୫୦ ବର୍ଷରେ ଭାରତରେ ୧୧୭ ବାତ୍ୟା: ଓଡ଼ିଶାରେ ବିଧ୍ୱଂସକ ଥିଲା ୧୯୭୧

ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ ଜୀବନ ଯାଇଛି। ସାମୁଦ୍ରିକ ଝଡ଼ ଯୋଗୁ ମୃତ୍ୟୁହାର ବିଗତ ୧୦ ବର୍ଷରେ ବହୁଳ ଭାବେ ହ୍ରାସ ପାଇଛି ବୋଲି ଏକ ଗବେଷଣାମୂଳକ ନିବନ୍ଧରେ ପ୍ରକାଶ ପାଇଛି। ତେବେ ଓଡ଼ିଶା ପାଇଁ ସବୁଠୁ ବିଧ୍ୱଂସକ ଥିଲା ୧୯୭୧ ଅକ୍ଟୋବର ୩୦ର ବାତ୍ୟା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ପ୍ରାୟ ୧୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷ ଲୋକ ବାସଚ୍ୟୁତ ହୋଇଯାଇଥିଲେ। ସେହିପରି ୧୯୯୯ ମହାବାତ୍ୟା ମଧ୍ୟ ସଂହାରଲୀଳା ରଚିଥିଲା, ଯାହାର ସ୍ମୃତି ଅନେକଙ୍କ ମନରୁ ଏଯାଏ ଲିଭିନାହିଁ।
ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରାଜୀବନଙ୍କ ସହ ମିଶି ବୈଜ୍ଞାନିକ କମଲଜିତ ରାୟ, ଏସ୍‌.ଏସ୍‌.ରାୟ, କେ.କେ. ଗିରି ଏବଂ ଏ.ପି. ଦିମ୍ରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କମଲଜିତଙ୍କ ନେତୃତ୍ୱରେ ପ୍ରସ୍ତୁତ ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ୫୦ ବର୍ଷରେ ୭,୦୬୩ଟି ପାଣିପାଗଜନିତ ବିପର୍ଯ୍ୟୟରେ ମୋଟ ୧,୪୧,୩୦୮ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୮% ଅର୍ଥାତ୍‌ ୪୦,୩୫୮ ଜଣ କେବଳ ଝଡ଼ରେ ପ୍ରାଣ ହରାଇଛନ୍ତି। ସେହିପରି ବନ୍ୟାବିତ୍ପାତରେ ୪୬%ରୁ ସାମାନ୍ୟ ଅଧିକ ଅର୍ଥାତ୍‌ ୬୫,୧୩୦ ଜଣଙ୍କ ମୃତ୍ୟୁ ଘଟିଛି। ନିକଟରେ ଆରବ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ତଉକ୍‌ତାଏ ପଶ୍ଚିମ ଉପକୂଳରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ସାମ୍ନା କରିଥିଲା। ଏଥିରେ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନେକ ରାଜ୍ୟର ବହୁ ଘରଦ୍ୱାର ଭାଙ୍ଗିଯାଇଥିଲା। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡ଼ ୟାସ୍‌ ବୁଧବାର ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିବାବେଳେ ପଶ୍ଚିମବଙ୍ଗକୁ ମଧ୍ୟ ବହୁଳ ପ୍ରଭାବିତ କରିଛି। ଏହାର ପ୍ରଭାବରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ନିର୍ଭୁଲ୍‌ ଆକଳନ କ୍ଷମତା ଓ ପାଣିପାଗ ଭବିଷ୍ୟବାଣୀ ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ବିଗତ ୨ ଦଶନ୍ଧି ଧରି ମୃତ୍ୟୁସଂଖ୍ୟାକୁ ସୀମିତ କରାଯାଇପାରିଛି।
ଅଧ୍ୟୟନରେ ଆହୁରି କୁହାଯାଇଛି ଯେ, ୧୯୭୧ ସେପ୍ଟେମ୍ବର ଶେଷରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ୪ଟି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିଲା। ଓଡ଼ିଶା ପାଇଁ ତନ୍ମଧ୍ୟରୁ ସବୁଠୁ ବିଧ୍ୱଂସକ ଥିଲା ୧୯୭୧ ଅକ୍ଟୋବର ୩୦ର ବାତ୍ୟା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ପ୍ରାୟ ୧୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷ ଲୋକ ବାସଚ୍ୟୁତ ହୋଇଯାଇଥିଲେ। ୧୯୭୭ ନଭେମ୍ବର ୯ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଗ୍ରୀଷ୍ମମଣ୍ଡଳୀୟ ଝଡ଼ ଦାନା ବାନ୍ଧିଥିଲା। ଦ୍ୱିତୀୟ ଝଡ଼ ଚିରାଲା ସାଇକ୍ଲୋନ୍‌ ଆସିବାବେଳେ ଘଣ୍ଟା ପ୍ରତି ୨୦୦ କି.ମି. ବେଗରେ ପବନ ବହିଥିଲା। ସେତେବେଳେ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରରେ ୫ ମିଟର ଉଚ୍ଚ ଜୁଆର ଉଠିଥିଲା। ଏଥିରେ ପ୍ରାୟ ୧୦,୦୦୦ ଜଣଙ୍କ ଜୀବନ ଯାଇଥିବାବେଳେ ୨୫ ନିୟୁତ ଡଲାରର ଭିତ୍ତିଭୂମି ଓ ଫସଲ ନଷ୍ଟ ହୋଇଯାଇଥିଲା। କେବଳ ୧୯୭୦-୧୯୮୦ ଦଶକରେ ସାମୁଦ୍ରିକ ଝଡ଼ ୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିଲା। ତେବେ ବଙ୍ଗୋପସାଗରରେ ୨୦୧୦-୨୦୧୯ ମଧ୍ୟରେ ଅନେକ ବାତ୍ୟା ଆସିଥିଲେ ହେଁ ଝଡ଼ଜନିତ ମୃତ୍ୟୁହାର ୨୦୦୦-୨୦୦୯ ତୁଳନାରେ ୮୮% ହ୍ରାସ ପାଇଥିଲା। ପାଣିପାଗ ବିଭାଗର ଅନୁମାନ ଦକ୍ଷତା ବୃଦ୍ଧି ପାଇଥିବାରୁ ଆଗୁଆ ବ୍ୟବସ୍ଥା କରି ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇପାରିଛି। ପୂର୍ବରୁ ଝଡ଼ ଯୋଗୁ ବିଜୁଳି ମାରିଲେ ଓ ନଦୀଗୁଡ଼ିକରେ ବନ୍ୟା ଆସିଲେ ବହୁସଂଖ୍ୟକ ଲୋକ ପ୍ରାଣ ହରାଉଥିଲେ। କିନ୍ତୁ ଏବେ ଗଛ କିମ୍ବା ଘର ଭାଙ୍ଗିବା କାରଣରୁ ଲୋକଙ୍କ ମୃତ୍ୟୁ ଘଟୁଛି। ତେବେ ଆଗୁଆ ସୂଚନା ବ୍ୟବସ୍ଥା ଅଧିକ ବିକଶିତ ହୋଇଥିବାରୁ ବେଶି ଜୀବନହାନି ହେଉନାହିଁ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri