ଗୋଟିଏ ବର୍ଷାରେ ଧସିଲା ପଥର ପ୍ୟାକିଂ

ସୁନ୍ଦରଗଡ,୧୯।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହର ମଧ୍ୟଭାଗରେ ଥିବା ବହୁ ପ୍ରତିକ୍ଷୀତ ବିଜୁଳିବନ୍ଧ ପ୍ରକଳ୍ପକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ନିର୍ମାଣଧୀନ ବନ୍ଧର ଚତୁଃପାର୍ଶ୍ୱରେ ଚାଲିଥିବା ପଥରପ୍ୟାକିଂ କାର୍ଯ୍ୟ ମାତ୍ର ଗୋଟିଏ ବର୍ଷାରେ ଧସିଗଲାଣି। ଅନେକ ସ୍ଥାନରେ ପଥର ଧସିବା ଯୋଗୁ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଏହାର ସ୍ଥାୟୀତ୍ୱକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ ) ପାଣ୍ଠିରୁ ଏହା ନିର୍ମାଣ ହୋଇଥିଲା। ପୂର୍ବତନ ଜିଲାପାଳ ସୁରେନ୍ଦ୍ର ମୀନାଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ବିବାଦିୟ ପ୍ରକଳ୍ପ ଅନେକବାର ଖୋଳା ପୋତା ହେବା ସହିତ ଏହା ପୂର୍ବରୁ ଥିବା ଜିଲାପାଳ ନିଖିଳ ପବନ କଲ୍ୟାଣଙ୍କ ସମୟରେ ଚୂଡାନ୍ତ ଡିପିଆର ପ୍ରସ୍ତୁତ ହେବା ସହିତ ଏକ ବହୁବିଧ ପ୍ରକଳ୍ପ ତିଆରିହେବା ଟେଣ୍ଡର ଆହ୍ବାନ କରାଯାଇ ଜିଲା ଖଣିଜ ପ୍ରତିଷ୍ଠାନରୁ ପାଣ୍ଠି ଯୋଗାଇ ଦିଆଯାଇଥିଲା। ଗ୍ଲୋବାଲ ଟେଣ୍ଡର ଜରିଆରେ ନିର୍ମାଣକାରୀ ସଂସ୍ଥା ସକାଶେ ଟେଣ୍ଡରରେ ଭାଗ ନେବା ପାଇଁ କଠିନ ସର୍ତ୍ତ ଗୁଡିକ ରଖାଯାଇ ଥିବା ଯୋଗୁ ସ୍ଥାନୀୟ ଠିକା ସଂସ୍ଥା ଗୁଡିକ ତଥା ଠିକାଦାରମାନେ ଟେଣ୍ଡରରେ ଭାଗ ନେଇ ପାରି ନ ଥିଲେ। ଏହା ମଧ୍ୟରେ ଦିଲ୍ଲୀର ୱାପକସ ନାମକ ଏକ ନିର୍ମାଣକାରୀ ଠିକା ସଂସ୍ଥା ଟେଣ୍ଡର ପାଇବା ସହିତ କାର୍ଯ୍ୟାଦେଶ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଆରମ୍ଭ କରିବାର ଅନେକ ଦିନ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିବା ବେଳେ ଟେଣ୍ଡର କାର୍ଯ୍ୟାଦେଶ ପାଇଥିବା ୱାପକସ ନିଜେ ନ କରି ରିଦ୍ଧି କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ କା ଠିକାଦାର ଭାବେ ନିୟୋଜିତ କରିଥିଲା। ହେଲେ ରିଦ୍ଧି କନଷ୍ଟ୍ରକସନ ନିଜେ କାର୍ଯ୍ୟ ନ କରି ସହରର ଏକ ଅନଭିଜ୍ଞ ଠିକାଦାରଙ୍କୁ ନିଯୋଜିତ କରିଥିଲା। ଯହାଦ୍ବାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର କିଛିଦିନ ପରେ ପଇସା ନେଣଦେଣ ନେଇ ତିନି ସଂସ୍ଥା ଭିତରେ ଗଣ୍ଡଗୋଳ ସୃଷ୍ଟି ହେବା ସହିତ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି। ପ୍ରକଳ୍ପ ବିଳମ୍ବକୁ ନେଇ ଅନେକ ରାଜନୈତିକ ଦଳ ଓ ନାଗରିକ କମିଠି ତଥା ବିଭିନ୍ନ ସାମାଜିକ ସଂଗଠନ ଅଭିଯୋଗ କରି ଆସୁଥିବା ବେଳେ ବାରମ୍ବାର ଏହାର ପ୍ରକଳ୍ପ ମୂଲ୍ୟ ବଢି ବଢି ଚାଲିଛି। ସଠିକ ତଥ୍ୟ ବାରମ୍ବାର ଜିଲା ଖଣିଜ ପ୍ରତିଷ୍ଠାନକୁ ମଗାଯାଉଥିବାବେଳେ ସେ ପ୍ରଦାନ କରିପାରୁନାହିଁ। ନିକଟରେ ସ୍ଥାନୀୟ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲାଖଣିଜ ପ୍ରତିଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ। ଏହା ମଧ୍ୟରେ ୨ଜଣ ଜିଲାପାଳ ବଦଳି ହୋଇ ସାରିଥିବା ବେଳେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ୩ୟ ଜିଲାପାଳ ମଧ୍ୟ ତାଙ୍କର କାର୍ଯ୍ୟରେ ଯୋଗଦେବାର ବର୍ଷେ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତ ଧିମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?