ଏସବୁ ୫ ଦେଶରେ କମୁଛି କରୋନା ସଂକ୍ରମଣ…

ଓ୍ବାଶିଂଟନ/ ନୂଆଦିଲ୍ଲୀ, ୨୬।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ୫ଟି ଦେଶରେ କରୋନା ସଂକ୍ରମଣ କମୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେସବୁ ଦେଶ ମଧ୍ୟରେ ଆମେରିକା, ଦକ୍ଷିଣ ଆଫ୍ରିକା, ରୁଷ୍‌, ପାକିସ୍ତାନ ଏବଂ ସୌଦି ରହିଛି। ତେବେ ଏହି ତାଲିକାରେ ଭାରତର ନାମ ନାହିଁ। ଆମେରିକାରେ ଜୁନ୍‌ ଜୁଲାଇରେ କରୋନା ଆତଙ୍କ ରଚିଥିବାବେଳେ ଗତ କିଛି ସପ୍ତାହ ଧରି ଏଠାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକାରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି। ପ୍ରିଟୋରିଆ ଏବଂ ଜେହାନ୍ସବର୍ଗରେ ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରୁଷ୍‌ରେ ଅଗଷ୍ଟ ୨୨ରେ ୫ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି। ପାକିସ୍ତାନରରେ ମଧ୍ୟ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ସେହିପରି ସୌଦିରେ ମଧ୍ୟ କରୋନା ସଂକ୍ରମଣ କମୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ଦିନରେ ଭାରତରେ ମଧ୍ୟ ସ୍ଥିତିରେ ନିୟନ୍ତ୍ରଣ ଆସିବାର ଆଶା ଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ରେ ଯୋଡ଼ିହେଲା ୨ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ

ଭୁବନେଶ୍ୱର,୧୦ା୯(ସୁଚିସ୍ମିତା ସାହୁ): ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ଓଡ଼ିଶା ସମେତ ୫ ରାଜ୍ୟରେ ମଲ୍ଟିଟ୍ରାକ୍‌ ପ୍ରକଳ୍ପ ପାଇଁ ୧୦,୭୮୩ କୋଟି ଟଙ୍କା ମଞ୍ଜୁର; ଖଡ଼ଗପୁର-ଝାରସୁଗୁଡ଼ା…

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୁଧବାର ଦେଶର ୮ଟି ପ୍ରମୁଖ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପ ପାଇଁ ୨୦,୮୦୪ କୋଟି ଟଙ୍କା…

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri