୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍‌ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ଦକ୍ଷିଣ ଡିଭିଜନର ୨୩ଟି ସ୍ଥାନରେ ନିଅଁା ଜଳୁଛି। ବନ କର୍ମଚାରୀମାନେ ପହଞ୍ଚତ୍ କେତେକ ସ୍ଥାନରେ ନିଅଁା ଲିଭାଇ ଥିବା ବେଳେ ବଫର ଅଞ୍ଚଳରେ ନିଅଁା ବ୍ୟାପି ଚାଲିଛି। ଦମକଳ ବାହିନୀ, ବନକର୍ମଚାରୀ, ଏସ୍‌ଏସ୍‌ଜି ଓ ସ୍ଥାନୀୟ ଲୋକେ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡରେ ନିଅଁା ଲିଭିଛି। ଗତ ୩ ମାସ ମଧ୍ୟରେ ମୋଟ ୧୨୮୯ ପଏଣ୍ଟରେ ନିଅଁା ଲାଗିଥିବା ବେଳେ ଜାନୁୟାରୀ ମାସରେ ୨ଟି, ଫେବୃୟାରୀରେ ୧୫୭ ଓ ମାର୍ଚ୍ଚରେ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି ା ସଚେତନତା ଓ ସ୍ଥାନୀୟ ଲୋକଙ୍କ ସହାୟତା ମାଧ୍ୟମରେ ନିଅଁାକୁ ରୋକଯାଇ ପାରିଛି। ଚଳିତ ମାର୍ଚ୍ଚରେ ବାରିପଦା ବନଖଣ୍ଡରେ ୪୨, କରଞ୍ଜିଆରେ ୧୩୧, ରାଇରଙ୍ଗପୁରରେ ୧୩୨, ଶିମିଳିପାଳ ଦକ୍ଷିଣ ଡିଭିଜନରେ ୨୮୩ ଓ ଉତ୍ତରରେ ୫୪୨ଟି ସ୍ଥାନକୁ ମିଶାଇ ମୋଟ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି। ଏହା ଦ୍ୱାରା ହଜାର ହଜାର ହେକ୍ଟର ଜଙ୍ଗଲର ବୃକ୍ଷଲତା ନିଅଁାରେ ପୋଡ଼ି ପାଉଁଶ ହୋଇଯାଇଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ୧୨ ଓ ଦକ୍ଷିଣ ଡିଭିଜନର ୧୧ଟି ସ୍ଥାନରେ ନିଅଁା ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି। ଖବର ପାଇବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ତେବେ ସମତଳ ଅଞ୍ଚଳରେ ନିଅଁାକୁ ଆୟତ୍ତ କରିବାକୁ ୩ରୁ ୪ଘଣ୍ଟା ସମୟ ଲାଗୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ତାହା ୬ରୁ ୯ଘଣ୍ଟା ଲାଗୁଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପାହାଡ଼ ଚଢ଼ି ନିଅଁା ରୋକିବାକୁ ଯିବା ସମୟ ମଧ୍ୟରେ ନିଅଁା ବ୍ୟାପକ ଭାବେ ବଢ଼ି ଚାଲିଥାଏ। ଏହାକୁ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ସମ୍ପୂର୍ଣ୍ଣ ଭାବେ ବନାଗ୍ନି ରୋକିବା ପାଇଁ ବର୍ଷାର ଆବଶ୍ୟକତା ରହିଛି। ପ୍ରବଳ ବର୍ଷା ହେଲେ ନିଅଁା କବଳରୁ ରକ୍ଷା ମିଳିପାରିବ ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri