ଭାରତକୁ ପ୍ରଶଂସା କଲେ ଇମ୍ରାନ,ପାକିସ୍ତାନ ସୈନ୍ୟ ବାହିନୀ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ…

ଇସଲାମାବାଦ,୮।୨ : ପାକିସ୍ତାନର ଲୋକଙ୍କୁ ଦୁଇବେଳା ରୁଟି ମିଳିବା କଷ୍ଟକର ହେବାରେ ଲାଗିଛି। ସମଗ୍ର ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶ ଦେବାଳିଆ ପଥରେ ଅଛି। ଦେଶର ବୈଦେଶିକ ମୁଦ୍ରା ପ୍ରାୟ ଶେଷ ହୋଇଛି। ଯଦି ଋଣ ଦିଆଯାଇ ନ ଯାଏ, ତେବେ ପାକିସ୍ତାନ ଦେବାଳିଆ ହୋଇଯିବ। ଏଭଳି ପରିସ୍ଥିତିରେ ମଧ୍ୟ ନିଜ ଦେଶରେ ସଂସ୍କାର ଆଣିବା ପରିବର୍ତ୍ତେ ପାକିସ୍ତାନର ନେତାମାନେ କଶ୍ମୀରର ପ୍ରସଙ୍ଗରେ ମନ୍ତବ୍ୟ ଦେବାରେ ବ୍ୟସ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ଯେ ଯେତେବେଳେ ସେ କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ପୁନଃସ୍ଥାପିତ କରିବେ ସେତେବେଳେ ଭାରତ ସହ ସମ୍ପର୍କରେ ଅଗ୍ରଗତି ହେବ। ତେବେ ଇମ୍ରାନ ଭାରତକୁ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି।

ଲାହୋରରେ ଥିବା ତାଙ୍କ ବାସଭବନରେ ଇମ୍ରାନ ଖାନ ବିଦେଶୀ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ରଦ୍ଦ କରିଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା କରିବାର ଏକମାତ୍ର ଉପାୟ ହେଉଛି ମୋଦି ସରକାର ପ୍ରଥମେ ଏହାର ପୁରୁଣା ସ୍ଥିତି ଫେରାଇ ଆଣିବା।

ଗଣମାଧ୍ୟମ ପ୍ରଶ୍ନ କରିଥିଲା ଯେ ପାକିସ୍ତାନରେ ଆଇନ ଶୃଙ୍ଖଳା ଖରାପ। ଦେଶ କିପରି ଆଗକୁ ବଢ଼ିବ? ଏହାର ଜବାବରେ ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଇମ୍ରାନ କହିଛନ୍ତି ଯେ ଯଦି ଆଇନର ସ୍ଥିତି ନ ରହିଲେ ପାକିସ୍ତାନର ଭବିଷ୍ୟତ ରହିବ ନାହିଁ। ସେ ଆହୁରି ମଧ୍ୟ ଭାରତର ଉଦାହରଣ ଦେଇଛନ୍ତି। କହିଛନ୍ତି, ଆଇନର ସ୍ଥିତି ସୁଦୃଢ଼ ଥିବାରୁ ଭାରତ ଆଜି ଅଗ୍ରଗତି କରୁଛି।

ଦେଶରେ ସମ୍ବିଧାନର ସୁରକ୍ଷା କରିବା ନ୍ୟାୟପାଳିକାର ଦାୟିତ୍ୱ ବୋଲି ଇମ୍ରାନ ତ୍‌ନ କହିଛନ୍ତି। ସେ ନିଜର ଅଯୋଗ୍ୟତା ଘୋଷଣା ଉପରେ ସରକାର, ନ୍ୟାୟପାଳିକା ଏବଂ ସେନା ମୁଖ୍ୟଙ୍କୁ ଟାର୍ଗେଟ କରିଥିଲେ। ଖାନ କହିଛନ୍ତି, ମୋତେ ରାଜନୀତିରୁ ଦୂରେଇ ରଖିବା ପାଇଁ ଏକ ବଡ଼ ଷଡଯନ୍ତ୍ର ହୋଇଥିଲା। ଦେଶର ସମସ୍ତ ଶକ୍ତିଶାଳୀ ଲୋକମାନେ ଏଥିରେ ସାମିଲ ହୋଇଥିଲେ।

ତାଙ୍କ ଅଯୋଗ୍ୟତା ପାଇଁ ସେନା ମୁଖ୍ୟ ଅସୀମ ମୁନିର ସମ୍ପୃକ୍ତ କି ନାହିଁ ବୋଲି ପଚରାଯାଇଥିବା ବେଳେ ଇମ୍ରାନ କହିଛନ୍ତି ଯେ ସେ ଦୁଇ ମାସ ଧରି ଅଫିସରେ ଅଛନ୍ତି ଏବଂ ମୁଁ ତାଙ୍କୁ ସନ୍ଦେହର କରିବାର ଆବଶ୍ୟକତା ନାହିଁ। ଖାନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ତିନିଥର ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଛନ୍ତି। ଇମ୍ରାନ ଦାବି କରିଛନ୍ତି ଯେ ନୱାଜ ବ୍ରିଟେନରୁ ଫେରିବା ପାଇଁ ଏକ ସର୍ତ୍ତ ରଖିଛନ୍ତି ଯେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri