‘ଶାମ୍ଭବୀ ପୁରସ୍କାର’ ପାଇଲେ ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ଚଳିତ ବର୍ଷ ଜଣେ ସାମାଜିକ ପରିବର୍ତ୍ତନକାରୀଙ୍କୁ ମିଳିଛି ‘ଶାମ୍ଭବୀ’ ପୁରସ୍କାର। ରାଜ୍ୟରେ ସ୍ବାସ୍ଥ୍ୟ ଓ ଆଡ୍‌ଭୋକେସି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ଡ. ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ସହ ୨ଲକ୍ଷ ୫୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ବିପିନ ବିହାରୀ ପଣ୍ଡାଙ୍କୁ ‘ଜୁରି କମେଣ୍ଡେଶନ ସାର୍ଟିଫିକେଶନ’ ସମ୍ମାନ ସହ ୫୦ହଜାର ଟଙ୍କାର ଅର୍ଥରାଶି ଦିଆଯାଇଛି। ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ୍‌ ଫେରୋ ଆଲୟେଜ ଲିମିଟେଡ୍‌ (ଇମ୍ଫା)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଓଡ଼ିଶାରେ ନିଶା ନିବାରଣ କ୍ଷେତ୍ରରେ ବେଶ୍‌ ପରିଚିତ ଡ. ଅଲ୍ଲୀ ପିଲା ଓ ଯୁବବର୍ଗଙ୍କୁ ମାଦକ ଦ୍ରବ୍ୟଠାରୁ ଦୂରେଇ ରଖିବାକୁ ଉଦ୍ୟମ ଜାରି ରଖିବା ସହ ନିଜକୁ ସମର୍ପି ଦେଇଛନ୍ତି। ତାଙ୍କ ପୁସ୍ତକ ‘ବ୍ଲଡି ଗୁଟ୍‌ଖା’ରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ ପରିଗଣନା କରାଯାଇଛି। ଏହାସହିତ ତାଙ୍କର ସ୍ବେଚ୍ଛାସେବୀ ଗ୍ରୁପ୍‌ ‘ନିଶା ମୁକ୍ତି ଯୁବ ସଂକଳ୍ପ’ ପଥପ୍ରାନ୍ତ ନାଟକ ଭଳି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଆଚରଣଗତ ପରିବର୍ତ୍ତନ ଆଣିପାରିଛି। ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ବ୍ରେଲି ଲିପି ବିକଶିତ କରିବା ଓ ସାଙ୍କେତିକ ଭାଷା ବ୍ୟବହାର ଦ୍ୱାରା ଅନ୍ତର୍ଭୁକ୍ତକାରୀ ଅଭିଯାନ ପାଇଁ ତାଙ୍କର ଏକ ବିଚାରଶୀଳ ଦୃଷ୍ଟିକୋଣ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାଏର ମାଧ୍ୟମରେ ଓମ୍‌ଫେଡ୍‌ ବୁଥ୍‌ଗୁଡ଼ିକରେ ଗୁଟ୍‌ଖା ବିକ୍ରିକୁ ବନ୍ଦ କରିବା ଡ. ଅଲ୍ଲୀଙ୍କ ଆଉ ଏକ ଉଲ୍ଲେଖନୀୟ ସଫଳତା। ସେ ବିଏଲ୍‌ଆଇଏସ୍‌ଏସ୍‌ (କଟକ-ଭୁବନେଶ୍ୱର କମିଶନରେଟ ପୋଲିସ) ସହିତ ମିଶି ଏକ ନିଶା-ମୁକ୍ତି ପରାମର୍ଶ କେନ୍ଦ୍ର ଆରମ୍ଭ କରିଛନ୍ତି। ସମଗ୍ର ଓଡ଼ିଶାରେ ଗୋଷ୍ଠୀ ରେଡିଓ କେନ୍ଦ୍ର ମାଧ୍ୟମରେ ତମାଖୁ ବିରୋଧୀ ଅଭିଯାନ ଦିଗରେ ତାଙ୍କ କାର୍ଯ୍ୟ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି। ସେହିପରି ମାନସିକ ରୋଗରେ ପୀଡିତ ଲୋକଙ୍କୁ ମୁଖ୍ୟସ୍ରୋତକୁ ଫେରାଇବା, କଷ୍ଟରେ ଥିବା ଲୋକଙ୍କୁ ସହାୟତା କରିବା ଓ ନିଜ ଘରୁ ଲୁଚି ପଳାଇଥିବା ପିଲାଙ୍କୁ ନିଜର ପରିବାର ସହ ପୁନର୍ମିଳନ ଦିଗରେ ବିପିନ ବିହାରୀଙ୍କ ଅନୁକରଣୀୟ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଏହି ସମ୍ମାନ ଦିଆଯାଇଛି।
ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କାପାସିଟି ବିଲ୍ଡିଂ କମିଶନର ଏଚ୍‌ଆର୍‌ ସଦସ୍ୟ ଆର୍‌. ବାଲ୍‌ସୁବ୍ରମଣ୍ୟମ୍‌ ଯୋଗଦେଇଥିଲେ। ବିଆଇପିଏଫ୍‌ର ସିଇଓ ଏବଂ ଟ୍ରଷ୍ଟି ଶୈଫାଳିକା ପଣ୍ଡା କହିଛନ୍ତି, ନିଜ ହିତକୁ ପଛରେ ପକାଇ ବଦାନ୍ୟ କାର୍ଯ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲୋକଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଇଥାଏ। ୨୦୨୩ ବର୍ଷର ପୁରସ୍କାର ପାଇଁ ଜୁରୀ ସଦସ୍ୟ ଭାବେ କୃଷି ବିଭାଗ ସଚିବ ଡ. ଅରବିନ୍ଦ ପାଢ଼ୀ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କେ. ନାୟକ, ଓଡ଼ିଶା ୟୁଏନ୍‌ଡିପି ମୁଖ୍ୟ ଡ. ଆଭା ମିଶ୍ର, ଦ ଷ୍ଟେଟ୍‌ସମ୍ୟାନ୍‌ର ରେସିଡେଣ୍ଟ ଏଡିଟର କେ. ରବି, ଫାଉଣ୍ଡେଶନର ସିଇଓ ଶୈଫାଳିକା ପଣ୍ଡା ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri