‘ଶାମ୍ଭବୀ ପୁରସ୍କାର’ ପାଇଲେ ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ଚଳିତ ବର୍ଷ ଜଣେ ସାମାଜିକ ପରିବର୍ତ୍ତନକାରୀଙ୍କୁ ମିଳିଛି ‘ଶାମ୍ଭବୀ’ ପୁରସ୍କାର। ରାଜ୍ୟରେ ସ୍ବାସ୍ଥ୍ୟ ଓ ଆଡ୍‌ଭୋକେସି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ଡ. ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ସହ ୨ଲକ୍ଷ ୫୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ବିପିନ ବିହାରୀ ପଣ୍ଡାଙ୍କୁ ‘ଜୁରି କମେଣ୍ଡେଶନ ସାର୍ଟିଫିକେଶନ’ ସମ୍ମାନ ସହ ୫୦ହଜାର ଟଙ୍କାର ଅର୍ଥରାଶି ଦିଆଯାଇଛି। ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲୟେଜ ଲିମିଟେଡ୍‌ (ଇମ୍ଫା)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଓଡ଼ିଶାରେ ନିଶା ନିବାରଣ କ୍ଷେତ୍ରରେ ବେଶ୍‌ ପରିଚିତ ଡ. ଅଲ୍ଲୀ ପିଲା ଓ ଯୁବବର୍ଗଙ୍କୁ ମାଦକ ଦ୍ରବ୍ୟଠାରୁ ଦୂରେଇ ରଖିବାକୁ ଉଦ୍ୟମ ଜାରି ରଖିବା ସହ ନିଜକୁ ସମର୍ପି ଦେଇଛନ୍ତି। ତାଙ୍କ ପୁସ୍ତକ ‘ବ୍ଲଡି ଗୁଟ୍‌ଖା’ରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ପରିଗଣନା କରାଯାଇଛି। ଏହାସହିତ ତାଙ୍କର ସ୍ବେଚ୍ଛାସେବୀ ଗ୍ରୁପ୍‌ ‘ନିଶା ମୁକ୍ତି ଯୁବ ସଂକଳ୍ପ’ ପଥପ୍ରାନ୍ତ ନାଟକ ଭଳି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଆଚରଣଗତ ପରିବର୍ତ୍ତନ ଆଣିପାରିଛି। ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ବ୍ରେଲି ଲିପି ବିକଶିତ କରିବା ଓ ସାଙ୍କେତିକ ଭାଷା ବ୍ୟବହାର ଦ୍ୱାରା ଅନ୍ତର୍ଭୁକ୍ତକାରୀ ଅଭିଯାନ ପାଇଁ ତାଙ୍କର ଏକ ବିଚାରଶୀଳ ଦୃଷ୍ଟିକୋଣ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାଏର ମାଧ୍ୟମରେ ଓମ୍‌ଫେଡ୍‌ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା ବିକ୍ରିକୁ ବନ୍ଦ କରିବା ଡ. ଅଲ୍ଲୀଙ୍କ ଆଉ ଏକ ଉଲ୍ଲେଖନୀୟ ସଫଳତା। ସେ ବିଏଲ୍‌ଆଇଏସ୍‌ଏସ୍‌ (କଟକ-ଭୁବନେଶ୍ୱର କମିଶନରେଟ ପୋଲିସ) ସହିତ ମିଶି ଏକ ନିଶା-ମୁକ୍ତି ପରାମର୍ଶ କେନ୍ଦ୍ର ଆରମ୍ଭ କରିଛନ୍ତି। ସମଗ୍ର ଓଡ଼ିଶାରେ ଗୋଷ୍ଠୀ ରେଡିଓ କେନ୍ଦ୍ର ମାଧ୍ୟମରେ ତମାଖୁ ବିରୋଧୀ ଅଭିଯାନ ଦିଗରେ ତାଙ୍କ କାର୍ଯ୍ୟ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି। ସେହିପରି ମାନସିକ ରୋଗରେ ପୀଡିତ ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରାଇବା, କଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବା ଓ ନିଜ ଘରୁ ଲୁଚି ପଳାଇଥିବା ପିଲାଙ୍କୁ ନିଜର ପରିବାର ସହ ପୁନର୍ମିଳନ ଦିଗରେ ବିପିନ ବିହାରୀଙ୍କ ଅନୁକରଣୀୟ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଏହି ସମ୍ମାନ ଦିଆଯାଇଛି।
ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କାପାସିଟି ବିଲ୍ଡିଂ କମିଶନର ଏଚ୍‌ଆର୍‌ ସଦସ୍ୟ ଆର୍‌. ବାଲ୍‌ସୁବ୍ରମଣ୍ୟମ୍‌ ଯୋଗଦେଇଥିଲେ। ବିଆଇପିଏଫ୍‌ର ସିଇଓ ଏବଂ ଟ୍ରଷ୍ଟି ଶୈଫାଳିକା ପଣ୍ଡା କହିଛନ୍ତି, ନିଜ ହିତକୁ ପଛରେ ପକାଇ ବଦାନ୍ୟ କାର୍ଯ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲୋକଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଇଥାଏ। ୨୦୨୩ ବର୍ଷର ପୁରସ୍କାର ପାଇଁ ଜୁରୀ ସଦସ୍ୟ ଭାବେ କୃଷି ବିଭାଗ ସଚିବ ଡ. ଅରବିନ୍ଦ ପାଢ଼ୀ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କେ. ନାୟକ, ଓଡ଼ିଶା ୟୁଏନ୍‌ଡିପି ମୁଖ୍ୟ ଡ. ଆଭା ମିଶ୍ର, ଦ ଷ୍ଟେଟ୍‌ସମ୍ୟାନ୍‌ର ରେସିଡେଣ୍ଟ ଏଡିଟର କେ. ରବି, ଫାଉଣ୍ଡେଶନର ସିଇଓ ଶୈଫାଳିକା ପଣ୍ଡା ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri