ ଆଗର କମାଣୀ ନାଇଁ। ବୁଣାକାର
ପରିବାର ପାଇଁ ନୂଆଁଖାଇ ଫିକା ପଡିଯାଉଛି।
କେବେ ଫେରିବ ସେଇ ରଙ୍ଗିନ ସମିଆ
ଏଇ ଗାଁର ତନ୍ତୁରୁ ଦେଶ ବିଦେଶକୁ ଯାଉଥିଲା କେତେ ରଙ୍ଗୀନ ପାଟ ଶାଢି। ବମକେଇ, ଫିରା ମିନିବୁଟା ବମକେଇ। ପୁଣି ସମ୍ପଲପୁରୀ ପାଟର ପେପର ବାନ୍ଧନ୍‌, ଧଡି ସପଟା, ବଡି ସପଟା। ସଁପୁର ସୂତାରେ ପୁଣି କେତେ ମୟୁର, କଣ୍ଡେଇଙ୍କ ଛବି ଓ ଭାତିଭାତି ଡିଜାଇନ ଫୁଟଉଥିଲା ଏଇ ଗାଁର ବୁଣାକାର। ହେଲେ ଏବେ ତାର ନିଜ ଛୁଆଙ୍କ ଦିହକୁ କନା ନିଅଣ୍ଟ। ବହୁତ ଦୁଃଖର ସହ ବୁଣାକାର ପ୍ରକାଶ ମେହେର ତାଙ୍କ ଛ ବର୍ଷର ଝିଅକୁ ଦେଖେଇ କହନ୍ତି, ମୋର ଛୁଆର ପିନ୍ଧନା ଦେଖନ୍‌, ଇ ବଛର ନୂଆଁଖଣ୍ଡେ ଘିନି ନାଇଁପାରି। ସାଉକାର ପାଶେ ମଜୁରି ବାକି ପଡିଛେ। ବାଟେଘାଟେ ଧାର ଉଧାର ଚରିଗଲାନ। ବାସ୍ତବରେ ପ୍ରକାଶଙ୍କ ପରି ଅନେକ ବୁଣାକାର କରୋନା ପରବର୍ତ୍ତୀ ଗୋଟେ ସଙ୍କଟଜନକ ସମୟରେ ଗତି କରୁଛନ୍ତି। ପ୍ରାୟ ବୁଣାକାର ସାଉକାରଙ୍କଠାରୁ ସୂତା ଆଣି ଲୁଗା ବୁଣନ୍ତି ଓ ମଜୁରି ଆଣନ୍ତି। ଆଉ ସେଇ ମଜୁରି ଯାହା ଛିଡିଛି ତ ଛିଡିଛି। ଏଇ ନୂଆଁଖାଇରେ ବି ବାକି ପଡିଛି। ଏ ସମ୍ପର୍କରେ ଗାଁର ବର୍ଷୀୟାନ ଡିଜାଇନର ସମାରୁ ମେହେର କୁହନ୍ତି, ଗଲା ଦୁଇ ବଛର ହେଲା କାଏଁ ଠାକରାନୀ ଆଇଲେ ଯେ, ହାତ ବାନ୍ଧିକରି ବସବାର ଅବସ୍ଥା ହେଲାନ। କେଜେ ସୂତାରେ ରଙ୍ଗ ମାଜଲେ ଆଠ ଶହ ହେବା, ତହିଁକେ ସବୁ ବଢିଛେ। କିଏ ଜାନେ କେନ୍ତା ଲୋକ
ଚଲବେ। ହଁ, ଖାଇସନ ବଲି ନୂଆଁ ଖାଇବାର କଥା।
ଜୀଁ ଜାଗିଥିଲେ ବଛରେ
କେବେ ଶେଷ ହେବ କରୋନାର ସମିଆ। କାହା ପାଖରେ ଉତ୍ତର ନାଇଁ। ଗୋଟେ ବଛର ଯାଇ ଆଉ ଗୋଟେ ବଛରକୁ ଭେଟ। ଜୀବନ ଜୀବିକାର ସଂଘର୍ଷରେ ଗଣପର୍ବର ଉସନାକୀ ଫିକା ପଡି ଯାଉଛି। ହେଲେ ବି ଦୂର
ଦୂରାନ୍ତରେ ଥିବା ବୁଣାକାରଙ୍କ ପୁଅ ଗାଁକୁ ଫେରୁଛି।
ରିପୋର୍ଟ: ଆଦିତେଶ୍ୱର ମିଶ୍ର, କଣ୍ଟାମାଳ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri