ଭିତରକନିକାରେ ଗତବର୍ଷଠାରୁ ଅଧିକ ୭,୭୯୭ ଦେଶୀୟ ପକ୍ଷୀ

ରାଜନଗର, ୧୨ା୯ (ଭାସ୍କର ରାଉତରାୟ): ପକ୍ଷୀ ବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୦୨୨ଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୨୩,୮୬୭କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଚଳିତ ବର୍ଷ ୭,୭୯୭ ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାରେ ଭିଡ ଜମାଇଛନ୍ତି। ଚଳିତବର୍ଷ ୧୭୬୦ଗଛରେ ୨୬,୧୧୮ ବସାରେ ଏହି ପକ୍ଷୀଙ୍କୁ ଗଣନା କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଚଳିତ ମାସ ୩ ତାରିଖରୁ ୭ ତାରିଖ ଯାଏଁ ୫ ଦିନ ଧରି ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆ ସମେତ ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ବାଲିଡିଆ ଆଇଲ୍ୟାଣ୍ଡରେ ପକ୍ଷୀ ଗଣନା କରାଯାଇଥିଲା। ଭିତରକନିକା ଇତିହାସରେ ପ୍ରଥମଥର ପାଇଁ ଜାତୀୟ ଉଦ୍ୟାନ ବାହାରେ ଦେଶୀୟ ପକ୍ଷୀଙ୍କ ଠିକଣା ଠାବ କରାଯିବା ସହ ତା’ର ଗଣନା କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ବନ ବିଭାଗର ୪ଟି ଟିମ ପକ୍ଷୀ ଗଣନା କରିଥିବା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କରିଥିଲେ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀଗୁଡିକ ମଧ୍ୟରେ ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟବଗ, ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆବଗ, କାପରଖାଇ, ଦାବେଣ୍ଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଏହି ଗଣନା କାର୍ଯ୍ୟ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବନପାଳ ନବୀନ କୁମାର ମଲ୍ଲିକ, ପ୍ରଶାନ୍ତ ସିଂ, ବନରକ୍ଷୀ ସୁନିଲ ରଞ୍ଜନ ରାଉତରାୟ, ଶ୍ରୀରାମ ହେମନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ୪ଟି ଟିମ୍‌ ଜାତୀୟ ଉଦ୍ୟାନ ମଧ୍ୟରେ ଦେଶୀୟ ପକ୍ଷୀଙ୍କ ଗଣନା କରିଥିବା ବେଳେ ଏସିଏଫ ପୁନମହୀରା ହଁାସଦା, ଗଗନ କୁମାର ମଲ୍ଲିକ, ରେଞ୍ଜ ଅଫିସର ଚିତ୍ତ ରଞ୍ଜନ ବେଉରା ଓ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍‌ ପକ୍ଷୀଙ୍କ ନୂତନ ଠିକଣା ଗଣନା କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ ଜୁନ୍‌ ଶେଷ ଭାଗରୁ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମା’ପକ୍ଷୀମାନେ ବସାରେ ଅଣ୍ଡା ଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଙ୍ଗରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମଭୂମିକୁ ଫେରିଯିବେ। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହି ଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। କ୍ରମାଗତ ଭାବେ ଭିତରକନିକା ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ୧୯୭୨ରେ କାଳିଭଞ୍ଜଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଉ ଥିଲେ। ୧୯୮୧ରେ କାଳିଭଞ୍ଜଡିଆ ପରିବର୍ତ୍ତେ ଶୁଆଯୋରରେ ବସା ବାନ୍ଧି ଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ ଦେଶୀୟ ପକ୍ଷୀ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ଦେଶୀୟ ପକ୍ଷୀଙ୍କ କାକଳି ସହିତ ବସା ବାନ୍ଧିବା, କାଠିକୁଟା ଧରି ଉଡ଼ିବାର ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ସୁବିଧା ନିମିତ ସେଠାରେ ୧୯୯୫ରେ ୱାଚ ଟାୱାର ନିର୍ମାଣ ହୋଇଛି। ପର୍ଯ୍ୟଟକମାନେ ୱାଚ ଟାୱାର ଉପରେ ଚଢ଼ି ଏକା ସମୟରେ ଗୋଟିଏ ସ୍ଥାନରେ ଲକ୍ଷାଧିକ ପକ୍ଷୀ ଦେଖିବାର ମଜା ନେଇଥାନ୍ତି। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରୁ ମଠଆଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇଥିଲେ। ଗତ ୩ ବର୍ଷ ହେଲା ମଠଆଡିଆ ସହ ଲକ୍ଷ୍ମୀପ୍ରସାଦଡ଼ିଆ ଓ ଦୁର୍ଗାପ୍ରସାଦଡ଼ିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁ ଆସୁଥିଲେ। ମାତ୍ର ଜଳବାୟୁର ପରିବର୍ତ୍ତନ ଏବଂ ବିଶ୍ୱତାପନର ପ୍ରଭାବରେ ଦେଶୀୟ ପକ୍ଷୀମାନଙ୍କର ଖାଦ୍ୟ ଏବଂ ବାସସ୍ଥାନ ଉପଯୁକ୍ତ ନ ହେବାରୁ ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନର ବାହାରେ ପ୍ରଥମଥର ପାଇଁ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଠାବ କରାଯାଇଛି। ରାଜନଗର ବ୍ଲକ ଓ ଆଳି ବ୍ଲକର ମଧ୍ୟସ୍ଥଳୀ ବ୍ରାହ୍ମଣୀ ନଦୀର ଏକମାଣିଆଠାରେ ନଦୀ ଭିତରେ କିଛିବର୍ଷ ଭିତରେ ସୃଷ୍ଟି ହୋଇଥିବା ବାଲିଡିଆ ଆଇଲ୍ୟାଣ୍ଡରେ ଏବେ ଦେଶୀୟ ପକ୍ଷୀଙ୍କ କାକଳି ଶୁଭୁଛି। ୧୫ ହେକ୍ଟର ପରିମିତ ଏହି ଡିଆରେ ଆପେ ଆପେ ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?