Posted inଜାତୀୟ

୨୦୧୯ରେ ୧.୧୬ ଲକ୍ଷ ଶିଶୁ ମୃତ

ନୂଆଦିଲ୍ଲୀ, ୨୨ା୧୦: ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ବିଶ୍ୱରେ ଏହାର ପ୍ରଭାବ ବଢ଼ିି ବିଭିନ୍ନ ସମସ୍ୟା ଦେଖାଯାଉଛି। ଭାରତରେ ବାୟୁ ପ୍ରଦୂଷଣ ଉଗ୍ରରୂପ ଧାରଣ କରିଥିବାବେଳେ ଏହାର ପ୍ରଭାବରେ ୨୦୧୯ରେ ୧.୧୬ ଲକ୍ଷ ଶିଶୁଙ୍କ ପ୍ରାଣହାନି ଘଟିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଶିଶୁ ଜନ୍ମନେବାର ଏକମାସ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଥିବା ପ୍ରକାଶ। ଘରେ ଓ ବାହାରେ ପ୍ରଦୂଷିତ ବାୟୁ କଣିବା ଦ୍ୱାରା ଏମାନଙ୍କ ଜୀବନ ଯାଇଥିବା କୁହାଯାଇଛି। ହେଲ୍ଥ ଇଫେକ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ‘ଷ୍ଟେଟ୍‌ ଅଫ୍‌ ଗ୍ଲୋବାଲ ଏୟାର ୨୦୨୦’ ରିପୋର୍ଟ ମୁତାବକ ବାହ୍ୟ ପରିବେଶ ପ୍ରଦୂଷଣ ଯୋଗୁ ଅଧିକାଂଶ ଶିଶୁ ପ୍ରାଣ ହରାଇଛନ୍ତି। କାଠ, କୋଇଲା, ଘସି ଜାଳିବା ଦ୍ୱାରା ବାୟୁ ପ୍ରଦୂଷଣ ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ୁଥିବା ଦର୍ଶାଯାଇଛି। ନ୍ୟାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ ରାଜ୍ୟ ତଥା ସହରରେ ପରିବେଶ ସୁଧାର ଲାଗି କାର୍ଯ୍ୟାରମ୍ଭ କରିଛି।
ସୂଚନା ଥାଉକି, ବାୟୁ ପ୍ରଦୂଷଣ ଯୋଗୁ ବାର୍ଷିକ ୧.୬୭ ନିୟୁତ ଲୋକଙ୍କ ବିଭିନ୍ନ ରୋଗରେ ମୃତ୍ୟୁ ଘଟୁଛି। ଏଥିଯୋଗୁ ହୃଦ୍‌ଘାତ, ଡାଇବେଟିସ୍‌, ଫୁସ୍‌ଫୁସ୍‌ କ୍ୟାନ୍‌ସର ଭଳି ଅନେକ ରୋଗ ଜାତ ହେଉଛି। ସ୍ବାସ୍ଥ୍ୟ ପ୍ରତି ବାୟୁ ପ୍ରଦୂଷଣ ଏବେ ଏକ ସତର୍କଘଣ୍ଟି ପାଲଟିଛି। ବିଶେଷକରି ଦକ୍ଷିଣ ଏସିଆରେ ଏଭଳି ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ଦେଶଗୁଡ଼ିକ ଏହାର ପରିଣାମ ଭୋଗ କରୁଛନ୍ତି। କରୋନା କାଳରେ ଲୋକମାନେ ହୃଦ୍‌ଘାତ ଓ ଫୁସ୍‌ଫୁସ୍‌ ଜନୀତ ରୋଗରେ ପଡ଼ି ପ୍ରାଣ ହରାଉଛନ୍ତି। ଭାରତରେ ଏହି ସଂଖ୍ୟା ୧.୧୦ ଲକ୍ଷ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri