୨୫ ବର୍ଷରେ ତରଳିଛିି ୧୮୦ ଫୁଟ୍‌ ବରଫ

ଓ୍ବାଶିଂଟନ୍‌, ୬ା୨: ବିଶ୍ୱର ଉଚ୍ଚତମ ପର୍ବତ ଏଭରେଷ୍ଟରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ପଡ଼ିଛି। ଏଭରେଷ୍ଟ ଶିଖରରେ ହଜାର ହଜାର ବର୍ଷ ମଧ୍ୟରେ ଜମିଥିବା ବରଫ ଏବେ ତୀବ୍ରଗତିରେ ତରଳିବାରେ ଲାଗିଛି। ସାଇଣ୍ଟିଫିକ୍‌ ଜର୍ନାଲ ‘ନେଚର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସାଉଥ୍‌ କୋଲ୍‌ ଗ୍ଲେସିୟର (ଏସ୍‌ସିଜି)ରେ ୨୦୦୦ ବର୍ଷ ସମୟ ନେଇ ଯେଉଁ ବରଫ ଜମିଥିଲା ତାହା ମାତ୍ର ୨୫ ବର୍ଷରେ ତରଳିଯାଇଛି। ଅର୍ଥାତ ପର୍ବତରେ ଗ୍ଲେସିୟର ଜମିବା ତୁଳନାରେ ୮୦ ଗୁଣା ଅଧିକ ବେଗରେ ନଷ୍ଟ ହେଉଛି। ଏପରି ଜାରି ରହିଲେ ଆସନ୍ତା ୨୫ ବର୍ଷ ମଧ୍ୟରେ ଏଭରେଷ୍ଟର ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ତରଳି ଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ଦିନରେ ପରିବେଶ ଉପରେ ଏହାର ଘାତକ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଗବେଷଣା ଅନୁଯାୟୀ, ଏଭରେଷ୍ଟରେ ପ୍ରାୟ ୫୫ ମିଟର (୧୮୦ ଫୁଟ)ର ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହା ଜମିବାକୁ ପ୍ରାୟ ୨୦୦୦ ବର୍ଷ ଲାଗିଥିଲା। ୟୁନିଭର୍ସିଟି ଅଫ୍‌ ମେନ୍‌ର ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଆସନ୍ତା ୨୫ ବର୍ଷ ମଧ୍ୟରେ ଉକ୍ତ ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ତରଳି ଯାଇପାରେ। ନ୍ୟାଶନାଲ ଜିଓଗ୍ରାଫିକ୍‌ ଏବଂ ରୋଲେକ୍ସ ପରପେଚୁଆଲ ପ୍ଲାନେଟ ଏଭରେଷ୍ଟ ଏକ୍ସପେଡିଶନ୍‌ର ଆଉ ଏକ ଅଧ୍ୟୟନ ଅନୁଯାୟୀ, ୧୮୦୦ ଦଶକ ମଧ୍ୟଭାଗରେ ଏହି ପର୍ବତ ଶିଖରରେ ଜମିଥିବା ବରଫ ନଷ୍ଟ ହେବା ଆରମ୍ଭ ହୋଇଥିଲା। ୧୯୫୦ ଦଶକ ବେଳକୁ ଗ୍ଲେସିୟର ତରଳିବା ବଢ଼ିଥିବାବେଳେ ୨୦୦୦ ଦଶକରେ ଏହାର ଗତି ତୀବ୍ର ହୋଇଥିଲା। ଅଧ୍ୟୟନ କରୁଥିବା ବୈଜ୍ଞାନିକ ଟିମ୍‌ ଜଳବାୟୁ ପରିବର୍ତ୍ତନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି କି ନାହିଁ ସେ ଉପରେ ଗବେଷଣା କରିଥିଲେ। ପର୍ବତାରୋହୀ ଏବଂ ଅନୁସନ୍ଧାନକାରୀଙ୍କ ଏକ ଟିମ୍‌ ନେପାଳ ପାର୍ଶ୍ୱରେ ଥିବା ଏସ୍‌ସିଜିଠାରେ ୨୦୧୯ରେ ଏଭରେଷ୍ଟର ପ୍ରାୟ ୧୦୦୦ ମିଟର
(୩୨୦୦ ଫୁଟ) ଉଚ୍ଚରୁ ପ୍ରାୟ ୧୦ ମିଟର ଲମ୍ବ ବରଫ ଖଣ୍ଡରୁ ନମୁନା ସଂଗ୍ରହ କରିଥିଲେ। ରେଡିଓକାର୍ବନ ଡେଟିଂରୁ ବରଫର ଚଟାଣ ୨୦୦୦ ବର୍ଷ ପୁରୁଣା ଜଣାପଡ଼ିଥିଲା। ଦୀର୍ଘ ବର୍ଷ ଧରି ସେଠାରେ ସୃଷ୍ଟି ହୋଇଥିବା ବରଫ କିପରି ତରଳି ଯାଇଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏଭରେଷ୍ଟରେ ଏତେମାତ୍ରାରେ ଗ୍ଲେସିୟର ତରଳିବା ବିଶ୍ୱ ପାଇଁ ବିପଜ୍ଜନକ। ଏହି କାରଣରୁ ହିମସ୍ଖଳନ, ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁଛି। ଆଗକୁ ଏହା ଭୟଙ୍କର ରୂପ ନେଇପାରେ ବୋଲି ରିସର୍ଚ୍ଚରମାନେ ଆଶଙ୍କା କରିଛନ୍ତି।
ଅନ୍ୟପକ୍ଷରେ ପର୍ବତାଞ୍ଚଳ ଏବଂ ନଦୀ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୨ ଶହ କୋଟି ଲୋକଙ୍କ ପାଇଁ ହିମାଳୟ ଗ୍ଲେସିୟର ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ। ଏହା ଦୁନିଆର ୧୦ରୁ ଅଧିକ ରିଭର ସିଷ୍ଟମ ବା ନଦୀ ପ୍ରଣାଳୀକୁ ଜଳ ଯୋଗାଇବା ସହ ଶହ ଶହ କୋଟି ଲୋକଙ୍କ ପାଇଁ ଖାଦ୍ୟ ଏବଂ ଶକ୍ତିର ଉତ୍ସ ମଧ୍ୟ। ଏତେ ଦ୍ରୁତବେଗରେ ଏଠାରେ ଥିବା ଗ୍ଲେସିୟର ତରଳିବା ଜାରି ରହିଲେ ଏଭରେଷ୍ଟ ଶିଖର ବରଫ ଶୂନ୍ୟ ହୋଇଯାଇପାରେ। ଏହାର ପ୍ରଭାବ ସିଧାସଳଖ ୨୦୦ କୋଟି ଲୋକଙ୍କ ଉପରେ ପଡ଼ିବ। ଜଳ ଅଭାବରୁ ସେମାନେ ଭୟଙ୍କର ମରୁଡ଼ିର ଶିକାର ହେବେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜାତିସଂଘ ଜଳବାୟୁ ବୈଜ୍ଞାନିକଙ୍କ ମତରେ ସମ୍ପ୍ରତି ଜୀବଜଗତ ଗ୍ଲେସିୟର ତରଳିବାଜନିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ଏବେ ମାଉଣ୍ଟ ଏଭରେଷ୍ଟ ଗ୍ଲେସିୟର ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଏଥିଜନିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତି କରିହେବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri