ଚାଇନାରେ କରୋନା ସ୍ଥିତି ଭୟଙ୍କର: ଝେଜିଆଙ୍ଗରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ବେଜିଂ,୨୭।୧୨: ଚାଇନାରେ କରୋନା ସ୍ଥିତି ଭୟଙ୍କର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝେଜିଆଙ୍ଗ ପ୍ରଦେଶ ହେଉଛି ଚାଇନାର ପ୍ରମୁଖ ଉତ୍ପାଦନ କେନ୍ଦ୍ର। ଏହା ସାଂଘାଇ ନିକଟରେ ଅବସ୍ଥିତ। ଏହାର ଜନସଂଖ୍ୟା ପ୍ରାୟ ୬.୫ କୋଟି। ଏହାର ମୁଖ୍ୟ ସହର ହାଙ୍ଗଜୋ, ଚାଇନାର ସର୍ବବୃହତ ଇ-କମର୍ସ କମ୍ପାନୀ ଆଲିବାବା ଗ୍ରୁପ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି କମ୍ପାନୀଗୁଡିକ ଏଠାରେ ଅଛି। ଆପଲ ବ୍ୟତୀତ ଜାପାନର ଅଟୋମେକର୍‌ ନିଡେକ ଏବଂ ଅନ୍ୟାନ୍ୟ ବିଦେଶୀ ନିର୍ମାତାଙ୍କର ମଧ୍ୟ ଏଠାରେ ୟୁନିଟ ଅଛି। କରୋନା ଯୋଗୁ ଏହି ୟୁନିଟ ଗୁଡିକର କାର୍ଯ୍ୟକାରିତା ପ୍ରଭାବିତ ହୋଇପାରେ ଏବଂ ବିଶ୍ୱର ଉତ୍ପାଦନ ଏବଂ ଯୋଗାଣ ଉପରେ ପ୍ରଭାବ ପକାଇବାର ବିପଦ ରହିଛି।
ଚାଇନାରେ ଗତ ୨୦ ଦିନ ମଧ୍ୟରେ ପାଖାପାଖି ୨୫ କୋଟି ଲୋକ କୋଭିଡ୍‌ରେ ସଂକ୍ରମିତ ହୋଇଥିବାର ସରକାରୀ ଦସ୍ତାବିଜ୍‌ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ନ୍ୟାଶନାଲ ହେଲ୍‌ଥ କମିଶନ (ଏନ୍‌ଏଚ୍‌ସି) ଦୈନିକ ସଂକ୍ରମଣ ସଂଖ୍ୟା ପ୍ରକାଶନ ବନ୍ଦ କରିଦେଇଛି। ଏନ୍‌ଏଚ୍‌ସି ଏ ସମ୍ପର୍କରେ ସୂଚନା ଦେଇଥିବାବେଳେ ନୀତି ବଦଳାଇବାର କାରଣ ସମ୍ପର୍କରେ କିଛି କହିନାହିଁ। ଚାଇନାରେ କଠୋର ଟେଷ୍ଟିଂ ନିୟମ ହଟିବା ପରେ ସଂକ୍ରମଣ ମାମଲା ଅତ୍ୟଧିକ ବୃଦ୍ଧି ପାଇଛି। ସାରା ଦେଶର ସଂକ୍ରମଣ ସଂଖ୍ୟା ଚିହ୍ନଟ କରିବା ସମ୍ଭବ ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଚାଇନାରେ ଗୋଟିଏ ଦିନରେ ସର୍ବାଧିକ ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବାବେଳେ କ୍ରମାଗତ ୪ ଦିନରେ କେହି ପ୍ରାଣ ହରାଇ ନ ଥିବା ଏନ୍‌ଏଚସି ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri