ବରଗଡ଼ରେ କୋହଳ ହେଲା କଟକଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାରରୁ କରୋନା କଟକଣାକୁ କୋହଳ କରାଯାଇଛି। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଏଣିକି ଜିଲାର ସମସ୍ତ ବ୍ୟବସାହିକ ପ୍ରତିଷ୍ଠାନ ଅର୍ଥାତ୍‌ ଦୋକାନ, ବଜାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଉଭୟ ଦୋକାନୀ ଓ ଗରାଖଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସେଲୁନ୍‌, ସ୍ପା, ବିଉଟିପାର୍ଲରରେ ଗରାଖଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଆବଶ୍ୟକ ସତର୍କତା, ସାନିଟେଇଜେଶନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକଙ୍କ ସମାବେଶ ଉପରେ କଟକଣା ରହିଛି। ଏହା ସହିତ ବିବାହୋତ୍ସବରେ ଅତି ବେଶୀରେ ୫୦ ଏବଂ ଶବଦାହ, ଶେଷକୃତ୍ୟ କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ଜମା ହୋଇପାରିବେ ନାହିଁ ବୋଲି କଟକଣା ରହିଛି । ସେହିପରି ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ମଦ, ପାନ, ତମାଖୁ ବ୍ୟବହାର ତଥା ଛେପ ପକାଇବା ଉପରେ କଟକଣା ରହିଥିବାବେଳେ ଏହାକୁ ଉଲ୍ଲଂଘନ କଲେ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଜିଲା ମଧ୍ୟରେ କିମ୍ବା ଜିଲା ବାହାରକୁ ଉଭୟ ଯାତ୍ରୀବାହୀ, ମାଲବାହୀ ଗାଡ଼ି ଚଳାଚଳ କରି ପାରିବ ଏବଂ ଏଥିପାଇଁ ପୂର୍ବଭଳି ଆଉ ପାସ୍‌, ଅନୁମତି ଲୋଡ଼ା ନାହିଁ । ତେବେ ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ଅନୁଯାୟୀ, ଯାତ୍ରୀବାହୀ ଗାଡ଼ି ତଥା ବସ୍‌, ଅଟୋ, ରିକ୍ସା ଆଦିରେ ଉଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀ ଯାତାୟାତ କରି ପାରିବେ ।
ସେହିପରି ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ, ବେସରକାରୀ ଅଫିସ୍‌, ବ୍ୟାଙ୍କ ଚାଲିବ । ମାତ୍ର ସମ୍ପୃକ୍ତ ଅଫିସରେ ହାତ ଧୋଇବା, ସାନିଟାଇଜ୍‌ ସହିତ ସାମଜିକ ଦୂରତ୍ୱ ରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷେ ପୂର୍ବଭଳି ଧାର୍ମିକ ଅନୁଷ୍ଠାନ, ପୂଜାପୀଠ ସିନେମା ହଲ, ସୁଇମିଂ ପୁଲ୍‌, ଥିଏଟର, ବାର୍‌, ଅଡଟୋରିୟମ, ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ, ସମାବେଶରେ କଟକଣା ଲାଗୁ ରହିଛି । ସ୍କୁଲ, କଲେଜ, କୋଚିଂ ସେଣ୍ଟର ଏବଂ ଅନ୍ୟ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରେଷ୍ଟାରୁଣ୍ଟ, ହୋଟେଲଗୁଡ଼ିକ ହୋମ ଡେଲିଭରି କରି ପାରିବେ ବୋଲି କଟକଣା ରହିଛି ।
ଅନ୍ୟପଟେ ରାତ୍ରି ୯ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ କଟକଣା ଲାଗୁହୋଇ ଥିବାବେଳେ ଏହି ସମୟରେ ଜରୁରୀ କାମ ବ୍ୟତୀତ କେହି ପଦାକୁ ନ ବାହାରିବା ପାଇଁ ପରାର୍ଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକୀୟ ଜରୁରୀ କାମ ନଥିଲେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧ, ଗର୍ଭବତୀ ଏବଂ ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସୂଚାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri