Categories: ବାଣିଜ୍ୟ

୧୦ ବର୍ଷ ମଧ୍ୟରେ ଭାରତ ହେବ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୬।୧୨: ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ। ରିସର୍ଚ୍ଚ ସଂସ୍ଥା ଥିଙ୍କ୍‌ ଟାଙ୍କ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୦୩୦ ବେଳକୁ ଭାରତ ଏହି ସ୍ଥାନ ହାସଲ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ରେ ଭାରତ ଷଷ୍ଠ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିଛି। ୨୦୨୫ରେ ଭାରତ ପଞ୍ଚମ ଅର୍ଥବ୍ୟବସ୍ଥା ଭାବେ ଅବସ୍ଥାପିତ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଭାରତର ଅର୍ଥବ୍ୟବସ୍ଥା ୨୦୨୧ରେ ୯ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ୨୦୨୨ରେ ଏହାର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବାର ଆଶା ରହିଛି। ୨୦୨୮ରେ ଚାଇନା ଆମେରିକାକୁ ପଛରେ ପକାଇବ ବୋଲି ଏଥିରେ ଦର୍ଶାଯାଇଛି। ୨୦୩୫ ବେଳକୁ ଦେଶ ଜିଡ଼ିପି ହାର ୫.୮ରେ ପହଞ୍ଚିଥିବ ବୋଲି ଏଥିରେ କୁହାଯାଇଛି।

Share