ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରିରେ ଉନ୍ନତି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଅଟୋମୋବାଇଲ ବଜାରରେ ବିକ୍ରି ହ୍ରାସ ଧାରା ଲାଗି ରହିଛି। ବିଗତ ଦିନଗୁଡ଼ିକରେ ମୋଟ ଯାନ ବିକ୍ରି ଋଣାତ୍ମକ ରହି ଆସିଛି। ସେପ୍ଟେମ୍ବରରେ ମଧ୍ୟ ରାଜ୍ୟରେ ମୋଟ ଯାନ ବିକ୍ରି ୧୮.୬୫% ଖସିଛି। ଗତ ବର୍ଷ ସେପ୍ଟେମ୍ବରରେ ବିଭିନ୍ନ ବର୍ଗରେ ୫୯,୦୮୮ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୪୮,୧୯୯ ୟୁନିଟ୍‌ ଖସିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଯାତ୍ରୀବାହୀ ଯାନ ବିକ୍ରି ୧୪.୪୩% ବଢ଼ିଥିବା ନଜରକୁ ଆସିଛି। ୨୦୧୯ ସେପ୍ଟେମ୍ବରରେ ୪୦୦୬ ୟୁନିଟ ଯାତ୍ରୀବାହୀ ଯାନ ବିକ୍ରି ହୋଇଥିଲା। ଏହା ୨୦୨୦ ସେପ୍ଟେମ୍ବରରେ ୪୫୮୪ ୟୁନିଟକୁ ବଢ଼ିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ ଡାଟାରୁ ଏହା ଜଣାପଡିଛି।
ଓଡ଼ିଶାରେ ଟ୍ରାକ୍ଟର ବିକ୍ରି ୫୮.୪୨% ବୃଦ୍ଧି ଘଟି ୧୬୨୭ ୟୁନିଟ ରହିଛି। ଏହା ଗତ ବର୍ଷ ୧୦୨୭ ୟୁନିଟ ରହିଥିଲା। ୨ ଚକିଆ ବର୍ଗରେ ଯାନ ବିକ୍ରି ୨୦% ନିମ୍ନରେ ରହି ୩୯,୧୯୩ ୟୁନିଟକୁ ଖସି ଆସିଛି। ଏହା ଗତ ବର୍ଷ ସମାନ ସମୟରେ ୪୯,୫୦୨ ୟୁନିଟ ରହିଥିଲା। ସେହିଭଳି ୩ ଚକିଆ ଯାନ ବିକ୍ରି ସର୍ବାଧିକ ୫୫.୧୩% ହ୍ରାସ ପାଇଛି। ଏହି ବର୍ଗରେ ଗତ ବର୍ଷ ସେପ୍ଟେମ୍ବରରେ ୨୧୯୩ ୟୁନିଟ ଯାନ ବିକ୍ରି ହୋଇଥିବା ବେଳେ ଏହା ଚଳିତ ବର୍ଷ ସେପ୍ଟେମ୍ବରରେ ୯୮୪ ୟୁନିଟକୁ ଖସି ଆସିଛି। ଏହାବାଦ ବାଣିଜି୍ୟକ ଯାନ ବିକ୍ରି ୨୬.୬୫% ନିମ୍ନରେ ରହିଛି।
ସେହିଭଳି ସାରା ଦେଶରେ ଯାନ ବିକ୍ରି କଥା ବିଚାରକଲେ ପୂର୍ବମାସ ତୁଳନାରେ ଯାନ ବିକ୍ରି ୧୧.୪୫% ବୃଦ୍ଧି ପାଇଛି। ମାତ୍ର ଗତ ବର୍ଷ ସେପ୍ଟେମ୍ବର କଥା ବିଚାରକୁ ନେଲେ ଯାନ ବିକ୍ରି ୧୦.୨୪% ନିମ୍ନରେ ରହିଛି। ଗତ ବର୍ଷ ସେପ୍ଟେମ୍ବରରେ ୧୪.୯୮ ଲକ୍ଷ ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୩.୪୪ ଲକ୍ଷ ୟୁନିଟ୍‌କୁ ଖସିଛି। ସେପ୍ଟେମ୍ବରରେ ପାସେଞ୍ଜର ଯାନ ବିକ୍ରି ୯.୮୧% ବଢିଥିବା ବେଳେ ଟ୍ରାକ୍ଟର ବିକ୍ରି ୮୦.୩୯% ଉର୍ଦ୍ଧ୍ୱରେ ରହିଛି। ୨ ଚକିଆ, ୩ ଚକିଆ ଏବଂ ବାଣିଜି୍ୟକ ଯାନ ବିକ୍ରି ବର୍ତ୍ତମାନ ମଧ୍ୟ ନକାରାତ୍ମକ ରହିଛି। ଏହି ବର୍ଗଗୁଡିକରେ ବିକ୍ରି ଯଥାକ୍ରମେ ୧୨.୬୨%, ୫୮.୮୬%, ୩୩.୬୫% ନିମ୍ନରେ ରହିଛି। ନ୍ୟୁ ନର୍ମାଲରେ ସାମାଜିକ ଦୂରତ୍ୱ ନିୟମ ପାଳନ, ଲକ୍‌ଡାଉନ କଟକଣା କୋହଳ ହେବା, ଯାନ ଲାଗି ଫାଇନାନ୍ସ ସୁବିଧାରେ ବୃଦ୍ଧି ଦେଖାଯାଇଛି। ସେହିଭଳି ଏଣ୍ଟ୍ରି ଲେଭଲ ଯାନର ଚାହିଦା ମଧ୍ୟ ଦେଖାଯାଇଛି। ଗ୍ରାମାଞ୍ଚଳରେ ଖରିଫ ଚାଷ ଉନ୍ନତ ହେବା ଯୋଗୁ ଟ୍ରାକ୍ଟର ବିକ୍ରି ଉନ୍ନତ ହୋଇଛି। ପାର୍ବଣରେ ଉନ୍ନତ ବିକ୍ରି ନେଇ ଡିଲରମାନେ ଆଶାବାଦୀ ରହିଛନ୍ତି। ସରକାରଙ୍କ ଅନ୍‌ଲକ ପଦକ୍ଷେପ ଯୋଗୁ ସେପ୍ଟେମ୍ବରରେ ଯାନ ପଞ୍ଜୀକରଣ ଉନ୍ନତି ଆସିଥିବା ଫାଡା ସଭାପତି ଆଶିଷ ହର୍ସରାଜ କାଲେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri