Categories: ଗଞ୍ଜାମ

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଛାତିରେ ଲାଗିଲା ଆଘାତ, ଅସ୍ତ୍ରୋପଚାର ସଫଳ

ସୋରଡ଼ା,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ସରକାରୀ ଡାକ୍ତରଖାନାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର ଯୁବକଙ୍କ ଅସ୍ତ୍ରୋପଚାର କରାଯାଇଛି। ବ୍ଲକର ପଳାଶପଲ୍ଲୀ ଗ୍ରାମର ରିତୁ ଗଉଡ ନିଜ ଗ୍ରାମକୁ ଫେରୁଥିବା ବେଳେ ଘାଟି ରାସ୍ତାରେ ବିପରୀତ ଦିଗରୁ କେହି ଜଣେ ଧକ୍କା ଦେଇ ଚାଲିଯାଇଥିଲା। ବାମପଟ ଛାତି ତଳକୁ ଗଭୀର ଆଘାତ ସହ ୭ ଇଞ୍ଚ ପାଖାପାଖି ୨ ଫାଳ ହୋଇଯାଇଥିଲା। ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନାରେ ଆଣି ପହଞ୍ଚାଇବା ପରେ ୧ ଘଣ୍ଟା କାଳ ଲାଗି ଡାକ୍ତର ସନ୍ତୋଷ କୁମାର ପଣ୍ଡା ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ।