Posted inଜାତୀୟ

୨୦୨୪ରେ ଦରଦାମ ବୃଦ୍ଧି-ବେକାରି ସମସ୍ୟା ମୋଦି-ଶାହାଙ୍କ ଯୋଜନାରେ ଆଣିବ ବାଧା: ସର୍ଭେ…

ନୂଆଦିଲ୍ଲୀ,୧୨।୨ : ୨୦୨୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୪୦୦ ଦିନ ବାକି ଅଛି। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଉଦ୍ୟମ କରି ଭାଜପା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୫ ମାସ ଭାରତ ଯୋଡୋ ଯାତ୍ରା ଶେଷ କରିଛି। ଏପରିସ୍ଥଳେ ଲୋକସଭା ନିର୍ବାଚନରେ ଭୋଟରଙ୍କ ମନୋଭାବ ଜାଣିବା ପାଇଁ ହୋଇଥିବା ସର୍ଭେ ରିପୋର୍ଟ ଭାଜପାର ଚିନ୍ତାକୁ ବଢ଼ାଇ ଦେଇଛି। ସର୍ଭେ ଅନୁସାରେ ରାମ ମନ୍ଦିର ଏବଂ ଧାରା ୩୭୦ ଦୁଇ ପ୍ରସଙ୍ଗ ଭାଜପାର କେନ୍ଦ୍ରବିନ୍ଦୁ ପାଲଟିଛି।

ରାମ ମନ୍ଦିର ପ୍ରସଙ୍ଗରେ ଦଳ କ୍ଷମତାର ଶିଡ଼ିରେ ପହଞ୍ଚିବାର ସୁଯୋଗ ପାଇଥିଲା। ଏହା ବିନା ଭାଜପାର ହାର୍ଡକୋର ଭୋଟର କଳ୍ପନା କରାଯାଇପାରିବ ନାହିଁ, କିନ୍ତୁ ଲାଗୁଛି ଯେ ଏହି ପ୍ରସଙ୍ଗ ଆଉ ବିଜେପି ସମର୍ଥକଙ୍କ ପ୍ରାଥମିକତା ମଧ୍ୟରେ ନାହିଁ। ଦଳ ଏହି ଦୁଇଟି ଅସ୍ତ୍ର ବ୍ୟବହାର କରି ସାରିଛି। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଧାରା ୩୭୦କୁ ହଟାଇ ଦିଆଯାଇଛି।

ଭାଜପା ନେତୃତ୍ୱରେ ୨୦୧୯ରେ ଆଜି ପର୍ଯ୍ୟନ୍ତ ଏନଡିଏ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଫଳରେ ମିଳିତ ମେଣ୍ଟ ୩୫୩ ଟି ସିଟ ପାଇଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ୨.୦ ଗଠନ ହୋଇଥିଲା। ଜାନୁଆରୀ୨୦୨୩ ର ସର୍ବେକ୍ଷଣକୁ ଦେଖିଲେ ଜଣା ପଡେ,ଏନଡିଏର ୫୫ଟି ଲୋକସଭା ଆସନ ହାତରୁ ଚାଲିଯାଇଛି। ସର୍ବେକ୍ଷଣ ଆକଳନରୁ ଜଣାପଡିଛି ଯେ ଭାଜପାର ସବୁଠାରୁ ବଡ ବ୍ରହ୍ମାସ୍ତ୍ର ଏଥର କାମ କରୁନାହିଁ।

ସର୍ଭେ ଅନୁଯାୟୀ, କେବଳ ୧୪ ପ୍ରତିଶତ ଲୋକ ଧାରା ୩୭୦ କୁ ହଟାଇବାକୁ ଭାଜପାର ଏକ ସଫଳତା ବୋଲି ବିବେଚନା କରନ୍ତି। ଏହି ସଂଖ୍ୟା ରାମ ମନ୍ଦିରରେ ୧୨ ପ୍ରତିଶତକୁ ଖସି ଆସିଛି। ଦୁଇଟି ପ୍ରମୁଖ ପ୍ରତିଶ୍ରୁତି ପୂରଣ କରିବା ପରେ, ଦଳ ଉପରେ ଜନସାଧାରଣଙ୍କ ପ୍ରତିକ୍ରିୟା କିପରି ଗ୍ରହଣ କରାଯାଇଛି, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ନରେନ୍ଦ୍ର ମୋଦି ଦେଶରେ ଲୋକପ୍ରିୟ ହୋଇ ରହିଥିବାରୁ ଦଳ ଆଶା ସକାରାତ୍ମକ ରହିଛି।

ଗୋଟିଏ ପଟେ ଲୋକମାନେ ହିନ୍ଦୁତ୍ୱ ଠାରୁ ଦୂରେଇ ଯାଉଥିବାବେଳେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ବିଜେପି ସମ୍ମୁଖରେ ସବୁଠୁ ବଡ ଆହ୍ବାନ ଭାବରେ ଉଭା ହୋଇଛି। ଏହି ସର୍ଭେରେ ୨୫ ପ୍ରତିଶତ ଲୋକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଭାଜପାର ସବୁଠାରୁ ବଡ ବିଫଳତା ବୋଲି କହିଛନ୍ତି। ମୁଦ୍ରାସ୍ଫୀତି ନେଇ ଏକ ଚତୁର୍ଥାଂଶ ଲୋକଙ୍କ ଅସନ୍ତୋଷ ଭାଜପା ପାଇଁ ଅସୁବିଧାର କାରଣ ହୋଇପାରେ। ବେରୋଜଗାରୀ ଉପରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି ଏବଂ ୧୭ ପ୍ରତିଶତ ଲୋକ ଏହାକୁ ଭାଜପାର ସବୁଠାରୁ ବଡ ବିଫଳତା ବୋଲି କହିଛନ୍ତି।

ଏହି ସବୁ ପ୍ରସଙ୍ଗ ସହିତ କଂଗ୍ରେସର ବଢୁଥିବା ଗ୍ରାଫ ମଧ୍ୟ ତୃତୀୟ ଥର ପାଇଁ ମୋଦି ସରକାରଙ୍କ ଫେରିବା ପଥରେ ଏକ ପ୍ରତିବନ୍ଧକ ହୋଇପାରେ। ୨୦୧୯ରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମେଣ୍ଟକୁ ଦୁଇ ଅଙ୍କକୁ ହ୍ରାସ ହୋଇଥିଲା। ୟୁପିଏ ମାତ୍ର ୯୨ ଟି ସିଟ ପାଇଥିଲା। କଂଗ୍ରେସ ମାତ୍ର ୫୨ ଟି ଲୋକସଭା ଆସନ ଜିତିଥିଲା। ଏହି ସର୍ଭେରେ ୟୁପିଏର ଆସନ ୧୫୩ କୁ ବୃଦ୍ଧି କରାଯାଇଛି। ସର୍ଭେରେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମେଣ୍ଟ ୩୦ ପ୍ରତିଶତ ଭୋଟ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

ତେବେ ସର୍ଭେ ଅନୁଯାୟୀ ଯଦି ଆଜି ନିର୍ବାଚନ ହୁଏ ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାକୁ ଫେରିବେ। ଏନଡିଏ ଆକାଉଣ୍ଟରେ ୨୯୮ ଟି ସିଟ ମିଳିବ ବୋଲି ଆକଳନ କରାଯାଇଛି। ଏଥିରେ ୨୮୪ ଟି ସିଟ ଭାଜପା ଯାଉଥିବାବେଳେ ୧୪ ଟି ସିଟ ଅନ୍ୟ ସହଯୋଗୀ ଦଳକୁ ଯାଉଛି। ଯଦିଓ ଏହି ସଂଖ୍ୟା ସିଟ ସଂଖ୍ୟାଗରିଷ୍ଠତା ଦେଉଛି, କିନ୍ତୁ ଏହି ସଂଖ୍ୟା ଭାଜପା ପାଇଁ ଅସୁବିଧା ସୃଷ୍ଟି କରୁଛି। ବିଶେଷକରି କଂଗ୍ରେସର ପ୍ରଦର୍ଶନ ଯେଉଁଭଳି ଭାବରେ ବୃଦ୍ଧି ପାଇଛି, ଏହା ଭାଜପାର ଚିନ୍ତାକୁ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri